Sunday, 06/October/2024 03:03
Mo Dhenkanal
ସ୍ପେସିଆଲ ରିପୋର୍ଟ

ଗାଁ ଲୋକ ଛୁଇଁଲେନି, ଶବଦାହ କଲେ ବଜରଙ୍ଗ କ୍ଲବ ସଦ୍ୟସ୍ୟମାନେ

କରୋନା ସମୟରେ ମରଶରୀରକୁ ଉଚିତ୍ ସମ୍ମାନ ମିଳୁନି । କୋଭିଡ୍ ହେଉ ଅଥବା ସାଧାରଣ ରୋଗ, କାହାରି ମୃତ୍ୟୁ ଘଟିଲେ ସଂକ୍ରମଣ ଭୟରେ ମୃତ ଦେହର ପାଖ ମାଡୁନାହାନ୍ତି ସଂପର୍କୀୟ କିମ୍ବା ପଡୋଶୀ ଢେଙ୍କାନାଳ ଜିଲ୍ଲାରେ ଏହିଭଳି ଘଟଣା ବଢିଚାଲିଥିବାବେଳେ ଅନେକ କ୍ଷେତ୍ରରେ ପ୍ରଶାସନ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଗକୁ ଆସି ମାନବିକତାର ପରିଚୟ ଦେଉଛନ୍ତି । ଢେଙ୍କାନାଳର ଅଗ୍ରଣୀ ଯୁବ ଅନୁଷ୍ଠାନ ବଜରଙ୍ଗ କ୍ଲବ୍‌ର କର୍ମକର୍ତା ଏଭଳି ଜଣେ ବ୍ୟକ୍ତିଙ୍କ ମରଶରୀର ସଂସ୍କାର କରି ଉଦାହରଣ ସୃଷ୍ଟି କରିଛନ୍ତି ।ସୂଚନା ମୁତାବକ ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଅବସରପ୍ରାପ୍ତ ରେଳବାଇ କର୍ମଚାରୀ ଯୁଧିଷ୍ଠିର ସ୍ୱାଇଁ କରୋନାରେ ଆକ୍ରାନ୍ତ ହୋଇ କୋଭିଡ୍ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । କିଛିଦିନ ପୂର୍ବେ ସେଠାରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଥିଲେ । ଅମ୍ଲଜାନ ସ୍ତର କମିଯାଉଥିବାରୁ ତାଙ୍କୁ ବଜରଙ୍ଗ କ୍ଲବ୍ ତରଫରୁ ଅକ୍ସିଜେନ୍ ସିଲିଣ୍ଡର ଯୋଗାଇ ଦିଆଯାଇଥିଲା । ତେବେ ତାଙ୍କର ହଠାତ୍ ମୃତ୍ୟୁ ହୋଇଯାଇଥିଲା । ଏଣୁ କିଛି ଉପାୟ ନପାଇ ତାଙ୍କର ସାନପୁଅ ସତ୍ୟାନନ୍ଦ ସ୍ୱାଇଁ ବଜରଙ୍ଗ କ୍ଲବ୍‌ର ସହାୟତା ଲୋଡିଥିଲେ । ଏପରିକି ଗ୍ରାମବାସୀ ଗାଁ ମଶାଣୀରେ ଦାହ ସଂସ୍କାର ପାଇଁ ବିରୋଧ କରିବାରୁ ବଜରଙ୍ଗ କ୍ଲବ୍‌ର କର୍ମକର୍ତାମାନେ ପହଁଚି ମହିଷାପାଟ ଖାଇରଗଡା ଶ୍ମଶାନରେ କୋଭିଡ୍ ନିୟମାନୁଯାୟୀ ଶବ ସଂସ୍କାର କରିଥିଲେ ।ଏଥିରେ କ୍ଲବ୍‌ର ସଭାପତି ଅମରେନ୍ଦ୍ର ସାମଲଙ୍କ ବ୍ୟତୀତ ସଭ୍ୟ ସଞ୍ଜୟ ବେହେରା, ରାକେଶ ପାତ୍ର, ରବିନ୍ଦ୍ର ସୋନି, ଗଣେଶ୍ୱର ମହାପାତ୍ର ଉପସ୍ଥିତ ରହି ଶବ ସତ୍କାର କରିଥିଲେ ।

FB_IMG_1686103726896
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

IMG-20230205-WA0003
Picsart_22-04-11_10-18-21-175
Picsart_22-04-11_10-18-21-175

Related posts

+୨ ବିଜ୍ଞାନରେ ଢେଙ୍କାନାଳ ଜିଲ୍ଲା ଟପ୍ପର ବିଦ୍ୟାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏରିନା ମହାପାତ୍ର ।

Mo Dhenkanal

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ !

Mo Dhenkanal

ବେସରକାରୀ ସ୍ତରରେ ନିଜ ବଜାରରେ ଆଇନ୍‌ଶୃଙ୍ଖଳା ରକ୍ଷା ପାଇଁ ପଦ୍ମବଜାରରେ ସିସିଟିଭି ବ୍ୟବସ୍ଥାର ଉଦ୍‌ଘାଟନ !

Mo Dhenkanal

Leave a Comment

one × three =