Saturday, 18/May/2024 06:43
Mo Dhenkanal
କବିତା

“ ମାଆ ” ମାତୃ ଦିବସ ଉପଲକ୍ଷେ ସ୍ୱତନ୍ତ୍ର କବିତା

ମତେ ପୃଥିବୀକୁ ଆଣିବାରେ
ମୋ ଦେଖିବାରେ, ଶୁଣିବାରେ
ମୋ କହିବାରେ, ସହିବାରେ
ସବୁଠୁ ବେଶୀ ଅବଦାନ ଯଦି ଥାଏ କାହାର !
ମାଆ… ମାଆ… ମାଆ
କେବଳ ଗୋଟିଏ ଉତ୍ତର l୦l

FB_IMG_1686103726896
Picsart_22-04-11_10-18-21-175

ମୋ ଆଖିରେ ଦେଖିଲେ ଲୁହ
ଶୁଖି ଯାଏ ତାର ମୁହଁ
ମୋ ଓଠରେ ନଥିଲେ ହସ
କରଇ ଶହେ ଜିଜ୍ଞାସ
ମୋ ହସିବାରେ, ମିଶିବାରେ
ମୋ ଶୋଇବାରେ, ଉଠିବାରେ
ସବୁଠୁ ବେଶୀ ଅବଦାନ ଯଦି ଥାଏ କାହାର !
ମାଆ… ମାଆ… ମାଆ
କେବଳ ଗୋଟିଏ ଉତ୍ତର l ୧ l

IMG-20230205-WA0003
Picsart_22-04-11_10-18-21-175

ମୋ ଦିହରେ ଖଣ୍ଡିଆ ହେଲେ
ଲଗାଏ ପଟି ପହିଲେ
କେବେ ସାରା ରାତି ନିଜେ ଚେଇଁ
ଦିଏ ସେ ମତେ ଶୁଆଇ
ମୋ ଲେଖିବାରେ, ପଢିବାରେ
ମୋ ଭାବିବାରେ, ବୁଝିବାରେ
ସବୁଠୁ ବେଶୀ ଅବଦାନ ଯଦି ଥାଏ କାହାର !
ମାଆ… ମାଆ… ମାଆ
କେବଳ ଗୋଟିଏ ଉତ୍ତର l ୨ l

Picsart_22-04-11_10-18-21-175

ମୋ ଚେହେରାକୁ ଚାହିଁ ଯିଏ
ମନ କଥା ବୁଝି ଯାଏ
ମୋ ନୀରବତାର କାରଣ
(ଖୋଜି) ପାଇବାରେ ବିଚକ୍ଷଣ
ମୋ ଖେଳିବାରେ, ବୁଲିବାରେ
ମୋ ଗପିବାରେ, ଗାଇବାରେ
ସବୁଠୁ ବେଶୀ ଅବଦାନ ଯଦି ଥାଏ କାହାର !
ମାଆ… ମାଆ… ମାଆ
କେବଳ ଗୋଟିଏ ଉତ୍ତର l ୩ l

ମୋ ପାଇଁକି ମାଆ ପଣତ
ସ୍ୱର୍ଗଠୁ ବଳି ସମ୍ପଦ
ତା ହାତ ଥିଲେ ମୋ ମଥାରେ
(ମୁଁ ) ଦୁନିଆକୁ ଜିଣିପାରେ
ମୋ ମନନରେ, ମନୀଷାରେ
ମୋ ଧରିବାରେ, ଛାଡିବାରେ
ସବୁଠୁ ବେଶୀ ଅବଦାନ ଯଦି ଥାଏ କାହାର !
ମାଆ… ମାଆ… ମାଆ
କେବଳ ଗୋଟିଏ ଉତ୍ତର l ୪ l

ମୋ ମାଆର କାହିଁ ତୁଳନା !
(ତା )ଋଣର ନାହିଁ କଳନା
ମୁଁ ଜନ୍ମ ପରେ ଜନ୍ମ ନେଇ
ଆସିବି ଶୁଝିବା ପାଇଁ
ମୋ ଉତ୍ସାହରେ, ଆବେଗରେ
ମୋ ଅସ୍ମିତାରେ, ଆଭୋଗରେ
ସବୁଠୁ ବେଶୀ ଅବଦାନ ଯଦି ଥାଏ କାହାର !
ମାଆ… ମାଆ… ମାଆ
କେବଳ ଗୋଟିଏ ଉତ୍ତର l ୫ l

କବି- ସୌମ୍ୟେନ୍ଦ୍ର ମିଶ୍ର

ଗଣିତ ଅଧ୍ୟାପକ,
ନୂଆ ଶାସନ, ଢେଙ୍କାନାଳ ।।

ମୋ ସାହିତ୍ୟ

ମୋ ଢେଙ୍କାନାଳ

 

Leave a Comment

2 × five =