Thursday, 25/April/2024 11:08
Mo Dhenkanal
ଢେଙ୍କାନାଳ ଖବର

ଜିଲ୍ଲା ପରିଷଦ ସମୀକ୍ଷା ବୈଠକ ଅନୁଷ୍ଠିତ ।

ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମସ୍ତ ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ମଡେଲ ରୋଡ, ପାର୍କ, ପୋଖରୀ, ଖେଳପଡିଆ, ଅମୃତସରୋବର ପ୍ରକଳ୍ପ ସମେତ ଅନ୍ୟାନ୍ୟ ପ୍ରୋଜେକ୍ଟ ଗୁଡିକୁ ଆଗାମୀ ମାର୍ଚ୍ଚ ମାସ ସୁଦ୍ଧା ଶେଷ କରିବାକୁ ଜିଲ୍ଲାପାଳ ସମସ୍ତ ବିଡିଓ, ଯନ୍ତ୍ରୀ ଏବଂ ଏ.ପି.ଓ. ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

FB_IMG_1686103726896
Picsart_22-04-11_10-18-21-175

ପ୍ରତି ପଞ୍ଚାୟତର ମୌଳିକ ଆବଶ୍ୟକତା ପୂରଣ, ଶିଶୁ ଓ ମହିଳା ମାନଙ୍କ ସାମଗ୍ରିକ ବିକାଶ ନିମନ୍ତେ ବିଡିଓ ମାନେ ଅଧିକ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଜିଲ୍ଲାର ଉଦ୍ୟାନ କୃଷି ଉତ୍ପାଦର ସଂରକ୍ଷଣ ନିମନ୍ତେ ପ୍ରତି ବ୍ଲକରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ବିଦ୍ୟୁତ ଏବଂ ସୌରଚଳିତ ଶୀତଳ ଭଣ୍ଡାର ନିର୍ମାଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ ।

IMG-20230205-WA0003
Picsart_22-04-11_10-18-21-175

ଏସ.ଆଇ.ଆର.ଡି. (State Institute_of_Rural Development) ର ଅତିରିକ୍ତ ନିର୍ଦ୍ଦେଶିକା ଶ୍ରୀମତୀ ଅମୀତା ପାତ୍ର, ମିଶନ ଅନ୍ତୋଦୟ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ଆସନ୍ତା ମେ ମାସ ୨୭ ତାରିଖ ସୁଦ୍ଧା ଏସ.ଇ.ବି.ସି. ର ସର୍ଭେ ଶେଷକରି ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ପାଇବାରେ ନିଶ୍ଚିତ କରାଇବାକୁ ସେ ବିଡିଓ, ତହସିଲଦାର, ସୁପରଭାଇଜର, ଅଙ୍ଗନୱାଡି କର୍ମୀମାନଙ୍କୁ କହିଥିଲେ । ପଞ୍ଚାୟତରେ ହେଉଥିବା ମଡେଲ ପ୍ରୋଜେକ୍ଟ ଗୁଡିକୁ ବିନିଯୋଗ କରି ପଞ୍ଚାୟତର ଆୟ ବୃଦ୍ଧି ଉପରେ ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଥିଲେ ।

Picsart_22-04-11_10-18-21-175

ବୈଠକରେ ସମସ୍ତ ବିଡିଓ ବ୍ଳକରେ କାର୍ଯ୍ୟକାରୀ ହେଉଥିବା ମଡେଲ ରୋଡ, ପାର୍କ, ଖେଳପଡିଆ, ପୋଖରୀ, ଅମୃତସରୋବର, ମିଶନ ଶକ୍ତି ଗୃହ, କଲ୍ୟାଣ ମଣ୍ଡପ, ଚେକ ଡ୍ୟାମ, ଜଳସେଚନ ନିମନ୍ତେ ଫିଡର ଚାନେଲ, ଡଗ ୱେଲ ଆଦି ପ୍ରୋଜେକ୍ଟ ଗୁଡିକ ସମ୍ପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ । ଓଡିଶା ଜୀବିକା ମିଶନ ଏବଂ ମିଶନ ଶକ୍ତିର କାର୍ଯ୍ୟ ସମୀକ୍ଷା ସହିତ ଅଧ୍ଵକରୁ ଅଧିକ ଶ୍ରମ ଦିବସ ସୃଷ୍ଟି ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଛି ।

ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ଶ୍ରୀ ତନ୍ମୟ କୁମାର ଦରୱାନ ସମସ୍ତଙ୍କୁ ସ୍ବାଗତ କରି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।

ଏହି ବୈଠକରେ ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ଦତ୍ତ (ପ୍ରଶାସନ), ସମସ୍ତ ବିଡିଓ, ଆସିଷ୍ଟାଣ୍ଟ ଇଞ୍ଜିନିୟର, ଏ.ପି.ଓ., ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

13 − eleven =