ଢେଙ୍କାନାଳ ସ୍ୱୟଂ ଶାସିତ ଓ ଢେଙ୍କାନାଳ କନିଷ୍ଠ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ଆନୁକୂଲ୍ୟରେ ଆୟୋଜିତ ତ୍ରିଦିବସୀୟ କ୍ଲସ୍ଟର ସ୍ୱଚ୍ଛାସେବୀ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇ ଯାଇଛି ।
ଉଦଯାପନି ଉତ୍ସବରେ ଢେଙ୍କାନାଳ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରଶ୍ମି ମିଶ୍ର ସ୍ବେଚ୍ଛାସେବୀ ମାନଙ୍କୁ ନିଜ ପରିବାରରୁ ସେବା କାର୍ଯ୍ୟ ଆରମ୍ଭ କରିବାକୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ଗଣିତ ବିଭାଗର ମୁଖ୍ୟ ଡ଼ଃ ସୁଲେଖା ବଳିଆର ସିଂ ଯୋଗଦେଇ ଶିବିରାର୍ଥୀଙ୍କ ରେଡ଼କ୍ରସର ମୂଳମନ୍ତ୍ର ସମ୍ବନ୍ଧରେ ଅବଗତ କରିଥିବା ବେଳେ ଡ଼ଃ ପୂର୍ଣ୍ଣଚନ୍ଦ୍ର ବରାଳ ସଭା ପରିଚାଳନା କରିଥିଲେ । ଶିବିରାର୍ଥୀଙ୍କୁ ସାହସୀ ଓ କ୍ଷମାଶୀଳ ହେବାସହ ସମାଜ କଲ୍ୟାଣ ନିମନ୍ତେ ଜୀବନ ସମର୍ପିତ କରିବାକୁ ଉଦବୋଧନ ଦେଇଥିଲେ ।
ସୂଚନା ଯୋଗ୍ୟକି ଏହି ତିନିଦିନିଆ ଶିବିରରେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟ, ଢେଙ୍କାନାଳ ସ୍ୱୟଂ ଶାସିତ ଓ କନିଷ୍ଠ ମହାବିଦ୍ୟାଳୟ, ଉତ୍କଳ ମଣି ଗୋପବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସଚ୍ଚିଦାନନ୍ଦ ମହାବିଦ୍ୟାଳୟର ୨୦ ଜଣ ସ୍ବେଚ୍ଛାସେବୀ ମାନେ ପ୍ରଶିକ୍ଷିତ ହୋଇଥିଲେ । ଏହି ଶିବିରରେ ଡ଼ଃ ଏସ୍ ଏନ୍ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,( ପ୍ରାଥମିକ ଚିକିତ୍ସା), ଶ୍ରୀ ନିମାଇଁ ଚରଣ ଦାସ,( ଡିଜାଷ୍ଟର ମ୍ୟାନେଜମେଣ୍ଟ) , ସମିତା ଶତପଥି, (ଏଚ. ଆଇ.ଭି ଏଡ୍ସ), ଶ୍ରୀ ସୁଶାନ୍ତ କୁମାର ପ୍ରଧାନ (ବ୍ଲଡ଼ ସାଇନସ), ବିଚିତ୍ରା ନନ୍ଦ କର (ଏସ.ଆଇ ଟ୍ରାଫିକ ପୋଲିସ) , ଡ଼ଃ ଭୁପେଶ ଚନ୍ଦ୍ର ସାହୁ (ଦର୍ଶନ ବିଭାଗ) ଉପସ୍ଥିତ ରହି ଶିକ୍ଷା ପ୍ରଦାନ କରିଥିଲେ । ଏହି ଅବସରରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶ୍ରୀ ଦିଲ୍ଲୀପ କୁମାର ଦାସ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ:- ବିଜ୍ଞାନ ମହାନ୍ତି