Monday, 07/October/2024 10:57
Mo Dhenkanal
ଢେଙ୍କାନାଳ ଖବର

ଆମେଚର ତାଇକୋଣ୍ଡୋ ପକ୍ଷରୁ ବିଶ୍ୱ ତାଇକୋଣ୍ଡୋ ଦିବସ ପାଳିତ !

ସଦର ବ୍ଲକ୍ ଅନ୍ତର୍ଗତ ଭାପୁରସ୍ଥିତ ଦେବେନ୍ଦ୍ର ଶତପଥୀ ମେମୋରିଆଲ୍ କଲେଜ୍‌ଠାରେ ବିଶ୍ୱ ତାଇକୋଣ୍ଡ ଦିବସ ଉପଲକ୍ଷେ ଆମେଚର୍ ତାଇକୋଣ୍ଡୋ ଓ ଗୁରୁଦେବଜୀ ମାର୍ଶାଲ୍ ଆର୍ଟ ପକ୍ଷରୁ “ମିଶନ ସୁରକ୍ଷା ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।
  ଏହି କାର୍ଯ୍ୟକ୍ରମରେ କଲେଜ୍‌ର ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରୀମାନଙ୍କୁ କରୋନା କଟକଣାରେ ଆତ୍ମରକ୍ଷା କୌଶଳ ଶିକ୍ଷା ପ୍ରଦାନ  କରାଯିବା ସହିତ ଏକାଡେମୀ ପକ୍ଷରୁ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରାଯାଇଥିଲା । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦକ ଇଂ.ସୌମ୍ୟବ୍ରତ ସାହୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରଶିକ୍ଷକ ଭାବେ କୌଶଳ ଶିଖାଇବା ସହ ଆତ୍ମ ବିଶ୍ୱାସ ହିଁ ଆତ୍ମ ରକ୍ଷା ବୋଲି ମତପ୍ରକାଶ କରିଥିଲେ ।
  ଏହି ଦିବସରେ କଲେଜ୍‌ର ଅଧ୍ୟକ୍ଷ ଚନ୍ଦ୍ରଶେଖର ପଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମର ଉପକାରିତା ଓ କୌଶଳକୁ ଅନୁଭବ କରି ଅନୁଷ୍ଠାନର ଏହିଭଳି ସମାଜ କଲ୍ୟାଣ କାର୍ଯ୍ୟ ପାଇଁ ଭୂୟସୀ ପ୍ରଶଂସା କରିବା ସହ ଆମ କଲେଜ୍‌ରେ ଆୟୋଜନ କରିଥିବାରୁ ଶ୍ରୀ ସାହୁଙ୍କୁ ଧନ୍ୟବାଦ ଜଣାଇଥିଲେ ।

FB_IMG_1686103726896
Picsart_22-04-11_10-18-21-175

  ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଶୁଭ ପ୍ରସାଦ ପଣ୍ଡା ଯୋଗଦେଇ ତାଇକୋଣ୍ଡୋର ଗୁରୁତ୍ୱ ଉପରେ ଛାତ୍ରୀମାନଙ୍କୁ ଜଣାଇବା ସହିତ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଡାର୍ଲିନ୍ ଡାଲ୍‌ଟନ୍‌, ଇନ୍ଦ୍ରଜିତ୍ ସାହୁ, ପ୍ରତାପ ନାୟକ, ମିଶନ ସୁରକ୍ଷାର ସଦସ୍ୟା ମୋହିନୀ ମୋନାଲିସା, ଛାତ୍ରୀ ଯାଜ୍ଞଶ୍ରୀ ଶତପଥୀ ପ୍ରମୁଖ ଉପସ୍ତିତ ରହି ସହଯୋଗ କରିଥିଲେ ।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

four × 5 =