Sunday, 08/September/2024 09:52
Mo Dhenkanal
ଢେଙ୍କାନାଳ ଖବର

ଉଫୁନା ପକ୍ଷରୁ ବିଶ୍ୱଶାନ୍ତି ଦିବସ ଅନୁଷ୍ଠିତ ହୋଇଯାଇଛି ।


ଏଥିରେ ଉଫୁନାର ରାଜ୍ୟ ଅଧ୍ୟକ୍ଷ ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ରୂପେ ପୂର୍ବତନ ସିବିଆଇ ଜଜ୍ ଭିକାରୀ ଚରଣ ରାଉତ ଯୋଗଦେଇ  କହିଲେ ଯେ, ସମଗ୍ର ବିଶ୍ୱରେ  ବିଭିନ୍ନ ଦେଶ ନିଜ ଦେଶ ଦେଶ ମଧ୍ୟରେ ଯୁଦ୍ଧ କରି ବିଶ୍ୱ ଶାନ୍ତିକୁ ନଷ୍ଟ କରିଦେଉଛନ୍ତି । ଧର୍ମ ଧର୍ମ ମଧ୍ୟରେ ସଂଗ୍ରାମ ଓ ଜାତି ଜାତି ମଧ୍ୟରେ ଲଢେଇ  କରିବା ଦ୍ୱାରା ବିଶ୍ୱ ଶାନ୍ତି ପ୍ରତିଷ୍ଠା ହୋଇ ପାରିନାହିଁ । 

FB_IMG_1686103726896
Picsart_22-04-11_10-18-21-175


  ଆଡଭୋକେଟ ମନୋରଞ୍ଜନ ପଟ୍ଟନାୟକ କହିଲେ ଯେ, ଫିନ୍‌ଲ୍ୟାଣ୍ଡ ଦେଶର ଜନତା ଖୁବ୍ ସୁଖ ସ୍ୱାଛନ୍ଦରେ ରହି ଯଥେଷ୍ଟ ଶାନ୍ତି ପାଉଛନ୍ତି । ଅର୍ଥନୈତିକ ବୈଷମ ଯୋଗୁଁ ବହୁଦେଶ ଶାନ୍ତିରେ ରହି ପାରୁ ନାହାଁନ୍ତି ।  ଓଡ଼ିଶା ସାହିତ୍ୟ ଏକାଡେମୀର ସଭ୍ୟ କବି ବାହାଦୂର ପାଟ୍ଟସାହାଣୀ ଶାନ୍ତି ଓ ସଂଘତି ଉପରେ ଏକ କବିତା ଆବୃତି କରିଥିଲେ । ବର୍ତ୍ତମାନ ସମୟରେ କରୋନା ବ୍ୟାଧି ଯୋଗୁଁ ବହୁଲୋକ ଦାରିଦ୍ର‌୍ୟର ସୀମା ରେଖା ତଳେ ରହି ଭୋକ ଉପାସରେ ସମୟ ବିତାଉଛନ୍ତି । ବିଶ୍ୱରେ ଶାନ୍ତି ସମୃଦ୍ଧି ପାଇଁ ବିଶ୍ୱ ଜାତିସଂଘ ନେତୃତ୍ୱ ନେଉବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ ।

IMG-20230205-WA0003
Picsart_22-04-11_10-18-21-175


   ପ୍ରଫେସର ଦିଲ୍ଲିପ ନନ୍ଦ, ଇଂ ଡମ୍ବରୁଧର ପଣ୍ଡା, ସମାଜବାଦୀ ନେତା ସରୋଜ ଶତପଥୀ,  ପ୍ରଫେସର କ୍ଷୀରୋଦ ନାୟକ, ବିପିନି ବିହାରୀ ବେହେରା, ଅଧ୍ୟାପିକା ମଞ୍ଜୁଶ୍ରୀ ମୁଖୀ, ପ୍ରାକୃତିକ ଚିକିତ୍ସା କେନ୍ଦ୍ରର ପରିଚାଳକ  ପିତବାସ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ବିଚିତ୍ରାନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

seven − one =