ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ଯୁବ ଅନୁଷ୍ଠାନ ବଜରଙ୍ଗ କ୍ଲବ, କଙ୍କଡାହାଡ ଶାଖା ତରଫରୁ ବିଶ୍ଵ ପ୍ରକୃତି ସଂରକ୍ଷଣ ଦିବସ ଅବସରରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଦର ବ୍ଲକ୍ ଅନ୍ତର୍ଗତ କଙ୍କଡାହାଡ ଗ୍ରାମପଞ୍ଚାୟତରେ ଅବସ୍ଥିତ କଙ୍କଡାହାଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ କଙ୍କଡାହାଡ ଗ୍ରାମର ଯୁବକ ଗୋଷ୍ଠୀ ଏକତ୍ର ହୋଇ ଚାରା ରୋପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ବେଛାସେବୀ ନକୂଳ ବେହେରା ଓ ସମ୍ମାନିତ ଅତିଥି ଅରୂପାନନ୍ଦ ମହାରଣା ଯୋଗ ଦେଇ ସାଂପ୍ରତିକ ପରିସ୍ଥିତିରେ ବୃକ୍ଷରୋପଣର ଉପାଦୟତା ଏବଂ ଉପକାରିତା ବିଷୟରେ ଆଲୋକପାତ କରିଥିଲେ । ବୃକ୍ଷ ଆମର ବନ୍ଧୁ ଓ ବୃକ୍ଷ ରୋପଣ ଦ୍ବାରା ଆଗାମୀ ଦିନରେ ସୁସ୍ଥ ସମାଜ ଗଠନ ହୋଇପାରିବ, ଏହିଭଳି ଚିନ୍ତାଧାରା ରଖ ଚାରାରୋପଣକୁ ଯୁବକ ଗୋଷ୍ଠୀ ସୂଚାରୁ ରୂପେ ସମ୍ପାଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ କଦମ୍ବ, ଅଂଳା, ରକ୍ତଚନ୍ଦନ ଚମ୍ପା, ନାଗେଶ୍ବର, ଜାମୁ ଓ ବେଲ ଇତ୍ୟାଦି ଉପାଦେୟ ଚାରା ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ କ୍ଲବର ସଭାପତି ଜିତେନ୍ଦ୍ର ବେହେରା, ଉପସଭାପତି ଅଜୀତ୍ ମହାରଣା, ସଂପାଦକ ବିଶ୍ବଜିତ୍ ବେହେରା, ସହ-ସଂପାଦକ ଜ୍ୟୋତି ରଞ୍ଜନ ସେଠୀ ଓ ସଭ୍ୟ ମନୋଜ କୁମାର ବେହେରା, ରାକେଶ ବେହେରା, ପ୍ରଦ୍ୟୁମ୍ନ ବେହେରା, ତନ୍ମୟ ବେହେରା ପ୍ରମୁଖ ଯୋଗଦାନ କରି ବୃକ୍ଷରୋପଣ କରିଥିଲେ । କ୍ଲବର ଏଭଳି ଉଦ୍ୟମକୁ ସାଧାରଣରେ ଭୂୟଷୀ ପ୍ରଶଂସା କରାଯାଇଥିବାବେଳେ ଆଗାମୀ ଦିନରେ ଏଭଳି ଜନହୀତକର କାର୍ଯ୍ୟ ଜାରି ରହିବ ବୋଲି କ୍ଲବ ପକ୍ଷରୁ କହିଛନ୍ତି ବଜରଙ୍ଗ କ୍ଲବର କର୍ମକର୍ତ୍ତା ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ