Sunday, 08/September/2024 10:31
Mo Dhenkanal
ଢେଙ୍କାନାଳ ଖବର

ବିଶ୍ୱ ମାନବୀୟ ଅଧିକାର ଦିବସ ରେ ମହିଳା ପ୍ରତି ହିଂସା ବିରୁଦ୍ଦରେ ୧୬ଦିନିଆ ସଚେତନତା କାର୍ଯ୍ୟକ୍ରମ ବ୍ଲକ ସଭାଗୃହରେ ଉଦଯାପନ

ଢ଼େଙ୍କାନାଳ: ମହିଳା ଓ ବାଳିକା ଗ୍ରାମପଞ୍ଚାୟତ ପ୍ରକଳ୍ପ (ୟୁଏନଏଫପିଏ , ଶୋଭା, ପ୍ରେମ )ଆନୁକୂଲ୍ୟରେ ମହିଳା ପ୍ରତି ହିଂସା ବିରୋଧ କରି ୧୬ଦିନିଆ ସଚେତନ କାର୍ଯ୍ୟକ୍ରମର ଅପରାହ୍ନ ରେ ଗନ୍ଦିଆ ବ୍ଲକସଭାଗୃହରେ ସମାରୋପ ହୋଇଯାଇଛି ।

FB_IMG_1686103726896
Picsart_22-04-11_10-18-21-175

ସୂଚନା ଥାଉ କି ଗତ ୨୫ ନଭେମ୍ବର ରୁ ଆରମ୍ଭ ହୋଇ ୧୦ ଡ଼ିସେମ୍ବର ମାନବୀୟ ଅଧିକାର ଦିବସ ରେ ଶେଷ ହୋଇଛି।|ଏହି ସଭାରେ ଗନ୍ଦିଆ ବ୍ଲକ ର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିଶୋର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ମାନଙ୍କର ସୁରକ୍ଷା ଉପରେ ଆଲୋକ ପାତ କରିଥିଲେ ।

IMG-20230205-WA0003
Picsart_22-04-11_10-18-21-175

ମୁଖ୍ୟବକ୍ତା ଭାବେ ଏନଏଚଏମ ଆଡଲସେଣ୍ଟ ମେଣ୍ଟର ପ୍ରଳୟ ଦାସ, ସମ୍ମାନିତ ଅତିଥୀ ଭାବେ ସମ୍ୱନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ର ବ୍ଲକ ଅଧିକାରିଣୀ ଉର୍ମିଳା ଦେହୁରୀ, ଏ. ବି. ଇ.ଓ ଜ୍ୟୋତିର୍ମୟୀ ନାଥଶର୍ମା, ବିପିସି ମିଶନ ଶକ୍ତି ସସ୍ମିତା ରାଉତ , ବିପିଏମ ବୀରକିଶୋର ପଣ୍ଡା,ଗନ୍ଦିଆ ଡିଜିଟାଲ ମିଡ଼ିଆ ଆସୋସିଏସନର ସଭାପତି ପ୍ରଦୀପ ଦାସ,ବାଳିକା ଓ ମହିଳା ଗ୍ରାମପଞ୍ଚାୟତ ପ୍ରକଳ୍ପର ଜ଼ିଲ୍ଲା ସଂଯୋଜିକା ବିଜୟଲଷ୍ମୀ ସିଂ,ପୋରୁହଖୋଜ ସରପଞ୍ଚ ଶୁଭଦର୍ଶିନୀ ପରିଡ଼ା ଯୋଗ ଦେଇ ଘରୋଇ ହିଂସା ,କିଶୋରୀ ମାନଙ୍କ ପ୍ରତି ହେଉଥିବା ଯୌନ ଉତ୍ପୀଡନା ,କର୍ମକ୍ଷେତ୍ରରେ କର୍ମଜୀବୀ ମହିଳା ମାନଙ୍କ ଉପରେ ହେଉଥିବା ଶାରୀରିକ ଓ ମାନସିକ ସ୍ତରରେ ହେଉଥିବା ନିର୍ଯାତନାର ,ଲିଙ୍ଗଗତ ଭେଦଭାବ ଓ ବାଲ୍ୟ ବିବାହ ଯୌତୁକ ପ୍ରଥା ପରି କୁସଂସ୍କାର ଏବଂ କୁପ୍ରଥା କିପରିଭାବେ ସମାଜ ରୁ ଦୂର ହୋଇପାରିବ ଏହା ଉପରେ ପୁଙ୍ଖନୁପୁଙ୍ଖ ଭାବେ ଆଲୋଚନା ହେବା ସହିତ ଆଜିର ବିଶ୍ୱ ମାନବୀୟ ଅଧିକାର ଦିବସ ରେ ଏ ସବୁ କୁସଂସ୍କାର ଓ କୁପ୍ରଥା ଓ ମହିଳାଙ୍କ ପ୍ରତି ସମସ୍ତ ପ୍ରକାର ହିଂସା କୁ ବିରୋଧ କରି ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ସମସ୍ତେ ଶପଥ ନେଇଥିଲେ ।

Picsart_22-04-11_10-18-21-175

ଗଁଦିଆ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ସଚେତନା ମୂଳକ କାର୍ଯ୍ୟକ୍ରମ ପାଇଁ ଜିପିଡିପି ରେ ବଜେଟ ଅନ୍ତର୍ଭୁକ କରିବା ପାଇଁ ଚଳିତ ବର୍ଷ ର ଶେଷ ପଞ୍ଚାୟତ ଗ୍ରାମସଭା ରେ ପଞ୍ଚାୟତ ଗୁଡିକୁ ପତ୍ର ମାଧ୍ୟମ ରେ ସୂଚିତ କରିଥିବାରୁ ବିଡିଓ ଶ୍ରୀ ସାହୁ ଓ ଜିପିଓ ଅଭିରାମ ନାୟକ ଙ୍କୁ ଆଜିର ସଭା ସାଧୁବାଦ ଜଣାଇଛି ।

ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା, କିଶୋରୀ ବାଳିକା, ଏଏନଏମ , ଓକିଲ ବନ୍ଧୁ ଗଣମାଧ୍ୟମ ର ପତିନିଧି ବନ୍ଧୁ ଗଣ ଅଂଶଗ୍ରହଣ କରିଥିଲେ. ବାଳିକା ଓ ମହିଳା ଗ୍ରାମପଞ୍ଚାୟତ ପ୍ରକଳ୍ପ ର ବ୍ଲକ ସଂଯୋଜୀକା ଶୁଭଶ୍ରୀ ପାଇଟାଳ ସଭାପତିତ୍ୱ କରିବା ସହିତ ଏହି ସଭା କାର୍ଯ୍ୟ ପରିଚାଳନା କରିଥିଲେ ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

seventeen + eighteen =