Sunday, 08/September/2024 08:44
Mo Dhenkanal
ଢେଙ୍କାନାଳ ଖବର ସ୍ପେସିଆଲ ରିପୋର୍ଟ

ସ୍ୱତନ୍ତ୍ର ରିପୋର୍ଟ ବିଶ୍ୱ ହସ୍ତୀ ଦିବସ

ଆଜି ବିଶ୍ୱ ହସ୍ତୀ ଦିବସ। ହାତୀଙ୍କ ପାଇଁ ଦିନଟିଏ । ଏମାନଙ୍କ ସୂରକ୍ଷା ପାଇଁ ସାଧାରଣରେ ଜନସଚେତନତା ସୃଷ୍ଟି କରିବା ପାଇଁ ହସ୍ତୀ ଦିବସ ପାଳନ ହୋଇଥାଏ । ଐତିହ୍ୟ ପ୍ରାଣୀ ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୨କୁ ହସ୍ତୀ ଦିବସ ଭାବେ ପାଳନ କରାଯାଇ ଆସୁଛି। ପ୍ରଥମ ବିଶ୍ୱ ହସ୍ତୀଦିବସ ୨୦୧୨ ମସିହା ଅଗଷ୍ଟ୧୨ରେ ଆରମ୍ଭ ହୋଇଥିଲା । ଦିନକୁ ଦିନ ଜଙ୍ଗଲ ନଷ୍ଟ ହୋଇଥିବା । ଖଣି ଖାଦାନର ବୃଦ୍ଧି ଘଟିବା ଫଳରେ ହାତୀମାନଙ୍କର ବାସସ୍ଥାନରେ ସଙ୍କୁଚିତ ହେଉଛି । ଅସାମାଜିକ ଲୋକେ ମଧ୍ୟ ହାତୀ ଶିକାର କରୁଛନ୍ତି । ବର୍ଷ ବର୍ଷ ଧରି ହାତୀ-ମଣିଷ ଲଢ଼େଇ ଜାରି ରହିଥିବାବେଳେ କେତେବେଳେ ହାତୀ ତ ପୁଣି କେବେ ମଣିଷର ଜୀବନ ଯାଉଛି। ଏକ ଦଶନ୍ଧିରେ ଓଡ଼ିଶାରେ ହାତୀଙ୍କ ସ୍ଥିତି ଏଭଳି ହୋଇଥିଲେ ମଧ୍ୟ କାହାର ନିଘା ନାହିଁ। ହାତୀ ଓ ମଣିଷମାନଙ୍କ ଭିତରେ ତିକ୍ତତା ଦୂର କରିବା ସହ ହାତୀ ବଂଶକୁ ସଂରକ୍ଷିତ କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଆଜିର ଦିନରେ ବିଶ୍ୱ ହସ୍ତୀ ଦିବସ ପାଳନ କରାଯାଉଛି ।
୧୯୭୯ରେ ଓଡ଼ିଶାରେ ୨୦୪୪ଟି ହାତୀ ରହିଥିଲେ ମଧ୍ୟ ୪ ଦଶନ୍ଧି ପରେ ବି ସଂଖ୍ୟା ବଢ଼ିପାରିନି। ୨୦୧୭ ଗଣନା ବେଳେ ରାଜ୍ୟର ୨୬ଟି ଜିଲ୍ଲାରେ ହାତୀଙ୍କ ଉପସ୍ଥିତି ଥିବା ବେଳେ ୧୯୭୬ଟି ହାତୀ ଚିହ୍ନଟ ହୋଇଥିଲେ। ଦିନ ଥିଲା ଓଡ଼ିଶାକୁ ହାତୀଙ୍କ ଭୂସ୍ବର୍ଗ କୁହାଯାଉଥିଲା। ଏବେ କିନ୍ତୁ ଏହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ରାଜ୍ୟରେ ହାତୀ ବଂଶ ବୃଦ୍ଧି ପାଉଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟାକୁ ନେଇ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ୨୦୧୨ ଗଣନାରେ ହାତୀ ସଂଖ୍ୟା ୧୯୩୦ ଥିବାବେଳେ ୨୦୧୫ରେ ୧୯୫୪ ଓ ୨୦୧୭ରେ ଏହା ବୃଦ୍ଧି ପାଇ ୧୯୭୬ରେ ପହଞ୍ଚତ୍ଛି। ହାତୀ ସୁରକ୍ଷା ଓ ସଂରକ୍ଷଣ ପାଇଁ ବିଭିନ୍ନ ଯୋଜନାରେ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି। ଏହାସତ୍ତ୍ୱେ ପ୍ରତିବର୍ଷ ବିଭିନ୍ନ କାରଣରୁ ହାତୀଙ୍କ ମୃତ୍ୟୁ ଘଟୁଛି। ଗତ ୮ବର୍ଷରେ ରାଜ୍ୟରେ ମୋଟ ୫୪୮ହାତୀ ମରିଛନ୍ତି। ୨୦୧୧-୧୨ରେ ୬୮ ହାତୀ ମରିଥିବାବେଳେ ୨୦୧୨-୧୩ରେ ୮୨, ୨୦୧୩-୧୪ରେ ୭୦, ୨୦୧୪-୧୫ରେ ୫୫, ୨୦୧୫-୧୬ରେ ୮୫, ୨୦୧୬-୧୭ରେ ୭୫, ୨୦୧୭-୧୮ରେ ୭୮ ଓ ୨୦୧୮-୧୯ରେ ୩୫ ହାତୀଙ୍କ ମୃତ୍ୟୁ ଘଟିଥିବା ସରକାରୀ ରିପୋର୍ଟ କହୁଛି। ରିପୋର୍ଟ ଅନୁସାରେ, ଶିକାରରେ ୩୦ ହାତୀ ମରିଥିବାବେଳେ ବିଷଜନିତ କାରଣରୁ ୯, ବିଦ୍ୟୁତ୍‌ ଆଘାତରେ ୭୦ ହାତୀଙ୍କ ଜୀବନ ଯାଇଛି। ତେବେ ବିଦ୍ୟୁତ୍‌ଜନିତ ମୃତ୍ୟୁ ଦୁଇ ପ୍ରକାର ହୋଇଥାଏ। ଗୋଟିଏ ଆକସ୍ମିକ ଓ ଅନ୍ୟଟି ଉଦ୍ଦେଶ୍ୟମୂଳକ। ୨୮ ହାତୀ ଆକସ୍ମିକ ଭାବେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାରୁ ମୃତ୍ୟୁ ଘଟିଛି। ଆଉ ୪୨ ହାତୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବିଦ୍ୟୁତ୍‌ ଆଘାତରେ ମାରିଦିଆଯାଇଛି। ସେହିପରି ୧୦୬ ହାତୀଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏଥି ମଧ୍ୟରେ ଟ୍ରେନ ଦୁର୍ଘଟଣାରେ ୨୨, ରାସ୍ତା ଦୁର୍ଘଟଣାରେ ୨ ଓ ଅନ୍ୟ ଦୁର୍ଘଟଣା(ହାତୀ ହାତୀ ମଧ୍ୟରେ ଆକ୍ରମଣ, ଉଚ୍ଚ ସ୍ଥାନରୁ ଖସିପଡ଼ି)ରେ ୮୨ ହାତୀ ମରିଛନ୍ତି। ଅନ୍ୟପକ୍ଷରେ ରୋଗରେ ମୋଟ ୧୫୬ ହାତୀ ମରିଛନ୍ତି। ସେଥିମଧ୍ୟରୁ ଆନ୍ଥ୍ରାକ୍ସରେ ୩୧ ଓ ଅନ୍ୟ ରୋଗରେ ୧୨୫ ହାତୀଙ୍କର ମୃତ୍ୟୁ ଘଟିଛି। ୭୨ ହାତୀଙ୍କ ପ୍ରାକୃତିକ ବା ସ୍ବାଭାବିକ ମୃତ୍ୟୁ ଘଟିଥିବାବେଳେ ଆଉ ୧୦୫ ହାତୀଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ତେବେ ବେସରକାରୀ ତଥ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ଢ଼େର୍‌ ଅଧିକ ରହୁଛି। ଓଡ଼ିଶା ଓ୍ବାଇଲ୍ଡ ଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା(ଡବ୍ଲ୍ୟୁଏସ୍‌ଓ)ର ତଥ୍ୟ ଅନୁସାରେ, ୮ବର୍ଷ ମଧ୍ୟରେ ୯୩ ହାତୀଙ୍କର ବିଦ୍ୟୁତଜନିତ ମୃତ୍ୟୁ ହୋଇଥିବାବେଳେ ଟ୍ରେନ ଦୁର୍ଘଟଣାରେ ୨୫, ଶିକାରରେ ୮୨ ହାତୀ ମରିଛନ୍ତି। ଓଡ଼ିଶାରେ ହାତୀ ମୃତ୍ୟୁକୁ ନେଇ ଡବ୍ଲ୍ୟୁଏସ୍‌ଓର ମୁଖ୍ୟ ବିଶ୍ୱଜିତ୍‌ ମହାନ୍ତି କୁହନ୍ତି, ରାଜ୍ୟ ସରକାର ହାତୀ ସଂଖ୍ୟା ବଢ଼ିଲେ ଠିକ୍‌ ରିପୋର୍ଟ ଦିଅନ୍ତି, କିନ୍ତୁ ମୃତ୍ୟୁ ରିପୋର୍ଟ ଭୁଲ୍‌ ଦିଅନ୍ତି। ଜଙ୍ଗଲରେ ହାତୀ ମରି ପଚି ମାଟିରେ ମିଶିଯାଉଛନ୍ତି। କିନ୍ତୁ ବନ ବିଭାଗ ତାହା ଜାଣିପାରୁ ନାହିଁ। ବିଭିନ୍ନ ସମୟରେ ଗଣମାଧ୍ୟମକୁ ଆସୁ ନ ଥିବା ହାତୀ ମୃତ୍ୟୁକୁ ଲୁଚାଇ ଦିଆଯାଉଛି। ଦାୟିତ୍ୱରେ ରହୁଥିବା ସ୍ଥାନୀୟ ଅଧିକାରୀମାନେ ମଧ୍ୟ ବହୁ ସମୟରେ ଉଚ୍ଚ କର୍ତ୍ତୃପକ୍ଷ ବା ସରକାରଙ୍କୁ ଜଣାଇ ନ ଥାନ୍ତି। ବାସ୍ତବରେ ହାତୀକୁ ସୁରକ୍ଷା ଦେବା ପାଇଁ ବିଭାଗର ଆନ୍ତରିକତା ନାହିଁ। ଏବେ ବି ଅନେକ ହାତୀ ଶିକାର ହେଉଛି ଓ ବହୁ ହାତୀର ମୃତ୍ୟୁର କାରଣ ଜଣାପଡ଼ୁନାହିଁ। ତେଣୁ ସରକାର ପ୍ରତ୍ୟେକ ହାତୀ ମୃତ୍ୟୁର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଉଚିତ। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ। ଯେପର୍ଯ୍ୟନ୍ତ ଶିକାରୀ ବା ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହୋଇଛି ସେ ପର୍ଯ୍ୟନ୍ତ ଶିକାର ହେଉଥିବ। ଅନ୍ୟପକ୍ଷରେ ହାତୀ ମୃତ୍ୟୁ ଘଟଣାରେ ଅଭିଯୁକ୍ତମାନେ କିଛି ଦିନ ଜେଲ୍‌ରେ ରହିବା ପରେ ପ୍ରମାଣ ଅଭାବରୁ ଖସି ଯାଉଛନ୍ତି। ଆଉ ତା’ପରେ ପୁଣି ସେମାନେ ସେହି କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ତେଣୁ ବିଭାଗ ଏ ଦିଗରେ ଗୁରୁତ୍ୱ ଦେବା ଉଚିତ ବୋଲି ମହାନ୍ତି କହିଛନ୍ତି।

FB_IMG_1686103726896
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେ଼ଙ୍କାନାଳ

IMG-20230205-WA0003
Picsart_22-04-11_10-18-21-175
Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

eighteen − 10 =