Thursday, 25/April/2024 10:14
Mo Dhenkanal
ଢେଙ୍କାନାଳ ଖବର

ଆମ ଭାଷା ସୁରକ୍ଷା ପାଇଁ ସବୁ ଓଡ଼ିଆଙ୍କୁ ଆଗେଇ ଆସିବାକୁ ପଡ଼ିବ ।

ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାର ମାତୃଭାଷା ଦିବସ ପାଳିତ ହୋଇଯାଇଛି।ଏଥିରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ ଏଥିରେ ଅଧ୍ୟକ୍ଷତା କରି କହିଲେ, ଓଡ଼ିଆ ଭାଷା ଆମ ଜାତିର ପ୍ରତୀକ। ଏକଦା ଅସ୍ତିତ୍ୱ ବଞ୍ଚାଇବାକୁ ଓଡ଼ିଆ ଭାଷା ସଂଘର୍ଷ କରୁଥିବାବେଳେ ଏହାର ସୁରକ୍ଷା ଲାଗି ଅନେକ ଯୋଗଜନ୍ମା ଆଗେଇ ଆସିଥିଲେ।

FB_IMG_1686103726896
Picsart_22-04-11_10-18-21-175

ବ୍ୟାସକବି ଫକୀର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ନନ୍ଦକିଶୋର ବଳ, ଅଭିମନ୍ୟୁ ସାମନ୍ତସଂହାର, ବ୍ରଜନାଥ ବଡଜେନା, ଯଦୁମଣି ମହାପାତ୍ରଙ୍କ କାଳଜୟୀ ସୃଷ୍ଟି ସେହି ସମୟରେ ଓଡ଼ିଆ ଭାଷାକୁ ନବଜୀବନ ଦେଇଥିଲା। ଏବେ ଓଡ଼ିଆ ଭାଷା ଉପରେ ପୁଣି ଥରେ ସଙ୍କଟ ଘନେଇଲାଣି।

IMG-20230205-WA0003
Picsart_22-04-11_10-18-21-175

ଏହାର ସୁରକ୍ଷା ଲାଗି ପ୍ରତି ଓଡ଼ିଆ ଆଗେଇ ଆସିବା ଦରକାର ବୋଲି ସେ ମତ ଦେଇଥିଲେ।
ଏହି ଉପଲକ୍ଷେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଓଡ଼ିଆ ଭାଷାର ସୁରକ୍ଷା ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ବିମଳ କିଶୋର ବିହାରୀ, ଅଜିତ କୁମାର ରାଉତ, ଶିକ୍ଷୟିତ୍ରୀ ଶର୍ମିଷ୍ଠା ବେହେରା, ମଧୁମିତା ପ୍ରଧାନଙ୍କ ସମେତ ବହୁ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

three × one =