ଢ଼େଙ୍କାନାଳ : ଢେଙ୍କାନାଳ ସୁରକ୍ଷା ସମିତି ତରଫରୁ ପୁରୁଣା ଜିଲ୍ଲା ପରିଷଦ ଭବନରେ ସ୍ବାଧିନତା ସଂଗ୍ରମୀ, ପୂର୍ବତନ ଲୋକସଭା ସଦସ୍ଯ ଓ ପ୍ରଜାମଣ୍ଡଳ ଆନ୍ଦୋଳନର କଣ୍ଣଧାର ସୂର୍ଗତ ବୀର ବୈଷ୍ଣବ ପଟ୍ଟନାୟକଙ୍କର ଅଷ୍ଟମ ଶ୍ରାଦ୍ଧବାର୍ଷିକ ଓ ସ୍ମତିଚାରଣ ଅନୁଷ୍ଠିତ ହୋଇଯାଇଛି ।
ବୀର ବୈଷ୍ଣବ ନଥିଲେ ଢେଙ୍କାନାଳ ଆଜି ସାରା ବିଶ୍ବରେ ବାଜି ରାଉତ ସର୍ବକନିଷ୍ଟ ସହିଦ ହୋଇନଥାନ୍ତେ କି ବ୍ରିଟିଶଙ୍କ ବିରୁଦ୍ଧରେ ପ୍ରଜା ଆନ୍ଦୋଳନ ହୋଇନଥାନ୍ତା ଏହି ପରିପ୍ରେକ୍ଷୀ ରେ ମଞ୍ଚ ପରିଚାଳନ କରିଥିଲେ ଢେଙ୍କାନାଳ ସୁରକ୍ଷା ସମିତିର ଆବାହକ ପ୍ରିୟବ୍ରତ ଗଡନାୟକ, ସମ୍ମାନୀତ ଅତିଥି ଜିଲ୍ଲାପାଳ ସରୋଜ କୁମାର ସେଠି, ମୁଖ୍ଯବକ୍ତା ପୂର୍ବତନ ପୌର ଅଧ୍ଯକ୍ଷ ସୁରେନ୍ଦ୍ର ମିଶ୍ର, ବିଭାବନା ସମ୍ପାଦକ ମନୋରଞ୍ଜନ ନନ୍ଦ, ଶିଳ୍ପୀ ପରେଶ ପଟ୍ଟନାୟକ , ବୈଷ୍ଣବ ପଟ୍ଟନାୟକଙ୍କ ବଡପୁଅ ଚିତ୍ତରଞ୍ଜନ ପଟ୍ଟନାୟକ ମଞ୍ଚାସୀନ ଥିଲେ ।
ଏହି ଶ୍ରଦ୍ଧାଜ୍ଞଳୀ କାର୍ଯ୍ଯକ୍ରମରେ ସାମାଜିକ କର୍ମୀ ତଥା ରୋଟାରିଆନ ରାଜକିଶୋର ବେହେରା, ସୂଚନା କର୍ମୀ ବିକାଶ ନାୟକ, ସାନ୍ଧ୍ଯ ବିଦ୍ଯାଳୟ ଅଧ୍ଯକ୍ଷ ସମୀର ସାହୁ, ନିଶାନିବାରଣ ଅଭିଯାନର ଉପଦେଷ୍ଟା ଜୟନ୍ତ ଧଳ, ବରିଷ୍ଟ ଆଇନଜିବୀ ଦୀପକ ପ୍ରସାଦ ପଟ୍ଟନାୟକ, ଓଡିଶା ସାହିତ୍ଯ ଏକାଡେମୀ ରାଜ୍ଯ ସଦସ୍ଯ କବି ବାହାଦୂର ପାଟ୍ଟଶାଣୀ, ଜାତୀୟ ଘୋଷକ ଅମିୟ ଚାନ୍ଦ, ଥିଙ୍କର୍ସ ଫୋରମ ଅଧକ୍ଷ ସୋମେନ୍ଦ୍ର ମିଶ୍ର, ସମ୍ପାଦକ ଆଇନଜିବୀ ପ୍ରକାଶ ରାଉତ, ଜନସଂଖ୍ଯା ଫାଉଣ୍ଡେସନର ସଭାପତି କଲ୍ଯାଣ କାନୁନଗୋ, ରାଜୀବ କର, ପ୍ରକାଶ ଗଡନାୟକ, ନିମାଇଁ ଛରଣ ସାହୁ, ବିଶ୍ବନାଥ ମହାପାତ୍ର,କ୍ଷିରୋଦ ଚନ୍ଦ୍ର ନାୟକ, ନଜରୁଲ ଇସଲାମ, ସୁଶିଳ କୁମାର ନନ୍ଦ, ନିଳମଣୀ ମହାରଣା, ପ୍ରବୀର ସୋମେନ ସାହୁ, ସାନପୁଅ ମନୋରଞ୍ଜନ ପଟ୍ଟନାୟକ, ବୈକୁଣ୍ଠ ବିହାରୀ ସ୍ବାଇଁ ପ୍ରମୂଖ ବୁଦ୍ଧିଜିବୀ ବୈଷ୍ଣବ ପ୍ରେମୀ ତାଙ୍କର ଜୀବନୀ ଓ ସଂଗ୍ରାମୀ ଉପରେ ମତ ପ୍ରକାଶ କରିଥିଲେ ।
ଢେଙ୍କାନାଳରୁ ଲୋପାମୁଦ୍ରା ସାହୁଙ୍କ ରିପୋର୍ଟ ମୋ ଢେଙ୍କାନାଳ