Sunday, 08/September/2024 09:31
Mo Dhenkanal
ଢେଙ୍କାନାଳ ଖବର

ସ୍ୱର୍ଣ୍ଣିମ ବିଜୟ ବର୍ଷ ସମାରୋହ : ରାଜଭବନ ଠାରେ ସମ୍ବର୍ଦ୍ଧିତ ପାଇଁ ଯାତ୍ରା !

ଆଜାଦୀ କା ୭୫ ବର୍ଷ ପୂର୍ତି ଅବସରରେ କେନ୍ଦ୍ର ସରକାର ଦେଶ ସ୍ୱାଧୀନତାରେ ବଳିଦାନ ଦେଇଥିବା ଲୋକମାନଙ୍କ ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଏହି ଅବସରରେ ୧୯୭୧ ମସିହା ଭାରତ-ପାକିସ୍ଥାନ ଯୁଦ୍ଧରେ ଭାରତର ବିଜୟକୁ ସ୍ମରଣୀୟ କରିବା ଉଦେଶ୍ୟରେ ବିଜୟ ବର୍ଷ ପାଳନ କରାଯାଉଛି । ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସମସ୍ତ ଯୋଦ୍ଧା ସୈନିକ ମାନଙ୍କୁ  ଭୁବନେଶ୍ୱର ସ୍ଥିତ ରାଜଭବନ ଠାରେ ସମ୍ବର୍ଦ୍ଧିତ କରାଯାଇଥିଲା  ।

FB_IMG_1686103726896
Picsart_22-04-11_10-18-21-175

   ଜିଲ୍ଲା କାର୍ଯ୍ୟାଳୟ ଠାରୁ  ଜିଲ୍ଲାର ୧୨ ଜଣ ଅବସର ପ୍ରାପ୍ତ ଯୋଦ୍ଧା ସୈନିକଙ୍କୁ ଜିଲ୍ଲାପାଳ ସରୋଜ କୁମାର ସେଠୀ ସ୍ୱାଗତ କରିବା ସହ ସ୍ୱର୍ଣ୍ଣିମ ବିଜୟ ବର୍ଷ ସମାରୋହରେ ଯୋଗଦେବା ନିମନ୍ତେ ସେମାନଙ୍କ ଯାତ୍ରାର ପତାକା ହଲାଇ ଶୁଭାରମ୍ଭ କରିଥିଲେ ।

IMG-20230205-WA0003
Picsart_22-04-11_10-18-21-175

   ଦେଶପାଇଁ ଉତ୍ସର୍ଗୀକୃତ ସେବା କରି ଅନୁନ୍ୟ ବିରତ୍ୱର ପରକାଷ୍ଠା ଦେଖାଇ ଭାରତ ବର୍ଷର ଗାରିମା ବୃଦ୍ଧି କରିଥିବାରୁ ସେମାନେ ଆମ ଗର୍ବ ଓ ଗୌରବ ବୋଲି ଜିଲ୍ଲାପାଳ ଶ୍ରୀ ସେଠୀ ପ୍ରକାଶ କରିଥିଲେ ।

Picsart_22-04-11_10-18-21-175

  ଏହି ଯାତ୍ରା ଶୁଭାରମ୍ଭ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ,ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଡେପୁଟୀ କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର ପ୍ରମୂଖଙ୍କ ସହିତ ସମସ୍ତ ପଦାଧିକାରୀ ଉପସ୍ଥିତ ରହି ସମସ୍ତ ଯୋଦ୍ଧା ସୈନିକ ମାନଙ୍କୁ ବିଦାୟ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

five − 5 =