Thursday, 25/April/2024 04:21
Mo Dhenkanal
ଢେଙ୍କାନାଳ ଖବର

ବଳଦେବଜୀଉ ମହିଳା କୃଷକ ଉତ୍ପାଦକ କମ୍ପାନୀ,ଭାପୁର, ଢେଙ୍କାନାଳ ଦ୍ୱାରା ହରଡ଼ ଚାଷ ର ଦକ୍ଷତା ବୃଦ୍ଧି ଓ ବିହନ ବଣ୍ଟନ କାର୍ଯ୍ୟକ୍ରମ |

ଏଚଡ଼ିଏଫସି ବ୍ୟାଙ୍କ ପରିବର୍ତ୍ତନ ଓ ଗ୍ରାଣ୍ଟ ଥର୍ଣଟନ୍ ଭାରତ ପ୍ରାୟୋଜିତ ” ସାମାଜିକ ଏବଂ ପରିବର୍ତ୍ତନଶୀଳ ସ୍ଥାନୀୟ ଅର୍ଥନୈତିକ ସଶକ୍ତିକରଣ କାର୍ଯ୍ୟକ୍ରମ” (Social and Transformative Rural Economic Empowerment (STREE) କାର୍ଯ୍ୟକ୍ରମ ଦେଶର ୬ ଟି ରାଜ୍ୟ ର ୨୪ ଟି ଜିଲ୍ଲାରେ ଗ୍ରାଣ୍ଟ ଥର୍ଣଟନ୍ ଭାରତ ଦ୍ୱାରା କାର୍ଯ୍ୟକାରୀ ହେଉଛି |

FB_IMG_1686103726896
Picsart_22-04-11_10-18-21-175

ଓଡିଶାର ଚାରିଟି ଜିଲ୍ଲା ଯଥା :- ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୨୦ ଟି ମହିଳା କୃଷକ ଉତ୍ପାଦକ କମ୍ପାନୀ ଗଠନ କରାଯାଇଛି। ମହିଳା କୃଷକ ଉତ୍ପାଦକ କମ୍ପାନୀଟି ଭାରତ ସରକାରଙ୍କ “ଭାରତୀୟ କମ୍ପାନୀ ଅଧିନିୟମ, ୨୦୧୩” ଅଧୀନରେ ପଞ୍ଜୀକୃତ ଏକ କୃଷକ ଉତ୍ପାଦକ କମ୍ପାନୀ ଅଟେ ।

IMG-20230205-WA0003
Picsart_22-04-11_10-18-21-175

ନିଜ ମେମ୍ବର ବା ସଦସ୍ୟାଙ୍କ ଆୟକୁ ଦୁଇଗୁଣିତ କରି ତାଙ୍କ ଜୀବିକାରେ ଉନ୍ନତି କରିବା ଏବଂ ସେମାନଙ୍କୁ ଆର୍ଥିକ ଓ ସାମାଜିକ ସ୍ତରରେ ଶୁଧୃଢ କରିବା ହିଁ ଏହି କମ୍ପାନୀର ମୂଳ ଲକ୍ଷ୍ୟ । ଜିଟି ଭIରତ କୃଷକ ଉତ୍ପାଦକ ସଂଗଠନର କ୍ଷମତା ଏବଂ ବଜ଼ାର ସହିତ ଯୋଡି ସେମାନଙ୍କ ଚାଲୁଥିବା ଜୀବିକା କ୍ଷେତ୍ରରେ ଗୁଣାତ୍ମକ ମୂଲ୍ୟ ବୃଦ୍ଧି କରି ଆୟ ବୃଦ୍ଧି ଲକ୍ଷ୍ୟରେ ପ୍ରତିବଦ୍ଧ।

Picsart_22-04-11_10-18-21-175

ବଜାର ଏବଂ ଉତ୍ପାଦକମାନଙ୍କ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରି କୃଷକମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ଏକତ୍ରିତ କରିବା ଏବଂ ସାମୂହିକ ଭାବରେ ତାହାକୁ ବିକ୍ରିବଟା କରି ଉତ୍ତମ ଦର ଚାଷୀଙ୍କୁ ପଇଠ କରିବା ଏବଂ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ବିଷୟେରେ ଚାଷୀଙ୍କୁ ଅବଗତ କରାଇବା ସହ ଯୋଜନା ଗୁଡିକ ପ୍ରଣୟନ କରି ତାହାର ଲାଭ ନିଜ ମେମ୍ବର ବା ସଦସ୍ୟା ମାନଙ୍କୁ ଉପଯୁକ୍ତ ସମୟରେ ଯୋଗାଇବା, ଆଦି ହିଁ ଆମ କମ୍ପାନୀର ମୁଖ୍ୟ କାର୍ଯ୍ୟକ୍ରମ ।

ଏହି କାର୍ଯ୍ୟକ୍ରମ ଅଧୀନରେ ଗ୍ରାଣ୍ଟ ଥର୍ଣଟନ୍ ଭାରତ, ICARDA, OSVSWA ଏବଂ ବଳଦେବଜୀଉ କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ୍, ଭIପୁର, ଢେଙ୍କାନାଳ, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ସହିତ ଏକ ହରଡ଼ ଚାଷ ର ଦକ୍ଷତା ବୃଦ୍ଧି ଓ ବିହନ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ | ଅଗଷ୍ଟ ୧୧ ଶୁକ୍ରବାର ଦିନ, ଢେଙ୍କାନାଳ ର ଭାପୁର ଗ୍ରାମପଂଚାୟତ, ବେଗୁନିପାଲ ଗ୍ରାମରେ ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ଡ. ବିମଳେନ୍ଦୁ ମହାନ୍ତି, ICARDA ର ମୁଖ୍ୟ ଡ. କିଶୋର ବେହେରା, ଜିଟି ଭIରତର ଆସୋସିଏଟ୍ ଡାଇରେକ୍ଟର ଶ୍ରୀଯୁକ୍ତ ପ୍ରଖର କଟିୟାର, ଭିଏଡବ୍ଲୁ ଏବଂ OSVSWA ର ମୁଖ୍ୟ ଦିଲ୍ଲୀପ ବାବୁ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଅଂଶଗ୍ରହଣ କରିଥିଲେ। 400 କୃଷକଙ୍କ ମଧ୍ୟରେ ହରଡ଼ ବିହନ ବଣ୍ଟନ କରାଯାଇଛି ଯାହାକି ୨୦୦ ଏକର ଜମିରେ ହରଡ଼ ଚାଷ କରିବାରେ ସାହାଯ୍ୟ କରିବ |

ବଲଦେବଜୀଉ ମହିଳା କୃଷକ ଉତ୍ପାଦକ କମ୍ପାନୀର ନିର୍ଦ୍ଦେଶକ ଶ୍ରୀମତୀ ଜ୍ୟୋତିମୟୀ ପ୍ରଧାନ ବଲଦେବଜୀଉ WFPCL ର ଅଗ୍ରଗତି ଏବଂ ଭବିଷ୍ୟତ କାର୍ଯ୍ୟ ଯୋଜନା ବିଷୟରେ ଉପସ୍ଥାପନI କରିଥିଲେ | ଶ୍ରୀ ବିନୟ ଦାସ, ଏହି ହରଡ଼ ଚାଷର ଉପକାରିତା ବିଷୟରେ ଆଲୋଚନା କରିଥିଲେ । କ୍ଲଷ୍ଟର ମ୍ୟାନେଜର ଶ୍ରୀ ନାରାୟଣ ଖଟୁଆ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ | ଅତିଥିମାନଙ୍କୁ ଶ୍ରୀ ରାଜକିଶୋର ପ୍ରଧାନ, ଶ୍ରୀ ବିକାଶ ସାହୁ ଓ BoD ସଦସ୍ୟ ମାନେ ସ୍ୱାଗତ କରିବା ସହିତ ଶୁଭେଚ୍ଛା ଜଣାଇଥିଲେ I

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

4 − four =