Sunday, 08/September/2024 11:01
Mo Dhenkanal
ଢେଙ୍କାନାଳ ଖବର

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ସମାରୋହ ଆଲୋଚନା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଢେଙ୍କାନାଳ :3/11- ଆଜି ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ସମାରୋହ ଆଲୋଚନା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ଏହି ସଭାରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଦୁର୍ନୀତି ଏକ ମାନସିକ ବ୍ୟାଧି l

FB_IMG_1686103726896
Picsart_22-04-11_10-18-21-175

ଯେତେବେଳ ଜଣେ ସରକାରୀ ଅଧିକାରୀ ରାଜକର୍ମ କରିବେ ସେ ନିଜର ରାଜଧର୍ମ ପାଳନ କରିବେ ଓ ନିସ୍ଵାର୍ଥପର ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବେ l ସଭାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର କହିଥିଲେ ଯେ, ସମାଜ ମଙ୍ଗଳ ରାଷ୍ଟ୍ରର ଉନ୍ନତି ସେତବେଳେ ଘଟିବ ଯେତେବେଳ ଗୋଟେ ରାଷ୍ଟ୍ରରେ ଦୁର୍ନୀତିର ମାତ୍ର କମ ହବ l

IMG-20230205-WA0003
Picsart_22-04-11_10-18-21-175

ଏଇ ଦୁର୍ନୀତି ନିବାରଣ କ୍ଷେତ୍ରରେ ସରକାରୀ କର୍ମଚାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ l
ସଭା ଆରମ୍ଭରେ ଜିଲ୍ଲାପାଳ ଜିଲ୍ଲା ର ଅଧିକାରୀଗଣଙ୍କୁ ସାଧୁତାର ଶପଥ ପାଠ କରାଇଥିଲେ l ଏହି ପ୍ରରିପ୍ରେକ୍ଷୀରେ ଆୟୋଜିତ ପ୍ରତିଯୋଗିତା ରେ କୃତି ପ୍ରତିଯୋଗିଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ l

Picsart_22-04-11_10-18-21-175


ଏହି ସଭାରେ ବନଖଣ୍ଡ ଅଧିକାରୀ ଶ୍ରୀ ସୁମିତ କର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ଶ୍ରୀ ଲଳିତ ମୋହନ ବେହେରା, ଜିଲ୍ଲାପରିଷଦ ଉନ୍ନୟନ ଅଧିକାରୀ ଶ୍ରୀ ଜ୍ୟୋତିଶଙ୍କର ସାହୁ, ଭିଜିଲାନ୍ସ ଇନସିପେକ୍ଟର ଶ୍ରୀମତି ଅନସୂୟା ସେନାପତି, ଅବସରପ୍ରାପ୍ତ ଭିଜିଲାନ୍ସ ଏସ. ପି ଶ୍ରୀ ଅକ୍ଷୟ କୁମାର ସାହୁ, ଜିଲ୍ଲାର ଅଧିକାରୀଗଣ, ସହରର ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ l

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

fifteen + six =