Monday, 07/October/2024 01:38
Mo Dhenkanal
ଢେଙ୍କାନାଳ ଖବର

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ସଚେତନତା ରାଲି ଅନୁଷ୍ଠିତ ।

ଢେଙ୍କାନାଳ :1/11- ସାରା ଦେଶରେ ଗତ 30ତାରିଖ ଠାରୁ ଆସନ୍ତା 5ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିରାକରଣ ସଚେତନତା ସପ୍ତାହ ପାଳନ କରାଯାଉଛି l ଏହି ଅବବସରରେ ଆଜି ଛାତ୍ରଛାତ୍ରୀ ଓ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ଦ୍ୱାରା ଏକ ରାଲି କୁ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ ଜିଲ୍ଲା କାର୍ଯ୍ୟାଳୟ ଠାରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି l

FB_IMG_1686103726896
Picsart_22-04-11_10-18-21-175

ଏହି ରାଲି ସଚେତନତାର ବାର୍ତ୍ତା ପ୍ରଚାର କରି ବାଜି ଚୌକ ପର୍ଯ୍ୟନ୍ତ ଯାଇ ପୁଣି ଜିଲ୍ଲା କାର୍ଯ୍ୟାଳୟ କୁ ଫେରିଥିଲେ l ଯଦି କୌଣସି ସରକାରୀ କର୍ମଚାରୀ ଦୁର୍ନୀତି ରେ ଲିପ୍ତ ଥିବେ କିମ୍ବା ଲାଞ୍ଚ ନେଉଥିବେ ତେବେ ଟୋଲ ଫ୍ରି ନମ୍ବର 1064 କିମ୍ବା 06762-286695 ଏହି ନମ୍ବରରେ ଯୋଗାଯୋଗ କରି ଜଣାଇବେ l

IMG-20230205-WA0003
Picsart_22-04-11_10-18-21-175


ଏହି ରାଲି ଶୁଭାରମ୍ଭ ସମୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )ଶ୍ରୀ ଲଳିତ ମୋହନ ବେହେରା, ସଦର ଉପଜିଲ୍ଲାପାଳ ଶ୍ରୀ ସପନ କୁମାର ନନ୍ଦ, ଭିଜିଲାନ୍ସ ଡି. ଏସ. ପି ଢେଙ୍କାନାଳ ଶ୍ରୀମତୀ ଅନସୂୟା ସେନାପତି, ଭିଜିଲାନ୍ସ ଇନସିପେକ୍ଟର, କଟକ ଶ୍ରୀ ସୌମ୍ୟକାନ୍ତ ପଣ୍ଡାଙ୍କ ସମେତ ବିଭାଗୀୟ ଅଧିକାରୀ ଓ ଭିଜିଲାନ୍ସ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ l
ଏହି ଅବସରରେ ଗଣେଶ ବଜ଼ାର ଠାରେ “ଇଶୋ ” ଅନୁଷ୍ଠାନ ଦ୍ୱାରା ଦୁର୍ନୀତି ନିବାରଣ ସମ୍ପର୍କିତ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଛି l

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

1 × 5 =