ଢେଙ୍କାନାଳ ଜିଲ୍ଲା କୃଷି କାର୍ଯ୍ୟାଳୟ ପଛପାର୍ଶ୍ୱରେ ଦେଢ଼ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ‘ସୋର୍ଟ କମ୍ପ୍ଲେକ୍ସ ପ୍ରକଳ୍ପ କୁ ଗୁରୁବାର ଅପରାହ୍ନରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବା ସହିତ କାର୍ଯ୍ୟ ଅଗ୍ରଗତିର ଅନୁଧ୍ୟାନ କରିଛନ୍ତି। ଅଗଷ୍ଟ ଶେଷ ସୁଦ୍ଧା ଏହାକୁ ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ କରିବାକୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପ୍ରକଳ୍ପ ନିର୍ମାଣସ୍ଥଳର ଜାଗା ସ୍ଥିତିକୁ ଦେଖି ହକି ପ୍ରଶିକ୍ଷଣ ପାଇଁ ଖେଳପଡ଼ିଆ ପ୍ରସ୍ତୁତ କରାଯିବ ବୋଲି ଜିଲାପାଳ କହିଛନ୍ତି।ବ୍ଟେନିସ୍ କୋର୍ଟ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବ୍ୟାଡ୍ମିଣ୍ଟନ ପାଇଁ ନିର୍ମିତ ଇନ୍ଡୋର ହଲ୍ରେ ଆବଶ୍ୟକ ମ୍ୟାଟ୍ ବିଛାଯିବ। ଆଲୋକୀକରଣ ସୁବିଧା ହେବ। ସ୍କେଟିଙ୍ଗ ରିଙ୍ଗ୍ ନିର୍ମାଣ ହେବ । ପ୍ରକଳ୍ପ ପରିସରରେ ଏକ ଟ୍ରେନ୍ ତିଆରି କରାଯିବ । ଟେନିସ ଲିନ୍ ଏବଂ ଇଣ୍ଡୋର ହଲ୍ କାର୍ଯ୍ୟ ଶେଷ ହେବା ପରେ ଅଗଷ୍ଟ ଶେଷ ସୁଦ୍ଧା ଏହାକୁ ଲୋକାର୍ପଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
ବ୍ୟୁରୋ ରିପୋର୍ଟ ମୋ ଢେ଼ଙ୍କାନାଳ