ଢେଙ୍କାନାଳ : ଆଗାମୀ ୬ଷ୍ଟ ଶ୍ରେଣୀ ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ପଞ୍ଜିକୃତ କରିଥିବା ସମସ୍ତ ପରୀକ୍ଷାର୍ଥୀ ମାନଙ୍କୁ ଜଣାଇ ଦିଆଯାଉଅଛି ଯେ, ଆସନ୍ତା ତା.୧୧.୦୮.୨୦୨୧ (ବୁଧବାର) ଦିନ ଜବାହର ନବୋଦୟ ବିଦ୍ୟାଳୟ ଷଷ୍ଠ ଶ୍ରେଣୀ ଚୟନ ପରୀକ୍ଷା-୨୦୨୧ ଢେଙ୍କାନାଳ ଜିଲ୍ଲାର ୨୫ ଗୋଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ । ଏହି ଜିଲ୍ଲାର ୫-ଟି ଯୋଜନା ଅନ୍ତର୍ଗତ କେତେକ ପରୀକ୍ଷା କେନ୍ଦ୍ରରେ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ନିମ୍ନ ଲିଖିତ ପୂର୍ବ ନିର୍ଦ୍ଧାରିତ ୭ ଗୋଟି ପରୀକ୍ଷା କେନ୍ଦ୍ରକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି । ପୂର୍ବ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ର ଓ ସ୍ଥାନାନ୍ତରିତ ପରୀକ୍ଷା କେନ୍ଦ୍ରର ସୂଚୀ ନିମ୍ନରେ ଦିଆଯାଇଛି ।
ଗଁଦିଆ ବ୍ଲକରେ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ର ଯୋରନ୍ଦା ଉଚ୍ଚ ବିଦ୍ୟାଳୟ, ଯୋରନ୍ଦା ପରିବର୍ତେ ଯୋରନ୍ଦା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ହେବାପାଇଁ ଧାର୍ଯ୍ୟ କରାଯାଇଛି । ସେହିପରି ଗଁଦିଆ ଉଚ୍ଚ ବିଦ୍ୟାଳୟ ଗଁଦିଆ ପରିବର୍ତେ ରାଧାକୃଷ୍ଣ ପ୍ରାଥମିକ ବିଦ୍ୟାଳୟ ଓ ସହଦେବ ବିଦ୍ୟାପୀଠ ଠାରେ ପରୀକ୍ଷା କେନ୍ଦ୍ର ହେବାପାଇଁ ସ୍ଥିର କରା ଯାଇଛି ।ହିନ୍ଦୋଳ ବ୍ଳକର ରାସୋଳ ଉଚ୍ଚ୍ ବିଦ୍ୟାଳୟ ଠାରେ ହେଉଥିବା ପରୀକ୍ଷା କେନ୍ଦ୍ରକୁ କଳିଙ୍ଗାପାଳ ଉଚ୍ଚ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଖଜୁରିଆକଟା ଉଚ୍ଚ ବିଦ୍ୟାଳୟରେ ହେଉଥିବା ପରୀକ୍ଷା କେନ୍ଦ୍ରକୁ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଳେହୀକୁ ସ୍ଥାନାନ୍ତର କରାଯାଇଛି ।
ପରଜଙ୍ଗ ବ୍ଲକର ଏମଏସ ବିଦ୍ୟାପୀଠରେ ହେଉଥିବା ପରୀକ୍ଷା କେନ୍ଦ୍ର ପରିବର୍ତେ ବିଶେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲ ଠାରେ କରାଯିବ । ଭୂବନ ବ୍ଳକର ଭୁବନ ଉଚ୍ଚ ବିଦ୍ୟାଳୟରେ ହେଉଥିବା ପରୀକ୍ଷା କେନ୍ଦ୍ରକୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଭୁବନ ଠାରେ କରାଯିବା ପାଇଁ ସ୍ଥିରିକୃତ କରାଯାଇଥିବା ବେଳେ ପୂର୍ବରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ହେଉଥିବା ପରୀକ୍ଷା କେନ୍ଦ୍ର୍କୁ ଭୁବନ ଉଚ୍ଚ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଥିବାର ସରାଙ୍ଗ ଜବାହାର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ସୂଚନା ପ୍ରଦାନ କରିଛନ୍ତି ।
ଏଣୁ ସମସ୍ତ ପ୍ରବେଶିକା ପରୀକ୍ଷା ପାଇଁ ନାମ ପଞ୍ଜିକୃତ କରିଥିବା ପରୀକ୍ଷାର୍ଥୀମାନେ ବର୍ତ୍ତମାନ ଉପର ବର୍ଣ୍ଣିତ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାପାଇଁ ଅଧ୍ୟକ୍ଷଙ୍କ ପକ୍ଷରୁ ନିବେଦନ କରାଯାଇଛି ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ