Monday, 07/October/2024 11:36
Mo Dhenkanal
ଢେଙ୍କାନାଳ ଖବର ସ୍ପେସିଆଲ ରିପୋର୍ଟ

ଢେଙ୍କାନାଳକୁ ବର୍ଷା ସମ୍ଭାବନା ଘଡଘଡି ସହ ହୋଇପାରେ ପ୍ରବଳ ବର୍ଷା

୨୩ ଜିଲ୍ଲାରେ ବର୍ଷାର ପୂର୍ବାନୁମାନ କଲା ପାଣିପାଗ ବିଭାଗ । ବିଜୁଳି ଘଡ଼ଘଡ଼ି ସହ ହୋଇପାରେ ବର୍ଷା, ଜାଣନ୍ତୁ କେଉଁ ଜିଲ୍ଲାରେ ହୋଇପାରେ ବର୍ଷା?
ଆଗାମୀ ୨୪ ଘଣ୍ଟାରେ ୨୩ ଜିଲ୍ଲାରେ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜରେ ବର୍ଷାର ପୂର୍ବାନୁମାନ ହୋଇଛି  । ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ସୋନପୁର, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଳକାନଗିରି, ନବରଙ୍ଗପୁର ଏବଂ କଳାହାଣ୍ଡିରେ ଆଗାମୀ ୨୪ ଘଣ୍ଟାରେ ବର୍ଷା ହୋଇପାରେ  । ଏସବୁ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି  । ଗତ ମାସକ ଭିତରେ ରାଜ୍ୟରେ ସ୍ୱାଭାବିକ ଠାରୁ ୧୮ ପ୍ରତିଶତ କମ୍ ବର୍ଷା ହୋଇଛି  । ବିଶେଷକରି ଭଦ୍ରକ, ଗଜପତି, କେନ୍ଦୁଝର, ଯାଜପୁର ଓ ଗଞ୍ଜାମରେ ସବୁଠୁ କମ୍ ବର୍ଷା ହୋଇଛି  । ଭଦ୍ରକରେ ୫୪ ପ୍ରତିଶତ, ଗଜପତି ୪୯ ପ୍ରତିଶତ, କେନ୍ଦୁଝର ୪୪ ପ୍ରତିଶତ, ଯାଜପୁର ୪୩ ପ୍ରତିଶତ ଓ ଗଞ୍ଜାମରେ ୪୨ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି ।

FB_IMG_1686103726896
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

IMG-20230205-WA0003
Picsart_22-04-11_10-18-21-175
Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

nineteen + fifteen =