ଢେଙ୍କାନାଳ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ।
କରୋନା ମହାମାରୀ ସମୟରେ ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ଢେଙ୍କାନାଳ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଗୋପବନ୍ଧୁ ଟାଉନ ହଲ୍ ଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରକୁ ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ ଯୋଗ ଦେଇ ଉଦଘାଟନ କରିଛନ୍ତି । ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ସୁରଜ ମହାପାତ୍ରଙ୍କ ତତ୍ବାବଧାନର ବିଜେଡିର କର୍ମକର୍ତ୍ତା, ଛାତ୍ର, ମହିଳା, ସଦସ୍ୟ ମାନେ ସାମାଜିକ ଦୂରତା ରଖି ରକ୍ତଦାନ କରିଥିଲେ। ଏହି ଶିବିରରେ ୧୭୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।
ଆଗାମୀ ଦିନରେ କିଭଳି ଆମ ଜିଲ୍ଲାରେ ରକ୍ତ ଅଭାବ ନହୁଏ ତାକୁ ଦୃଷ୍ଟିରେ ରଖି ଏହି ଭଳି ଶିବିର ଆଗକୁ ଜାରିରହିବ ବୋଲି କହିଛନ୍ତି ବିଧାୟକ ସୁଧୀର କୁମାର ସାମଲ ।
ଢେଙ୍କାନାଳରୁ ବିଜ୍ଞାନ ମହାନ୍ତିଙ୍କ ରିପୋର୍ଟ ମୋ ଢେଙ୍କାନାଳ