Sunday, 06/October/2024 04:39
Mo Dhenkanal
ଢେଙ୍କାନାଳ ଖବର

ଉଦ୍ୟୋଗୀ ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ ।

ଢେଙ୍କାନାଳ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟସ୍ଥିତ ସଭାଗୃହଠାରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ରାଷ୍ଟ୍ରୀୟ ଉଦ୍ୟମିତା ଓ ଲଘୁ ବ୍ୟବସାୟ ବିକାଶ ସଂସ୍ଥାନ ପକ୍ଷରୁ ଏକ ଉଦ୍ୟୋଗୀ ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି ।

FB_IMG_1686103726896
Picsart_22-04-11_10-18-21-175

ଭାରତ ସରକାରଙ୍କ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟ, ନୂଆଦିଲ୍ଲୀଙ୍କ ‘‘ସଂକଳ୍ପ’’ ଯୋଜନା ଅନ୍ତର୍ଗତ ଏହି ୧୫ଦିନିଆ ନିଃଶୁଳ୍କ ତାଲିମ୍ କାର୍ଯ୍ୟକ୍ରମରେ ୫୦ଜଣ ଯୁବକଯୁବତୀ ଅଂଶଗ୍ରହଣ କରିଛନ୍ତି । ଢେଙ୍କାନାଳ ଆଂଚଳିକ ଶିଳ୍ପ ତାଲିମ୍ କେନ୍ଦ୍ରର ସାଧାରଣ ପରିଚାଳକ ପ୍ରଭାକର ରାଓ ପ୍ରଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଉଦ୍‌ଘାଟନ କରିଥିଲେ ।

IMG-20230205-WA0003
Picsart_22-04-11_10-18-21-175

ଆଣ ଓଡିଶାର ଯୁବପିଢୀ ‘‘ସାଂପ୍ରତିକ ପ୍ରତିଯୋଗିତା ମୂଳକ ଆର୍ଥିକ ବ୍ୟବସ୍ଥାରେ ଚାକିରୀ ପଛରେ ନଗୋଡାଇ, ନିଜକୁ ଆର୍ଥିକ ସାବଲମ୍ବନକ୍ଷମ କରିବା ସହ, ଗୁଜୁରାଟ ରାଜ୍ୟ ମଡେଲ୍ ଅନୁକରଣ କରି ନିଜର ସରୋଜଗାର ପନ୍ଥା ନିର୍ଦ୍ଧାରଣ କରିବା ଅପରିହାର୍ଯ୍ୟ’’ ବୋଲି ପରାମର୍ଶ ଦେଇଥିଲେ । ଏହି ପ୍ରଶିକ୍ଷଣ ଅବଧୂଳରେ ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ଜଣେ ଜଣେ ସଫଳ ଉଦ୍ୟୋଗୀ ଭାବେ ଗଢି ତୋଳିବାକୁ, ସବୁ ପ୍ରକାର ଆନୁଷ୍ଠାନିକ ସହଯୋଗ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଥିଲେ ।

Picsart_22-04-11_10-18-21-175

ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ଆଶିଷ କୁମାର ବସନ୍ତିଆ, ଅନ୍ୟତମ ସମ୍ମାନିତ ଅତିଥ୍ ଭାବେ ଯୋଗଦାନ କରି, ସମସ୍ତ ପ୍ରଶିକ୍ଷାର୍ଥିଙ୍କର ଉଦ୍ୟୋଗ ରେଜିଷ୍ଟ୍ରେସନ୍, ନିର୍ଦ୍ଦିଷ୍ଟ ବ୍ୟବସାୟ ପାଇଁ ଭିନ୍ନ ଭିନ୍ନ ପ୍ରକଳ୍ପ ବିବରଣୀ ପ୍ରସ୍ତୁତି, ବ୍ୟବସାୟରେ ବାର୍ଷିକ ଲାଭକ୍ଷତିର ହିସାବ ରକ୍ଷଣ, ଦ୍ରବ୍ୟ ଓ ସେବାକର, କଂଚାମାଲ୍ କ୍ରୟ ଓ ଉତ୍ପାଦ ସାମଗ୍ରୀର ବିପଣନ ସୁବିଧା, ବ୍ୟାଙ୍କ୍ ଋଣ ସୁବିଧା, ଋଣ ବିନିଯୋଗ ଓ ପରିଶୋଧ ଇତ୍ୟାଦି ସମସ୍ତ ବ୍ୟବସାୟ ପରିଚାଳନାଗତ କୌଶଳ ଶିକ୍ଷା ପାଇଁ ଏହି ପ୍ରଶିକ୍ଷଣ ଅତ୍ୟନ୍ତ ଉପାଦେୟ ବୋଲି ସୂଚନା ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥ ଭାବେ ରାଷ୍ଟ୍ରୀୟ ଉଦ୍ୟମିତା ଓ ଲଘୁ ବ୍ୟବସାୟ ବିକାଶ ସଂସ୍ଥାନ, ଓଡିଶା ରାଜ୍ୟ ନିର୍ଦ୍ଦେଶକ ମନୋରଞ୍ଜନ ଦାସ ଆଭାସୀ ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ, ସଫଳତାର ସହିତ ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳର ଯୁବକଯୁବତୀମାନେ ଉତୀର୍ଣ୍ଣ ହୋଇ ସରୋଜଗାରକ୍ଷମ ହେବାକୁ ପରାମର୍ଶ ଦେଇଥିଲେ । ରାଷ୍ଟ୍ରୀୟ ଉଦ୍ୟମିତା ଓ ଲଘୁ ବ୍ୟବସାୟ ବିକାଶ ସଂସ୍ଥାନର ପୂର୍ବଚଳ ଜୋନ୍‌ର ସଂଯୋଜକ ନମିତା ଦାସ ଭାରତ ସରକାରଙ୍କ ‘‘ଆତ୍ମ ନିର୍ଭର ଭାରତ’’ ଅନ୍ତର୍ଗତ ଯୁବକ ଯୁବତୀମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ଓ ଏହାର ସଦୁପଯୋଗ କରିବା ଅପରିହାର୍ଯ୍ୟ ବୋଲି ଆଶା ବ୍ୟକ୍ତ କରିଥିଲେ । ମଡେଲ କ୍ୟାରିୟର ସେଣ୍ଟରର ୟଙ୍ଗ ପ୍ରଫେସନାଲ ସଙ୍ଗୀତା ଦାଶ ଉପସ୍ଥିତ ରହିଥିଲେ।ପ୍ରଶିକ୍ଷକ ତଥା ନିଓ କମ୍ପ୍ୟୁଟର ଏକାଡେମୀର ନିର୍ଦ୍ଦେଶକ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଶିକ୍ଷକ ରାଜ କିଶୋର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ସୌମ୍ୟବ୍ରତ ସାହୁଙ୍କ ରିପୋର୍ଟ ମୋ ଢେଙ୍କାନାଳ ।

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

two × 5 =