Monday, 07/October/2024 10:44
Mo Dhenkanal
ଢେଙ୍କାନାଳ ଖବର

ସରପଂଚ ମାନଙ୍କ ପାଇଁ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର ଉଦଘାଟିତ !

ଲୋକଙ୍କ ସମସ୍ୟା ସମାଧାନରେ ସରପଂଚମାନେ ଅଗ୍ରଣୀ ଭୁମିକା ନିଅନ୍ତୁ

FB_IMG_1686103726896
Picsart_22-04-11_10-18-21-175

ଢେଙ୍କାନାଳ: ଜିଲାର ସଦର ବ୍ଲକ ଏବଂ କାମାକ୍ଷାନଗର ବ୍ଲକ ସରପଂଚ ମାନଙ୍କର ୫ ଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର ବୁଧବାର ଜିଲା ପଂଚାୟତ ସମ୍ବଳ କେନ୍ଦ୍ରଠାରେ ଉଦଘାଟିତ ହୋଇଯାଇଛି ।

IMG-20230205-WA0003
Picsart_22-04-11_10-18-21-175

ଜିଲା ପରିଷଦ ସଭାପତି ଅର୍ଜନା ପୁହାଣ ମୁଖ୍ୟ ଅତିଥ୍‌ ଭାବେ ଯୋଗଦେଇ ତୃଣମୂଳ ସ୍ତରରେ ସରପଂଚମାନେ ଲୋକଙ୍କ ସମସ୍ୟାକୁ ସବୁଦିନ ସମ୍ମୁଖୀନ ହେଉଛନ୍ତି । ଲୋକଙ୍କ ସମସ୍ୟାକୁ ସମଧାନ କରିବା ଦିଗରେ ସରପଂଚମାନେ ଅଧ୍କ ଧ୍ୟାନ ଦେବା ଉଚିତ ବୋଲି ସେ କହିଥିଲେ । ଜିଲାପାଳ ସରୋଜ କୁମାର ସେଠୀ ଯୋଗଦେଇ ୭୩ତମ ସମ୍ବିଧାନ ସଂଶୋଧନ ପଂଚାୟତରାଜ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ।

Picsart_22-04-11_10-18-21-175

ଏହି ଆଇନ ବଳରେ ଗ୍ରାମସଭାକୁ ସାମ୍ବିଧାନିକ ମର୍ଯ୍ୟଦା ଦିଆଯାଇ ସଶକ୍ତ କରାଯାଇଛି । ଲୋକମାନଙ୍କର ବିଭିନ୍ନ ସମସ୍ୟାକୁ ପଂଚାୟତିରାଜ ଅନୁଷ୍ଠାନ ଗୁଡିକ ଦୀର୍ଘସ୍ଥାୟୀ ଯୋଜନା ପ୍ରସ୍ତୁତ କରିବାକୁ ଆହ୍ୱାନ ଦେଇଥିଲେ । ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ପଂଚାୟତିରାଜ ଅନୁଷ୍ଠାନ ମାଧ୍ୟମରେ ଜନସାଧାରଣଙ୍କର ବିକାଶମୂଳକ ପ୍ରକଳ୍ପ ଗୁଡିକୁ ଆଗକୁ ନେବା ପାଇଁ ସରପଂଚ ମାନଙ୍କର ଗୁରୁଦାୟିତ୍ବ ରହିଛି । ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରାଇ ବିକାଶ ପ୍ରକ୍ରିୟାକୁ ଆଗକୁ ନେବାକୁ ସେ ଆହ୍ୱାନ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏପିଡି(ପ୍ରଶାସନ) ସରୋଜ କୁମାର ଦତ, ଦୀର୍ଘସ୍ଥାୟୀ ବିକାଶ ଉପରେ ପଂଚାୟତର ଭୂମିକା ଉପରେ ବକ୍ତବ୍ୟ କରିଥିଲେ । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ପ୍ରତିଷ୍ଠାନ ପ୍ରଶିକ୍ଷକ ଶିଶିର କୁମାର ଶତପଥୀ ଓ ପ୍ରଳୟ କୁମାର ଦାସ, ୫ଟି ଓ ମୋ ସରକାର, ସଶକ୍ତ ଗ୍ରାମସଭା, ପଲ୍ଲୀସଭା, କେନ୍ଦ୍ର ଓ ରାଜ୍ୟ ଅର୍ଥ କମିଶନ, ଦୀର୍ଘସ୍ଥାୟୀ ବିକାଶ ଉପରେ ତାଲିମ ପ୍ରଦାନ କରିଥିଲେ । ଏପିଡି ଟ୍ରେନିଂ ସୌସୁମୀ ମାହୁଁନ୍ତ ତାଲିମ ଶିବିରକୁ ପରିଚାଳନା କରିଥିଲେ । ଉଭୟ ବ୍ଲକ ର ୫୧ ଜଣ ସରପଞ୍ଚ ଅଂଶଗ୍ରହଣ କରିଛନ୍ତି ।

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

19 − fourteen =