କରୋନା ମହାମାରୀ ଯୋଗୁଁ କେତେକ ଟ୍ରେନରେ ଯାତ୍ରୀ ହେଉନାହାନ୍ତି । ତେଣୁ ସେପ୍ଟେମ୍ବର ପହିଲାରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର-ଭଦ୍ରକ ବିଶେଷ ଟ୍ରେନ୍, କଟକ-ଭଦ୍ରକ, କଟକ-ପାରାଦୀପ, କଟକ-ଭଦ୍ରକ ଓ ପୁରୀ-କଟକ ବିଶେଷ ଟ୍ରେନକୁ ବାତିଲ କରାଯଇଛି । ସେହିପରି ଯାତ୍ରୀ ଅଭାବରୁ ଶନିବାର ଓ ରବିବାର (ସେପ୍ଟେମ୍ବର ୪, ୫ ଓ ୧୧,୧୨ ତାରିଖ)ରେ ପୁରୀ-ଅନୁଗୁଳ ବିଶେଷ ଟ୍ରେନ୍ ଓ ଖୋର୍ଦ୍ଧା ରୋଡ-କେନ୍ଦୁଝରଗଡ ବିଶେଷ ଟ୍ରେନକୁ ବାତିଲ କରାଯାଇଛି। ପୁରୀ-ଅନୁଗୁଳ ସ୍ପେସାଲ୍ ଟ୍ରେନ୍ ଆଂଶିକ ବାତିଲ୍ କରାଯାଇଛି ।
ସେପ୍ଟେମ୍ୱର ପହିଲାରୁ ୧୫ ତାରିଖ ପର୍ଯ୍ୟନ୍ତ ଉଭୟ ଦିଗକୁ ଶନିବାର ଏବଂ ରବିବାର ଦିନ ବ୍ୟତୀତ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ ରହିବ । ଉଭୟ ଦିଗରୁ ତାଳଚେର ଏବଂ ପୁରୀ ମଧ୍ୟରେ ଚଳାଚଳ କରିବ । ତେବେ ଭୁବନେଶ୍ୱର-ବଲାଙ୍ଗୀର ସ୍ୱତନ୍ତ୍ର ଟ୍ରେନ ପୁଣି ସେପ୍ଟେମ୍ୱର ପହିଲାରୁ ଉଭୟ ଦିଗରୁ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ