Thursday, 25/April/2024 10:49
Mo Dhenkanal
ଢେଙ୍କାନାଳ ଖବର

ଗୁରୁଦେବଜୀ ମିଶନ ସୁରକ୍ଷା ଓ ଢେଙ୍କାନାଳ ଯୋଗ ସଂଘର ମିଳିତ ଆନୁକୂଲ୍ୟରେ । ସଡକ ସୁରକ୍ଷା ମାସର ଉଦଯାପନୀ ଦିବସ ପାଳିତ ।

ଢେଙ୍କାନାଳ, ତା.୧୮.୧୧.୨୦୨୦- ଗତକାଲି ସଡକ ସୁରକ୍ଷା ମାସର ଅନ୍ତିମ ଦିନରେ ଢେଙ୍କାନାଳ ସହର ମହାବୀର ବଜାର ଟ୍ରାଫିକ ଛକଠାରେ ଗୁରୁଦେବଜୀ ମିଶନ ସୁରକ୍ଷା ଓ ଢେଙ୍କାନାଳ ଯୋଗ ସଂଘର ମିଳିତ ଆନୁକୂଲ୍ୟରେ ଚକୁଳିଆ ପଣ୍ଡା ବେଶରେ ଅଭିନବ ଢଙ୍ଗରେ ଅନୁଷ୍ଠାନର ସଦସ୍ୟମାନେ ଲୋକମାନଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଆମେଚର ତାଇକୋଣ୍ଡ ଛାତ୍ରଛାତ୍ରୀମାନେ ହେଲ୍‌ମେଟ୍ ଓ ସିଟ୍ ବେଲଟ୍ ପିନ୍ଧିନଥିବା ଲୋକମାନଙ୍କୁ ସଚେତନ କରାଇବା ସହିତ ପିନ୍ଧିଥିବା ଲୋକମାନଙ୍କୁ ଧନ୍ୟବାଦ ସହ ଗୋଲାପ ଫୁଲ ଓ ଚକୋଲେଟ୍ ପ୍ରଦାନ କରିଥିଲେ । ଚକୁଳିଆ ପଣ୍ଡା ଗୀତମାଧ୍ୟମରେ ସଚେତନ କରି ଆଗକୁ ସମସ୍ତ ନିୟମ ପାଳନ କରିବା ପାଇଁ ଶପଥ କରାଇଥିଲେ ।

FB_IMG_1686103726896
Picsart_22-04-11_10-18-21-175

ଏହି ଅଭିନବ ସଚେତନତାକୁ ସହରବାସୀ ଗ୍ରହଣ କରିଛନ୍ତି ଓ ଏହି ପ୍ରୟାସ ଆଗାମୀ ଦିନରେ ଜାରି ରହିବ ବୋଲି କହିଛନ୍ତି ମିଶନ ସୁରକ୍ଷାର ପ୍ରତିଷ୍ଠାତା ତଥା ଆମେଚର ତାଇକୋଣ୍ଡର ସଂପାଦକ ଇଂ ସୌମ୍ୟବ୍ରତ ସାହୁ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପୋଲିସ୍ ମୁଖ୍ୟାଳୟର ତଥା ସଡକ ସୁରକ୍ଷାର ନୋଡାଲ୍ ଅଫିସର ଇନିସ୍ପେକ୍ଟର ମହେନ୍ଦ୍ର ଦେହୁରୀ ଯୋଗଦେଇ ଅନୁଷ୍ଠାନର ଏହିଭଳି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହିତ ଲୋକମାନଙ୍କୁ ସଚେତନ କରାଇଥିଲେ । ଏହାସହ ଟ୍ରାଫିକ୍ ଏଏସ୍‌ଆଇ ବିଚିତ୍ରାନନ୍ଦ କର, ଯୋଗ ସଂଘର ସଭାପତି ପ୍ରଳୟ ଦାସ, ସଂପାଦକ ଦିପ୍ତରଞ୍ଜନ ପଣ୍ଡା, ସଦସ୍ୟ ସୋମନାଥ ପାଣିଗ୍ରାହୀ ଉପସ୍ଥିତ ରହି ସହଯୋଗ କରିଥିଲେ ଏବଂ ଗୁରୁଦେବ୍‌ଜୀ ମାର୍ଶାଲ୍ ଆର୍ଟି ଏକାଡେମୀର ଇନ୍ଦ୍ରଜିତ୍ ସାହୁ, ସନ୍ତୋଷିନୀ ମହାପାତ୍ର, ସ୍ଥିତିପ୍ରଜ୍ଞା ସାହୁ, ସୁଭଶ୍ରୀ ଶୁଭଲକ୍ଷ୍ମୀ, ଯାଜ୍ଞାଶ୍ରୀ ଶତପଥୀ, ଶ୍ରୀନିବାସ ରାଓ, ଡାର୍ଲିନ୍ ଡାଟନ୍, ରବିନ୍ଦ୍ର ପରିଡା ଓ ସମସ୍ତ ଟ୍ରାଫିକ୍ ପୋଲିସ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଶେଷରେ ଗୁରୁଦେବଜୀ ଫାଉଣ୍ଡେସନ୍‌ର ନିର୍ଦ୍ଦେଶକ ବିଜ୍ଞାନ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

IMG-20230205-WA0003
Picsart_22-04-11_10-18-21-175
Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

seventeen − 14 =