Monday, 07/October/2024 10:18
Mo Dhenkanal
ଢେଙ୍କାନାଳ ଖବର

ଢେଙ୍କାନାଳଠାରେ ତମାଖୁ ନିୟନ୍ତ୍ରଣ କର୍ମଶାଳା ଆୟୋଜିତ !

ଢେଙ୍କାନାଳ ୩୦/୪: ତମାଖୁ ସେବନ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ଓ ଭାରତରେ ପ୍ରତିବର୍ଷ ତମାଖୁ ବ୍ୟବହାର ଯୋଗୁଁ ୧ ନିୟୁତ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥାଏ ଯାହା ସମସ୍ତ ମୃତ୍ୟୁହାରର ୯.୫ ପ୍ରତିଶତ ।

FB_IMG_1686103726896
Picsart_22-04-11_10-18-21-175

ତମାଖୁ ବ୍ୟବହାର ଜନିତ ସ୍ୱାସ୍ଥ୍ୟହାନିକୁ ରୋକିବା ତଥା ଜନସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ବ୍ୟାପକ ଜନସଚେତନତାର ଆବଶ୍ୟକତା ରହିଛି ଓ ଏଥିପାଇଁ ରାଜ୍ୟର ଅନ୍ଯତମ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ପିପୁଲ୍‍ସ୍‍ କଲ୍‍ଚରାଲ୍‍ ସେଣ୍ଟର (ପିକକ୍‍) ପକ୍ଷରୁ କୋଆଲିସନ ଫର ଟବାକୋ ଫ୍ରି ଓଡିଶା ସହଯୋଗରେ ଏକ ତମାଖୁ ନିୟନ୍ତ୍ରଣ କର୍ମଶାଳା ଢେଙ୍କାନାଳଠାରେ ଅନୁଷ୍ଠିତ ହୋଇଥିଲା ।

IMG-20230205-WA0003
Picsart_22-04-11_10-18-21-175


ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ପ୍ରଦୀପ ପ୍ରଜ୍ଵଳନ କରି କର୍ମଶାଳା ଆରମ୍ଭ କରିଥିଲେ। ଲୋକସଭା ସାଂସଦ ମହେଶ ସାହୁ ନିଜ ବକ୍ତବ୍ୟରେ ରଖିଥିଲେ ଯେ ତମାଖୁର ଭୟାଭୟ ପରିଣାମ ରୋକିବା ଓ ପରବକ୍ତି ପିଢିକୁ ତମାଖୁ କୁପ୍ରଭାବରୁ ରୋକିବା ପାଇଁ ମିଳିତ ସମସ୍ତଙ୍କର ମିଳିତ ପ୍ରୟାସର ଆବସ୍ୟକତା ଅଛି I ସେ କବିଥିଲେଯେ କୋଟପା ଆଇନ କୁ ସଢ କରିବା ଓ ଆଇନ କୁ କିଭଳି କାର୍ୟ୍ୟ କରିବା ଏିପାଇଁ ସମସ୍ତେ ସଚେତନ ହେବା ଆବଶ୍ୟକ I

Picsart_22-04-11_10-18-21-175


ପିକକ୍‍ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି କୋଟପା ଆଇନର ବିଭିନ୍ନ ଦିଗଉପରେ ଆଲୋକପାତ କରିଥିଲେ । ଢେଙ୍କାନାଳର ଜିଲ୍ଲା ପରିଷଦର ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ କହିଥିଲେ ଯେ ସମସ୍ତଙ୍କର ଏଭଳି ସମସ୍ୟା ଦୁର କରିବା ପାଇଁ ମହିଳା ମାନଙ୍କର ଭୁମିକା ଅତି ଗୁରୁତ୍ବ ପୁର୍ଣ୍ମ I ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଛର ଜ୍ଯୋତିଷ ମହାପାତ୍ର, ଏନୱାଇକେ ର ଉପନିର୍ଦ୍ଦେଶକ ଅଶୋକ ଦାସ, ନିୟୁ ଇଣ୍ଡିଆର ସମ୍ପାଦକ ଶେଷଦେବ ରାଉତ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ଗ୍ଲୋବାଲ ଆଡଲ୍ଟ ତମାଖୁ ସର୍ଭେ ଅନୁଯାଇ ଭାରତୀୟ ମହିଳା ମାନଙ୍କ ମଧ୍ୟରେ ତମାଖୁ ସେବନ ସାଧାରଣ ହୋଇଗଲାଣି । ଏପରିକି ଯେଉଁ ମାନେ ଧୂମପାନ କରୁଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଛନ୍ତି ସେମାନଙ୍କୁ ମଧ୍ୟ ଫୁସଫୁସ ଓ କର୍କଟ ଆଦି ରୋଗ ହେବାର ସମ୍ଭାବନା ରହିଛି ।

ଏହି ପରିସ୍ଥିତିରେ ଜନସାଧାରଣଙ୍କୁ ତମାଖୁ ସେବନରୁ ନିବୃତ କରିବା ଆବଶ୍ୟକ ଓ ସେଥିପାଇଁ ବ୍ୟାପକ ଜନସଚେତନତା ସହିତ କୋଟପା ଆଇନ କୁ ମଜଭୁତ କରିବା ଉଚିତ ବୋଲି ବକ୍ତା ମାନେ ନିଜର ମତପୋଷଣ କରିଥିଲେ । ପିକକ୍‍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଏହି କର୍ମଶାଳାକୁ ସଂଯୋଜନା କରିଥିଲେ । ଏହି ସଭାରେ ପ୍ରାୟ ଦୁଇ ସହରୁ ଉର୍ଦ୍ଦ ପୁରୁଷ ଓ ମହିଳା ଯୋଗଦେଇଥିଲେ । ପିକକ୍‍ର ସତ୍ୟଶିବ ରଥ କର୍ମଶାଳା ସମ୍ପର୍କରେ ସୁଚନା ରଖିଥିଲେ ଓ ହରିହର ବଳବନ୍ତ ରାୟ ଧନ୍ୟବାଦ ଦେଇଥିଲେ ।

ରିପୋର୍ଟ- ସୌମ୍ୟବ୍ରତ ସାହୁ, ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

nineteen − eighteen =