Thursday, 25/April/2024 09:50
Mo Dhenkanal
ଢେଙ୍କାନାଳ ଖବର

ରୋଟାରୀ କ୍ଲବ୍ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା

ପବିତ୍ର ଗୁରୁଦିବସ ଉପଲକ୍ଷେ ରୋଟାରୀ କ୍ଲବ୍ ପକ୍ଷରୁ ଦୁଇ ସୁନାମଧନ୍ୟ ତଥା ବିଶିଷ୍ଟ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

FB_IMG_1686103726896
Picsart_22-04-11_10-18-21-175

ଜିଲ୍ଲାର ଶତାୟୁ ଶିକ୍ଷା ଅନୁଷ୍ଠାନ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ତ୍ରିପାଠୀ ଓ ଢେଙ୍କାନାଳ ସହରର ମଣ୍ଟଫର୍ଟ ସ୍କୁଲର ବିଜ୍ଞାନ ଶିକ୍ଷୟତ୍ରୀ ଶ୍ରୀମତୀ ନମିତା ପଣ୍ଡାଙ୍କୁ ତାଙ୍କର ବାସଗୃହରେ କ୍ଲବ୍ ତରଫରୁ ସମ୍ବର୍ଦ୍ଧିତ କରିଛନ୍ତି ରୋଟାରୀ କ୍ଲବର ସଦସ୍ୟ ଓ ସଦସ୍ୟା।

IMG-20230205-WA0003
Picsart_22-04-11_10-18-21-175

ଉଭୟ ଜଣେ ଜଣେ ସୁନାମଧନ୍ୟ ଶିକ୍ଷାବିତ ରୂପେ ଢେଙ୍କାନାଳ ସହରରେ ପରିଚିତ। ତାଙ୍କର ଅନେକ ଛାତ୍ରଛାତ୍ରୀ ଏବେ ପ୍ରତିଷ୍ଠିତ ସ୍ଥାନରେ ରହିଛନ୍ତି।ଏହି ଅବସରରେ ରୋଟାରୀ କ୍ଲବ ସଭାପତି ରୋଟାରିଆନ ବିଶ୍ବଜିତ ଦାସଗୁପ୍ତା, ସମ୍ପାଦିକା ରୋଟାରିଆନ ସାଗରିକା ମିଶ୍ର, ରୋଟାରିଆନ ବିନୋଦ ଅଗ୍ରୱାଲ, ରୋଟାରିଆନ ଭବାନୀ ଶଙ୍କର ଦାସ ଉପସ୍ଥିତ ରହି ସମ୍ମାନିତ କରିଥିଲେ। କୋଭିଡ ପାଇଁ କୌଣସି ସଭା ଆୟୋଜନ ହୋଇ ନଥିବାରୁ ଗୁରୁଙ୍କ ପ୍ରତି ଛାତ୍ରଛାତ୍ରୀଙ୍କ ସମ୍ମାନ ରହିବା ନିମନ୍ତେ ଏହି ପରି ପ୍ରୟାସ କରାଯାଇଛି ବୋଲି ସଭାପତି ମତ ପ୍ରକାଶ କରିଛନ୍ତି।

Picsart_22-04-11_10-18-21-175

ରିପୋର୍ଟ-ବିଜ୍ଞାନ ମହାନ୍ତି, ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

20 + four =