Monday, 07/October/2024 10:24
Mo Dhenkanal
ଢେଙ୍କାନାଳ ଖବର

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଭେଣ୍ଡର ସହଯୋଗୀଙ୍କ ପାଇଁ ନିରାପତ୍ତା ସମ୍ମିଳନୀ ‘ସୁମିଳନ’ ଆୟୋଜିତ !

ଟାଟାଷ୍ଟିଲମେରାମଣ୍ଡଳୀ (ଟିଏସ୍‌ଏମ୍‌) ପକ୍ଷରୁ ଢେଙ୍କାନାଳ ଜିଲ୍ଲାର ନରେନ୍ଦ୍ରପୁରଠାରେ ଅବସ୍ଥିତ ଏହାର କାରଖାନା ପରିସରରେ ଭେଣ୍ଡର ସହଯୋଗୀଙ୍କ ପାଇଁ ନିରାପତା ଯୋଗାଯୋଗ ସମ୍ମିଳନୀ ‘ସୁମିଳନ’ ର ଆୟୋଜନ କରାଯାଇଛି ।

FB_IMG_1686103726896
Picsart_22-04-11_10-18-21-175

ଏହି କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଠ ନେତୃମଣ୍ଡଳୀ ନିରାପତା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଠିକାଦାର ଓ ସେମାନଙ୍କ କର୍ମଚାରୀଙ୍କ ସହିତ ଆଲୋଚନାକରିଥିଲେ । ଏହି ଅବସରରେ ଟାଟା ଷ୍ଟିଲ ମେରାମଣ୍ଡଳୀ ଅପରେସନ୍ସ ବିଭାଗର ଭାଇସ ପ୍ରେସିଡେଣ୍ଟ ସୁବୋଧ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟାଟାଷ୍ଟିଲ ନିରାପତା ବିଭାଗ ଚିଫ୍ ନିରଜ କୁମାର ସିହ୍ନା, ଟାଟାଷ୍ଟିଲ ମେରାମଣ୍ଡଳୀ ଲଜିଷ୍ଟିକ୍ ବିଭାଗ ଚିଫ ସୁବ୍ରତ ବସାକ, ନିରାପତା ବିଭାଗ ଚିଫ ଅଗମ କୁମାର, ଆଇରନ୍ ମେକିଂ ବିଭାଗ ଚିଫ୍ ଅମିତ କୁମାର ସିଂହ ଏବଂ ଟାଟାଷ୍ଟିଲର ବରିଷ୍ଠ ଅଧିକାରୀ ତଥା ଭେଣ୍ଡର ସହଯୋଗୀମାନେ ଉପସ୍ଥିତ ଥିଲେ ।

IMG-20230205-WA0003
Picsart_22-04-11_10-18-21-175

ଟାଟାଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ପ୍ରଥମ ଥର ପାଇଁ ସୁମିଳନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ନିରାପତା ଉତ୍କର୍ଷ ଯାତ୍ରାରେ ଭେଣ୍ଡର ସହଯୋଗୀମାନଙ୍କୁ ସାମିଲ କରିବା ହେଉଛିଏହାର ପ୍ରଥମ ସଂସ୍କରଣର ବିଷୟବସ୍ତୁ । ଏହି ଅବସରରେ ନିରାପତା ମାନକରେ ଲଗାତାର ଉନ୍ନତି ଆଣିବା ପାଇଁ ଭେଣ୍ଡର ସହଯୋଗୀଙ୍କ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜଣାଇ ସୁବୋଧ ପାଣ୍ଡେ କହିଥିଲେ ଯେ କାରଖାନା ମଧ୍ୟରେ କାର୍ଯ୍ୟକରୁଥିବା ସମସ୍ତ କର୍ମଚାରୀଙ୍କ ସୁରକ୍ଷା ପାଇଁ ଟାଟାଷ୍ଟିଲ ପ୍ରତିଶ୍ରୁତିବଦ୍ଧ ରହିଛି ।

Picsart_22-04-11_10-18-21-175

ନିରାପତ୍ତା ଉତ୍କର୍ଷ ଯାତ୍ରାରେ ସମାନ ଭାଗିଦାର ଭାବେ ସେମାନେ ମଧ୍ୟ କାର୍ଯ୍ୟସ୍ଥଳରେ ସବୁ ନିରାପତା ମାନକରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିବା ଉଚିତ ।ଏହା ସହିିତ କାରଖାନା ମଧ୍ୟରେ ହେଉଥିବା ଘଟଣାରୁ ଶିକ୍ଷାନେଇ ନିରାପତା ସଂସ୍କୃତିକୁ ଆଗେଇନେବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।କାରଖାନାର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ୩୫ ଭେଣ୍ଡର ସହଯୋଗୀଙ୍କ ପ୍ରାୟ ୯୦ ଜଣ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।କାର୍ଯ୍ୟକ୍ରମ ଆୟୋଜନ ସ୍ଥଳୀରେ ସୁରକ୍ଷା ପଦକ୍ଷେପ, ନିରାପତା ସମ୍ପର୍କିତ କ୍ଷୁଦ୍ର ମଡେଲ, ନିରାପତା ସମ୍ପର୍କିତ ବ୍ୟଙ୍ଗ ନାଟକ ଇତ୍ୟାଦି ପ୍ରଦର୍ଶିତ ହୋଇଥିଲା ।

ଏହିକାର୍ଯ୍ୟକ୍ରମ ଅବସରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଭେଣ୍ଡର, କାଇଜେନ୍ସ, ସୁରକ୍ଷିତ ଚାଳକଙ୍କ ମଧ୍ୟରେ ବିଜେତାମାନଙ୍କୁ ପୁରସ୍କୃତକରାଯାଇଥିଲା ।ସୁମିଳନ, ବର୍ତ୍ତମାନ କମ୍ପାନୀର ନିରାପତା ପ୍ରଦର୍ଶନ ଉପରେ ଟାଟା ଷ୍ଟିଲର ବରିଷ୍ଠ ନେତୃମଣ୍ଡଳୀଙ୍କ ସହିତ ଭେଣ୍ଡର ସହଯୋଗୀ ଓ ସେମାନଙ୍କ କର୍ମଚାରୀମାନଙ୍କ ଆଲୋଚନା ପାଇଁ ଏକ ମଞ୍ଚ ପ୍ରଦାନ କରୁଛି ।ଏହା ସହିତଏଥିରେ ନିରାପତା ମାନକରେ ଉନ୍ନତି ଆଣିବା ପାଇଁ ସମ୍ପର୍କିତ ଭେଣ୍ଡର ସହଯୋଗୀ ଓ ସେମାନଙ୍କ କର୍ମଚାରୀଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ନିରାପତ୍ତା ଓ ସ୍ଥାସ୍ଥ୍ୟ ସମ୍ପର୍କିତ ପରାମର୍ଶ ଓ ଚିନ୍ତାଗୁଡ଼ିକୁ ରେକର୍ଡ଼ କରାଯାଉଛି ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

thirteen − 3 =