Monday, 22/April/2024 01:58
Mo Dhenkanal
ଢେଙ୍କାନାଳ ଖବର

ଇନରହୁଇଲ କ୍ଲବ କପିଳାସ ପକ୍ଷରୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ !

ଢେଙ୍କାନାଳ ସହରସ୍ଥିତ ଗୋପବନ୍ଧୁ ଟାଉନ୍ ହଲ୍‌ଠାରେ ଇନରହିଲ୍ କ୍ଲବ୍ କପିଳାସ ପକ୍ଷରୁ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ପ୍ରତିଭାକୁ ବିକଶିତ କରିବା ପାଇଁ ଇନରହିଲ୍ କ୍ଲବ୍ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗୀଙ୍କ ମଧ୍ୟରେ ଚିତ୍ରାଙ୍କନ, ନୃତ୍ୟ, ଗୀତ ଏବଂ ଗୃହଲକ୍ଷ୍ମୀ ଆଦି ପ୍ରତିଯୋଗିତା କରାଯାଇଥିଲା।

FB_IMG_1686103726896
Picsart_22-04-11_10-18-21-175

କ୍ଲବ୍ ସଭାନେତ୍ରୀ ପ୍ରିୟତମା ମିଶ୍ରଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ପୌର ପରିଷଦର ଅଧ୍ୟକ୍ଷା ଜୟନ୍ତୀ ପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। କ୍ଲବ୍‌ର ପୂର୍ବତନ ସଭାନେତ୍ରୀ ଇନା ପୁରୋହିତ, ଜିଲ୍ଲା ସଂପାଦିକା ମଧୁସ୍ମିତା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। କ୍ଲବ୍‌ର ସଦସ୍ୟ ତିଳୋତ୍ତମା ଚୌଧୁରୀ ମଞ୍ଚ ସଞ୍ଚାଳନ କରିଥିଲେ। ପରେ ଅତିଥିମାନଙ୍କ ଦ୍ଵାରା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

IMG-20230205-WA0003
Picsart_22-04-11_10-18-21-175

ସାହିତ୍ୟିକା ଦୀପ୍ତିବାଳା ମିଶ୍ର, ଅନୁଷ୍ଠାନର ସମ୍ପାଦିକା ମନୋଜ ମଞ୍ଜରୀ ନନ୍ଦ ଓ ପୁଷ୍ପରାଣୀ ମିଶ୍ର, କୋଷାଧ୍ୟକ୍ଷା ପ୍ରଭାମୟୀ ପାଢୀ, ଲିନା ଚାନ୍ଦ, ବିଶ୍ୱ ଭାରତୀ ରଥ, ମମତା ମିଶ୍ର, ମମତା ରଥ, ସ୍ଵପ୍ନ ଆଚାର୍ଯ୍ୟ, ଇନ୍ଦିରା ଦେବତା, ଅନ୍ନପୂର୍ଣ୍ଣା ବେହେରା, ପ୍ରଣତି ପଣ୍ଡା, ଆନନ୍ଦିତା ମିଶ୍ର, କୁର୍ସିଦା ବେଗମ୍, ଅଳକାବତୀ ସାମଲ ପ୍ରମୁଖ ସମସ୍ତ କ୍ଲବ୍‌ର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

twelve − 1 =