Monday, 22/April/2024 02:16
Mo Dhenkanal
ଢେଙ୍କାନାଳ ଖବର

ସିନର୍ଜୀ ଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ସିନର୍ଜୀ ଇ-ବାଇକ୍ ଲୋକାର୍ପିତ !

ସିନର୍ଜୀ କଲେଜ ଛାତ୍ରମାନଙ୍କ ଦ୍ୱାରା ଏକ ଇ-ବାଇକ ପ୍ରସ୍ତୁତ କରିଛନ୍ତି। ଯାହାକୁ ଆଜି ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତି ଥ୍ ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି । ଏହିପରି ବାଇକ୍ ବ୍ୟବହାର କରାଗଲେ ତୈଳ ଚାହିଦା କମିବା ସହ ପରିବେଶ ପ୍ରଦୂଷଣ ରୋକାଯାଇ ପାରିବ ବୋଲି ଜିଲ୍ଲାପାଳ କହିଥିଲେ।

FB_IMG_1686103726896
Picsart_22-04-11_10-18-21-175

ଏଥି ସହ ଜିଲ୍ଲାପାଳ ଇ-ବାଇକ୍ ମଧ୍ଯ ଚଳାଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଶିଳ୍ପନିଗମର ମୁଖ୍ୟ ପରିଚାଳକ ପି ପ୍ରଭାକର ରାଓ ଯୋଗଦେଇ କହିଥିଲେଯେ, ଛାତ୍ରଛାତ୍ରୀଙ୍କ ଏପରି କାର୍ଯ୍ୟକୁ ସହେଯାଗ କରାଯିବ।

IMG-20230205-WA0003
Picsart_22-04-11_10-18-21-175

ଏହାକୁ ବ୍ୟବସାୟ ଉପେଯାଗୀ କରାଯାଇ ପାରିଲେ ଜନସାଧାରଣ ଲାଭବାନ ହେବେ ବୋଲି ଶ୍ରୀ ରାଓ କହିଥିଲେ। ସିନର୍ଜୀ ପରିଚାଳନା ପରିଷଦର ଅଧ୍ୟକ୍ଷ ବିନୋଦ ଦାଶ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏହି ବାଇକକୁ ସିନର୍ଜୀର ଡିପ୍ଲୋମା ମେକାନିକାଲ ଏବଂ ଇଲେକ୍ଟ୍ରିକାଲ ଛାତ୍ରଛାତ୍ରୀ ପ୍ରସ୍ତୁତ କରିଛନ୍ତି । ଏହି ଇ-ବାଇକ୍‌ର ବ୍ୟାଟେରୀକୁ ପ୍ରାୟ ୪ଘଣ୍ଟାର ଇଲେକ୍ଟ୍ରି ଚାର୍ଜ କରି ଶହେ କିଲୋମିଟର ପର୍ଯ୍ୟନ୍ତ ଯାଇହେବ।

Picsart_22-04-11_10-18-21-175

ଏଥିରେ ଜିପିଏସ ବ୍ୟବସ୍ଥା ସହ ଅତ୍ୟାଧୁନିକ ବ୍ୟବସ୍ଥା ମଧ୍ୟ ରହିଛି। ଗିଅର, କ୍ଲଚ ଆଦି ନଥିବାରୁ ସ୍କୁଟି ଭଳି ଝିଅମାନେ ମଧ୍ୟ ସହଜରେ ଚଳାଇପାରିବେ । ଏଥିରେ ପ୍ରୋଜେକ୍ଟ ଗାଇଡ଼ ଭାବେ ଦେବାଶିଷ ରାଉତ ରହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷ ସରୋଜ କୁମାର ନାୟକ, ଡିଗ୍ରୀ ବିଭାଗର ଅଧ୍ୟକ୍ଷ ଡ. ଇତିଶ୍ରୀ ମହାନ୍ତି, ଅଧ୍ୟାପକ ସୁବ୍ରତ କୁମାର ବେହେରା, ପ୍ରଶାସନିକ ଅଧିକାରୀ ଚନ୍ଦ୍ରକାନ୍ତ ମିଶ୍ରଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

twenty − 5 =