ଆଜିଠୁ ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା । ପ୍ରଥମ ଥର ପାଇଁ ଓଡିଶା ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ବିଏସ୍ଇ) ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭିନ୍ନ ଫର୍ମାଟ୍ରେ ମାଟ୍ରିକ୍ ପରୀକ୍ଷା କରୁଛି । ୫ ରୁ ୮ ତାରିଖ ପର୍ୟ୍ୟନ୍ତ ୪ ଦିନ ଧରି ପରୀକ୍ଷା ଚାଲିବ।
୩୦୯୩ କେନ୍ଦ୍ରରେ ମୋଟ୍ ୫ ଲକ୍ଷ ୭୬ ହଜାର ୨୨୩ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ । ପ୍ରଥମ ୩ ଦିନ ଦୁଇଟି ସିଟିଂରେ ଥିଓରି ପରିକ୍ଷା ଏବଂ ଶେଷ ଦିନରେ ପ୍ରାକ୍ଟିକାଲ ପରୀକ୍ଷା କରାଯିବ।
କପି ରୋକିବା ପାଇଁ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ମାନଙ୍କ ପକ୍ଷରୁ ମୋଟ୍ ୭୨ ସ୍କ୍ୱାଡ୍ ଓ ବୋର୍ଡ ପକ୍ଷରୁ ୪୦ ସେଣ୍ଟ୍ରାଲ ସ୍କ୍ୱାଡ୍ ଗଠନ କରାଯାଇଛି । ଯଦି ଆବଶ୍ୟକ ପଡେ ତେବେ ଅଧିକ ସ୍କ୍ୱାଡ୍ ବ୍ୟବସ୍ଥା କରାଯିବ । ପ୍ରତ୍ୟେକ ଶ୍ରେଣୀଗୃହରେ ସର୍ବାଧୂକ ୨୪ ଜଣ ପରୀକ୍ଷାର୍ଥୀ ବସି ପରୀକ୍ଷା ଦେବା ପାଇଁ ନିଷ୍ପତ୍ତି ହୋଇଛି। ପରୀକ୍ଷା କେନ୍ଦ୍ରଗୁଡିକୁ ମୋବାଇଲ ନେବାକୁ ମନା କରାଯାଇଛି ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ