Tuesday, 08/October/2024 12:02
Mo Dhenkanal
ଢେଙ୍କାନାଳ ଖବର

ଢେଙ୍କାନାଳ ଶିଶୁ ମନ୍ଦିରରେ OAS ପରୀକ୍ଷାରେ କୃତକାର୍ଯ୍ୟ ହୋଇଥବା ପୂର୍ବତନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ।

ତା୧୩:୧୦:୨୨ ରିଖ:ଢେଙ୍କାନାଳ ସହର ଉପକଣ୍ଠ ସୁନ୍ଦରୀଖାଲସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଓଡ଼ିଶା ପ୍ରଶାସନିକ ସେବା କ୍ଷେତ୍ରରେ କୃତକାର୍ଯ୍ୟ ହୋଇଥିବା ଦୁଇ ଜଣ ଯଥା ସତ୍ୟଶାନ୍ତି ମାଝି ଓ ସୁଶ୍ରୀ ଶୁଭଶ୍ରୀ ସୁଚିସ୍ମିତାଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା କରାଯାଇଛି ।

FB_IMG_1686103726896
Picsart_22-04-11_10-18-21-175

ମା ସରସ୍ବତୀ, ଭାରତ ମାତା, ଡକ୍ଟରଜୀ, ଶ୍ରୀ ଗୁରୁଜୀଙ୍କ ନିକଟରେ ସମ୍ମାନିତ ଅତିଥ୍‌ଙ୍କ ଦ୍ବାରା ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ମାନନୀୟ ଶ୍ରୀ ବାବୁଚାନ୍ଦ ମହାଳିକ ସଭାପତିତ୍ବ କରିବା ସହିତ ସମ୍ପାଦକ ମାନନୀୟ ଶ୍ରୀ ଗଗନ ବିହାରୀ ନାୟକ ପ୍ରେରଣାଦାୟୀ ଅଭିଭାଷଣ ପ୍ରଦାନ କରିଥିଲେ।

IMG-20230205-WA0003
Picsart_22-04-11_10-18-21-175

ସହ-ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ କନକଲତା ପ୍ରଧାନ ମଞ୍ଚାସୀନ ଅତିଥ୍ ଅଧ୍ୟାକାରୀଙ୍କ ପରିଚୟ ପ୍ରଦାନ କରିବା ସହିତ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ନଗେନ ଦାସ ବୈଠକର ଆଭିମୁଖ୍ୟ ପ୍ରଦାନ କରିଥିଲେ।ସୁଶ୍ରୀ ଶୁଭଶ୍ରୀ ସୁଚିସ୍ମିତା ନିଷ୍ଠା ଓ ଏକାଗ୍ରତାର ସହ କାର୍ଯ୍ୟ କରିବାକୁ ଶିଶୁମାନଙ୍କୁ ଉପଦେଶ ଦେଇଥିବା ବେଳେ ଶ୍ରୀ ସତ୍ୟଶାନ୍ତି ମାଝି ‘ଧୈର୍ଯ୍ୟ ହିଁ ସଫଳତାର ଚାବିକାଠି’ ବୋଲି କହିଥିଲେ।

Picsart_22-04-11_10-18-21-175

ଶିଶୁ ମନ୍ଦିରରୁ ପାଇଥିବା ଶିକ୍ଷା ଓ ପ୍ରେରଣା ଆଜିର ସଫଳତାରେ ସହାୟକ ହୋଇଛି ଏବଂ ସମାଜର ନିମ୍ନ ବର୍ଗର ଲୋକଙ୍କ ପାଖରେ ସେବା କିପରି ପହଞ୍ଚିବ, ଶିଶୁ ମନ୍ଦିରର ଏହି ମୌଳିକ ଲକ୍ଷ୍ୟକୁ ସେମାନେ ନିଶ୍ଚିତ ପୂରଣ କରିବାକୁ ଚେଷ୍ଟା କରିବେ ବୋଲି ଉଭୟ ମତ ଦେଇଥିଲେ। ମଞ୍ଚାସୀନ ଅତିଥ୍‌ମାନଙ୍କ ଦ୍ବାରା ଉଭୟଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ନାରିକେଳ ଦ୍ବାରା ସମ୍ବର୍ଦ୍ଧନା କରାଯାଇଥିଲା।ସଭା ଶେଷରେ ପର୍ଯ୍ୟାୟ ପ୍ରମୁଖ ଅରୁନ୍ଧତୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସର୍ବୋପରି ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା |

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

two + 15 =