Sunday, 08/September/2024 08:47
Mo Dhenkanal
ଢେଙ୍କାନାଳ ଖବର

ହିନ୍ଦୋଳ ସତସଙ୍ଗ କେନ୍ଦ୍ର ରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଙ୍କର ୧୩୫ ତମ ଜନ୍ମ ମହୋତ୍ସବ ଅନୁଷ୍ଠିତ !

ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କର ୧୩୫ ତମ ଶୁଭ ଆବିର୍ଭାବ ଦିବସ ହିନ୍ଦୋଳ ସତସଙ୍ଗ କେନ୍ଦ୍ର ଆନୁକୁଲ୍ୟ ରେ ସାଡମ୍ଵର ସହକାରେ ପାଳିତ ହୋଇଯାଇଛି। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଜନ୍ମ ୧୮୮୮ ମସିହା ସେପଟେମ୍ବର ମାସ ୧୪ ତାରିଖ ରେ ପୂର୍ବବଙ୍ଗ (ଅଧୁନା ବାଙ୍ଗଲାଦେଶ) ର ପାବନା ଜିଲ୍ଲା ର ହିମାୟତ୍ ପୁର୍ ଗ୍ରାମରେ ହୋଇଥିଲା ।

FB_IMG_1686103726896
Picsart_22-04-11_10-18-21-175

ଏହି ଦିନକୁ ସାରା ଭାରତ ବର୍ଷ ରେ ତଥା ବର୍ହିଭାରତରେ ମହା ଆଡ଼ମ୍ବରରେ ପାଳନ କରାଯାଇଅଛି। ହିନ୍ଦୋଳ ସତସଙ୍ଗ କେନ୍ଦ୍ରରେ ପ୍ରାତଃକାଳିନ ପ୍ରାର୍ଥନା ସକାଳ ଘ.୫.୩୧ମି.ରେ ଅନୁଷ୍ଠିତ ହୁଏ ଏବଂ ସକାଳ ଘ.୦୭.୦୫ ମି. ରେ ଶ୍ରୀ ଶ୍ରୀ ଠାକୁରଙ୍କ ଜନ୍ମଲଗ୍ନ ଘୋଷଣା ହୋଇଥିଲା।

IMG-20230205-WA0003
Picsart_22-04-11_10-18-21-175

ଏଥିରେ ହିନ୍ଦୋଳ ର ସମସ୍ତ ଗୁରୁଭାଇ ଓ ମା ମାନେ ଅଂଶଗ୍ରହଣ କରି ମୃଦଙ୍ଗ, ଝାଞ୍ଜ, ଶଙ୍ଖ ଓ ହୁଳହୁଳି ଦେଇ ଶ୍ରୀ ଶ୍ରୀ ଠାକୁରଙ୍କ ଜନ୍ମଲଗ୍ନ ଘୋଷଣା କରିଥିଲେ । ତତ୍ପରେ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀହସ୍ତ ଲିଖିତ ସତ୍ୟାନୁଶରଣ ଗ୍ରନ୍ଥ, ପବିତ୍ର ଭାଗବତ ଗୀତା, ପବିତ୍ର ବାଇବେଲ, ଓ ଶ୍ରୀ ଶ୍ରୀ ଠାକୁରଙ୍କ ପବିତ୍ର ଗ୍ରନ୍ଥ ଭାବବାଣୀ ” ପୂଣ୍ଯ-ପୂଁଥି” ଗ୍ରନ୍ଥ ପାଠ କରାଯାଇଥିଲା। ସଂଧ୍ୟା ଘ. ୦୭.୩୦ ମି. ରେ ସତସଙ୍ଗ ର ଆୟୋଜନ କରାଯାଇଥିଲା। ଏହି ସତସଙ୍ଗ ରେ ଅନୁଗୋଳ ରୁ ଆଗତ ସ.ପ୍ର.ଋ ଶ୍ରୀ ପିତାମ୍ବର ସାମଲ ଓ ଆଠଗଡ଼ ରୁ ଆଗତ ଯାଜକ କର୍ମୀ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରୀପାଠୀ, ଶ୍ରୀ ଶ୍ରୀ ଠାକୁର ଙ୍କ ଦିବ୍ୟ ଜୀବନ ଓ ଦିବ୍ୟ ଲୀଳା ବିଷୟରେ ଆଲୋଚନା କରିଥିଲେ। ଶ୍ରୀ ପ୍ରଦୀପ୍ତ କୁମାର ସାହୁ ସତ୍ୟାନୁଶରଣ ଗ୍ରନ୍ଥ,ଶ୍ରୀ ସୁବଳ ଚନ୍ଦ୍ର ବେହେରା ।

Picsart_22-04-11_10-18-21-175

ନାରୀରନୀତି ଗ୍ରନ୍ଥ ପାଠ କରିଥିଲେ। ରଶ୍ମିତା ସାହୁ ମା ଓ ସୁପ୍ରଭା ଦାସ ମା ଭଜନ ପରିବେଷଣ କରିଥିଲେ। ଶ୍ରୀ କରୁଣନିଧି ସାହୁ ଓ ଶ୍ରୀ ବିମଳ ସାହୁ ଭାଇ କୀର୍ତ୍ତନ ପରିବେଷଣ କରିଥିଲେ। ଏଥିସହିତ ଶ୍ରୀ ପ୍ରଶନ୍ନ କୁମାର ସାହୁ, ଶ୍ରୀ ସଞ୍ଜୟ କୁମାର ପଟ୍ଟନାୟକ, ଶ୍ରୀ ରମେଶ ଚନ୍ଦ୍ର ସାହୁ, ଶ୍ରୀ ରବିନାରାୟଣ ସାମଲ, ଭୁପେନ୍ଦ୍ର ସିଂ, ଶ୍ରୀ ଶ୍ରୀକାନ୍ତ ମହାପାତ୍ର ପ୍ରଭୃତି ଭାଇମାନେ ଏହି ଉତ୍ସବ ରେ ସହଯୋଗ କରିଥିଲେ । ପରିଶେଷରେ ଶ୍ରୀ ଶ୍ରୀ ଠାକୁରଙ୍କ ପ୍ରସାଦ ବିତରଣ କରାଯାଇଥିଲା। ସମସ୍ତ ଗୁରୁଭାଇ ଓ ମା ମାନେ ଆନନ୍ଦର ସହ ପ୍ରସାଦ ସେବନ କରିିଥିଲେ ।

ହିନ୍ଦୋଳରୁ ଶ୍ରୀକାନ୍ତ ମହାପାତ୍ରଙ୍କ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

1 + 6 =