Sunday, 08/September/2024 10:47
Mo Dhenkanal
ଢେଙ୍କାନାଳ ଖବର

ଢେଙ୍କାନାଳରେ ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡା ଦିବସ ପାଳିତ ।

ଆମ ଦେଶ ଏବଂ ରାଜ୍ୟରେ ଅଗଷ୍ଟ ୨୯ ତାରିଖକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ ଅବସରରେ ସକାଳେ କ୍ରୀଡା ସଂଘ, ସାଇ ପ୍ରଶିକ୍ଷଣ କେନ୍ଦ୍ର ଏବଂ ହକି ସଂଘ ତରଫରୁ ୧୦୦ ରୁ ଉର୍ଦ୍ଧ୍ବ ଛତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ।

FB_IMG_1686103726896
Picsart_22-04-11_10-18-21-175

ଏହି କାର୍ଯ୍ୟକ୍ରମରେ ପ୍ରଖ୍ୟାତ ହକି ଖେଳାଳୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସରେ ତାଙ୍କର ଫୋଟୋରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ଉକ୍ତ କାର୍ଯ୍ୟକ୍ରମରେ ଅତିଥିଭାବେ ଜିଲ୍ଲା କ୍ରୀଡ଼ା ସଂଘର ନଳିନୀ ଦାସ, ଶାରୀରିକ ନିରୀକ୍ଷକ ଜ୍ୟୋତି ରଞ୍ଜନ ପରିଡ଼ା, ହକି ଖେଳାଳୀ ପ୍ରେମାନନ୍ଦ ବିହାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

IMG-20230205-WA0003
Picsart_22-04-11_10-18-21-175

ପରେ ପରେ ହକି ସଂଘ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମିନିଷ୍ଟାଡିୟମ ଠାରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ, ନଳିନୀ ଦାସଙ୍କ ଉପସ୍ଥିତିରେ ଏହି ଦିବସ ପାଳନ କରାଜାଇଥିଲା ।

Picsart_22-04-11_10-18-21-175

ଏହାପରେ ଏକ ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚ ଆୟୋଜନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି ପରିଚାଳନା କରିଥିଲେ ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

3 × five =