ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତିର ମହିଳାଙ୍କ ପାଇଁ ୪୫୩.୫୦ କୋଟିର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହା ଅଧୀନରେ ୩୩୮ଟି ବ୍ଲକସ୍ତରୀୟ ମହାସଂଘର ନିଜସ୍ବ ଘର ନିର୍ମାଣ ପାଇଁ ୫୦ ଲକ୍ଷ ଲେଖାଏଁ ସହାୟତା ସମେତ ଆବର୍ତ୍ତନ ପାଣ୍ଠି ବାବଦକୁ ୮୪.୫୦ କୋଟି ଓ ଋଣ ଉପରେ ସୁଧ ଫେରସ୍ତ ପାଇଁ ୨୦୦ କୋଟି ପ୍ରଦାନ କରାଯିବ।
ବ୍ଲକସ୍ତରରେ ନିର୍ମାଣ ହେବାକୁ ଯାଉଥିବା ‘ମିଶନ ଶକ୍ତି ଭବନ’ ମା’ମାନଙ୍କୁ ତାଲିମ ପ୍ରଦାନ ସହ ଉତ୍ପାଦିତ ଦ୍ରବ୍ୟ ପାଇଁ ବିକ୍ରୟ କେନ୍ଦ୍ର ଖୋଲିବା ଏବଂ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ପର୍ଯ୍ୟାଲୋଚନା ପାଇଁ ମାଧ୍ୟମ ସାଜିବ। ମିଶନ ଶକ୍ତିର ୭୦ଲକ୍ଷ ମହିଳାଙ୍କ ଉନ୍ନତି ଓ ସମୃଦ୍ଧିରେ ଏହା ବିଶେଷ ସହାୟକ ହେବ।
ମିଶନ ଶକ୍ତିର ମା’ମାନଙ୍କୁ ଓଡ଼ିଶାର ବିକାଶ ବାହିନୀ ଭାବେ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, “ମିଶନ ଶକ୍ତି ହେଉଛି, ଓଡ଼ିଶାର ୭୦ ଲକ୍ଷ ମା’ମାନଙ୍କ ଏକ ବିରାଟ ଅନୁଷ୍ଠାନ। ମା’ମାନେ ସଶକ୍ତ ହେଲେ ହିଁ ଗୋଟିଏ ସମାଜ ସଶକ୍ତ ହେବ। ଇତିହାସର ଧାରା ମଧ୍ୟ ବଦଳିଯିବ। ଆପଣମାନେ ଆଗକୁ ବଢନ୍ତୁ, ମୁଁ ଆପଣମାନଙ୍କ ସାଥିରେ ଅଛି।”
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ