Sunday, 06/October/2024 03:34
Mo Dhenkanal
ଢେଙ୍କାନାଳ ଖବର

ଓଡିଶାର ବିଶିଷ୍ଟ ଶ୍ରମିକ ନେତା ତଥା ସମାଜସେବୀ ଯୋଗେନ୍ଦ୍ର ନାଥ ତ୍ରିପାଠୀଙ୍କ ସ୍ମୃତି ସଭା !

ପୁରୁଣା ଜିଲ୍ଲା ପରିଷଦ ହଲ୍ ଠାରେ ଓଡିଶାର ବିଶିଷ୍ଟ ଶ୍ରମିକ ନେତା ତଥା ସମାଜସେବୀ ସ୍ୱର୍ଗତ ଯୋଗେନ୍ଦ୍ର ନାଥ ତ୍ରିପାଠୀଙ୍କ ଦେହାବସାନ ଅବସରରେ ସ୍ଥାନୀୟ ପୂଜ୍ୟପୂଜା ପରିଷଦ ଆନୁକୂଲ୍ୟରେ ସଭାପତି ଶିଳ୍ପି ପରେଶ ଚନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୋକସଭା ସହ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି ।

FB_IMG_1686103726896
Picsart_22-04-11_10-18-21-175

ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ଢେଙ୍କାନାଳ ସାଂସଦ ମହେଶ ସାହୁ, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ପରିବେଶ୍ ବିତ୍ ପ୍ରଦ୍ୟୁମ୍ନ ରଥ, ସମାଜସେବୀ ରାମଚନ୍ଦ୍ର ପାତ୍ର, ରାଜ୍ୟ ହିନ୍ଦ୍ ମଜ୍‌ଦୁର୍ ସଭାର ସଭାପତି କୃଷ୍ଣଚନ୍ଦ୍ର ପାତ୍ର, ଉପସଭାପତି ଯୁଗଳକିଶୋର ନାୟକ, ସଂପାଦିକା ଲକ୍ଷ୍ମୀପ୍ରିୟା ମହାନ୍ତି, ବରିଷ୍ଠି ଆଇନ୍‌ଜୀବି ବସନ୍ତ କୁମାର ତ୍ରିପାଠୀ, ସମାଜସେବୀ ଲକ୍ଷ୍ମୀଧର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ସ୍ମୃତିଚାରଣ କରିବା ସହ ପୂର୍ବତନ ନଗରପାଳ ସୁଧାଂଶୁ ଶେଖର ଦଳେଇ, ମନୋରଞ୍ଜନ ନନ୍ଦ, ନବକିଶୋର ଗୁରୁ, ଅକ୍ଷୟ ମହାନ୍ତି, ଦୀପ୍ତିଶ ପଟ୍ଟନାୟକ, ସାଗରିକା ମିଶ୍ର, ଦୀପକ ପଟ୍ଟନାୟକ, ବାସୁଦେବ ସାହୁ, କୃଷ୍ଣଚନ୍ଦ୍ର ସାହୁ, ଅଞ୍ଜନ ସାହୁ, ଦେବୀ ପ୍ରସାଦ ଭୁତିଆ, ଜମ୍ବେଶ୍ୱର ପୃଷ୍ଟି, ଶିବସାଇ ମହାପାତ୍ର, କୃଷ୍ଣଚନ୍ଦ୍ର ସାହୁ, ରବି ସିଂ, ଗିରିଜା ପ୍ରସାଦ ମହାନ୍ତି, ବିଷ୍ଣୁ ନନ୍ଦ, ସମାଜସେବୀ ପ୍ରତାପ କୁମାର ପଣ୍ଡା, ଘନଶ୍ୟାମ ସାହୁ ପ୍ରମୁଖ ସ୍ମୃତିଚାରଣ କରିବା ସହିତ ଆଡଭୋକେଟ୍ ସୁରେଶ ମହାପାତ୍ର, ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ର, ଇନ୍ଦ୍ରମଣି ବେହେରା, ସାନ୍ତନୁ ସର, ନିର୍ମଳ ମିଶ୍ର, ସୁରଜ ମହାପାତ୍ର,ହୃଦୟାନନ୍ଦ ମହାନ୍ତି, ବାହାଦୂର ପାଟ୍ଟସାହାଣୀ, ବିନାୟକ ଶତପଥୀ, ବିଶ୍ୱନାଥ ମହାପାତ୍ର, କ୍ଷିରୋଦ ଚନ୍ଦ୍ର ବେହେରା, ସୁବାଷିନୀ ମହାକୁଡ, ସାଗିର୍ ମହମ୍ମଦ, ପ୍ରକାଶ କୂଅଁର, ରୁଦ୍ରାନ୍ତ ଦଳେଇ, ବିପ୍ରବର ସାହୁ, ପ୍ରିୟବ୍ରତ ଗଡନାୟକ, ରଞ୍ଜନ ନାୟକ, ବିକାଶ ଚନ୍ଦ୍ର ନାୟକ, ଲକ୍ଷ୍ମୀଧର ସାହୁ, ଟୁଟୁ ନାୟକ, ସୁରେନ୍ଦ୍ର ଦଳେଇ, ବାବୁଲି ସିଂ ପ୍ରମୁଖ ସ୍ମୃତିଚାରଣରେ ଯୋଗଦାନ କରି ନୀରବ ପ୍ରାର୍ଥନା କରି ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ ।

IMG-20230205-WA0003
Picsart_22-04-11_10-18-21-175

ହୃଦୟାନନ୍ଦ ମହାନ୍ତିଙ୍କ ସ୍ମୃତିଚାରଣ ପୂର୍ବରୁ ପରିଷଦର ସଂପାଦକ ସମୀର କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ପରିଷଦ ବିଷୟରେ ସମ୍ୟକ୍ ଧାରଣା ଦେଇଥିଲେ । କବି ସୁକାନ୍ତୀ ସାହୁ କବିତା ପାଠ କରିଥିଲେ ଓ ବିଷ୍ଣୁପ୍ରିୟା ରଥ ଭଜନ ପରିବେଷଣ କରିବା ପରେ ସମାଜସେବୀ ସରୋଜ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

seven − 1 =