Sunday, 06/October/2024 04:57
Mo Dhenkanal
ଢେଙ୍କାନାଳ ଖବର

ଅରିନ୍ଦମ ଦାସଙ୍କୁ ଆଇଆଇଏମ୍‍ସି ପକ୍ଷରୁ ଶ୍ରଦ୍ଧାଞ୍ଜଳି, “ଓଡ଼ିଶା ସାମ୍ବାଦିକତା ଜଗତ ପାଇଁ ଏକ ଧକ୍କା”

ମୋଢେ: ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି) ଢେଙ୍କାନାଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଦିଆଯାଇଛି । ଶୁକ୍ରବାର ଲାଇଭ୍‍ ରିପୋର୍ଟିଂ କରୁଥିବାବେଳେ ମହାନଦୀରେ ଏକ ଦୁର୍ଘଟଣାରେ ଅରିନ୍ଦମ ଦାସଙ୍କର ଦେହାନ୍ତ ହୋଇଥିଲା । ସେ ଆଇଆଇଏମ୍‍ସି ଢେଙ୍କାନାଳରେ ୨୦୦୪-୨୦୦୫ ଶିକ୍ଷାବର୍ଷର ଛାତ୍ର ଥିଲେ । ଅପରାହ୍ଣରେ ସଂସ୍ଥାନର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ରହି ଅରିନ୍ଦମଙ୍କ ଆତ୍ମାର ସଦ୍‍ଗତି ପାଇଁ ନିରବ ପ୍ରାର୍ଥନା କରିଥିଲେ । ଏହି ଅବସରରେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ଅରିନ୍ଦମଙ୍କ ପରଲୋକ ଓଡ଼ିଶା ସାମ୍ବାଦିକତା ଜଗତ ପାଇଁ ଏକ ଶକ୍ତ ଧକ୍କା । ସଂସ୍ଥାନ ପାଇଁ ମଧ୍ୟ ବଡ଼ ଦୁଃଖଦ ଖବର ।

FB_IMG_1686103726896
Picsart_22-04-11_10-18-21-175

IMG-20230205-WA0003
Picsart_22-04-11_10-18-21-175

Picsart_22-04-11_10-18-21-175

ସେ ସାମ୍ବାଦିକତାରେ ବେଶ୍‍ ସଫଳ ହୋଇଥିଲେ । ବିଶେଷତଃ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେ ସାହସିକତାର ସହ ସାମ୍ବାଦିକତା କରି ଲୋକଙ୍କୁ ଖବର ଦେଉଥିଲେ । ହେଲେ ଦୁର୍ଭାଗ୍ୟବଶତଃ ଆଜି ଏକ ଲାଇଭ୍‍ ରିପୋର୍ଟିଂ କରୁଥିବାବେଳେ ବୋଟ୍‍ ଓଲଟି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଓ ପରିବାରବର୍ଗଙ୍କୁ ଶକ୍ତି ଦିଅନ୍ତୁ । ସେହିପରି ସଂସ୍ଥାନର ସେକ୍ସନ ଅଫିସର କେଦାରନାଥ ଜେନା, ଶିକ୍ଷା ସଂଯୋଜକ ଜିତେନ୍ଦ୍ର ପତି, ଗ୍ରନ୍ଥାଗାରିକା ଶୁଭଙ୍କରୀ ଦାସ, ମନୋଜ ଜେନା, ବସନ୍ତ ସାହୁ ପ୍ରମୁଖ ଅରିନ୍ଦମଙ୍କ ସ୍ମୃତିଚାରଣ କରି ତାଙ୍କ ଆତ୍ମାର ସଦ୍‍ଗତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

ten − three =