ଶିବଶକ୍ତି ଯୁବକ ସଂଘ ପକ୍ଷରୁ ରକ୍ତଦାନ ଶିବିର: ୭୦ ୟୁନିଟ୍ ରକ୍ତ ସଂଗୃହୀତ
ତା୧୬/୦୧, ହିନ୍ଦୋଳ ବ୍ଳକ୍ ଅନ୍ତର୍ଗତ ଚିତଳପୁର ଗ୍ରାମର ଅନନ୍ୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ଶିବଶକ୍ତି ଯୁବକ ସଂଘ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଚିତଳପୁର ଗ୍ରାମ ଉଗ୍ରେଶ୍ବର ମନ୍ଦିର ନିକଟସ୍ଥ କଲ୍ୟାଣୀ ମଣ୍ଡପଠାରେ ଅନୁଷ୍ଠିତ ହୋଇଛି। ସମ୍ବାଦ-ଆମ ଓଡ଼ିଶାର ସହାୟତାରେ ଶିବିରଟି ଅନୁଷ୍ଠିତ ହୋଇଥିଲା। ଗ୍ରାମର ସଭାପତି ଦିବାକର ପାଣିଗ୍ରାହୀ, କେନ୍ଦ୍ରୀୟ ରେଡ଼କ୍ରସ ରକ୍ତଭଣ୍ଡାର ପକ୍ଷରୁ ଡାକ୍ତର ଉମାକାନ୍ତ ମହାପାତ୍ର ଓ ଉଗ୍ରେଶ୍ବର ମହାଦେବ ମନ୍ଦିର କମିଟି ସଭାପତି ଶ୍ରୀଯୁକ୍ତ ଧର୍ମାନନ୍ଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବରେ ଶିବିର ଉଦଘାଟନ କରିଥିଲେ।
ସଂଘର ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ମହାପାତ୍ରଙ୍କ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା। ଉପସଭାପତି ସୁଶାନ୍ତ କୁମାର ମହାପାତ୍ର, ସଂପାଦକ ବିମଳ କୁମାର ମହାପାତ୍ର, ସହ ସଂପାଦକ ସୁଶାନ୍ତ ମହାପାତ୍ର (ସିଲୁ) ଓ କୋଷାଧକ୍ଷ ଭବେଶ ମହାପାତ୍ର ଶିବିର ପରିଚାଳନା କରିଥିଲେ। ଅରୁଣ ମହାପାତ୍ର, ଗିରିଶ ସେଠୀ, ରଘୁନାଥ ମହାପାତ୍ର, ସ୍ବାଧୀନ ମହାପାତ୍ର, ଅଜୟ ମହାପାତ୍ର ଓ ଅନ୍ୟ ସଦସ୍ୟମାନେ ଶିବିର ପରିଚାଳନା କାର୍ଯ୍ୟରେ ସହାୟତା କରିଥିଲେ। ସଂଘର ସଦସ୍ୟ, ଗ୍ରାମବାସୀ ଓ ସ୍ଥାନୀୟ ରକ୍ତଦାତାଙ୍କ ସମେତ ମୋଟ ୭୦ ଜଣ ଏହି ଶିବିରରେ ରକ୍ତଦାନ କରିଥିଲେ। ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ପ୍ରଭଞ୍ଜନ ପାଣିଗ୍ରାହୀ ଶିବିର ସଂଯୋଜନା କରିଥିଲେ। କେନ୍ଦ୍ରୀୟ ରେଡକ୍ରସ୍ ରକ୍ତଭଣ୍ଡାର, କଟକର ସହକର୍ମୀମାନେ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ଶିବିରରେ ସମସ୍ତ ରକ୍ତଦାତାଙ୍କୁ ପ୍ରଶଂସା ପତ୍ର ଓ ରକ୍ତଦାତା ପରିଚୟ ପତ୍ର ପ୍ରଦାନ କରାଯାଇଥିଲା।
ରକ୍ତଦାତା ଜୀବନଦାତା:
ଶୁଭଦର୍ଶିନୀ ମହାପାତ୍ର, ଦିପ୍ତିମୟୀ ମହାପାତ୍ର, ସତ୍ୟପ୍ରକାଶ ନାଥ, ବିକାଶ ନାଥ, ଗିରିଶ ସେଠୀ, ଆଶୁତୋଷ ପାଣିଗ୍ରାହୀ, ଦିପ୍ତୀରଂଜନ ନାଥ, ରଘୁନାଥ ମହାପାତ୍ର, ଅଜୟ ମହାପାତ୍ର, ରିପନ ସେଠୀ, ଶ୍ରୀବତ୍ସ ମହାପାତ୍ର, ନରେନ୍ଦ୍ର ମହାପାତ୍ର, କାଳନ୍ଦୀ ମହାପାତ୍ର, ପିନୁ ମହାପାତ୍ର, ଅରୁଣ ମହାପାତ୍ର, ମାନସ ସେଠୀ, ବାବୁରାମ ବେହେରା, ପ୍ରତ୍ୟୁଷ ମହାପାତ୍ର, ବିଭୁତି ମହାପାତ୍ର, ପୁନିଆ ବେହେରା, ଦୋଳଗୋବିନ୍ଦ ପାଣିଗ୍ରାହୀ, ରାକେଶ ବାରିକ, ସନ୍ତୋଷ ବେହେରା, ମନୋରଂଜନ ପଣ୍ଡା, ଲକ୍ଷ୍ମୀକାନ୍ତ ଦାଶ, ଶ୍ରୀକାନ୍ତ ବେହେରା, ସୁନିଲ ମହାପାତ୍ର, ମନୋରଂଜନ ମହାପାତ୍ର, ରିପୁନ୍ ସାହୁ, ସୁମନ୍ତ କୁମାର ସାହୁ, ସୋମନାଥ ମହାପାତ୍ର, ଚିକୁ ମହାପାତ୍ର, ସଚ୍ଚିକାନ୍ତ ମହାପାତ୍ର, ଅଜିତ ମହାରଣା, ବୁଟୁ ନାୟକ, ସୌମ୍ୟରଂଜନ ନୟକ, ନିରଂଜନ ମହାପାତ୍ର, ପ୍ରଣତି ମହାପାତ୍ର, ଉର୍ମିଳା ମହାପାତ୍ର, କାମାକ୍ଷା ପ୍ରସାଦ ରଣା, ସ୍ବାଧୀନ ମହାପାତ୍ର, ମାମି ସେଠୀ, ଆଶୁତୋଷ ମହାପାତ୍ର, ତରଙ୍ଗିଣୀ ମହାପାତ୍ର, ସଂଯୁକ୍ତା ମହାପାତ୍ର, ସିପୁନ ମହାପାତ୍ର, ଟୁକୁନା ମହାପାତ୍ର, ଶୁଭେନ୍ଦୁ ପାଣିଗ୍ରାହୀ, ଦିଲ୍ଲୀପ ମହାପାତ୍ର, ଅପରାଜିତା ବେହେରା, ବାବୁଲି ସାହୁ, ବର୍ଷାରାଣୀ ସାହୁ, ପ୍ରଣତି ନାଥ, ଶିବୁନ ନାଥ, ଆଲୋକ କୁମାର ପତି, ସନ୍ଦିପ ମହାପାତ୍ର, ରାଜେଶ କୁମାର ପାଳ, ଶିବାଶିଷ ବେହେରା, ସୁଜୟ ମହାପାତ୍ର, ଅନନ୍ତ କୁମାର ସାହୁ, ସୁଶାନ୍ତ ମହାପାତ୍ର, ସୁନିଲ କୁମାର ମହାପାତ୍ର, ରଂଜିତ ମହାପାତ୍ର, ଦୁଷ୍ମନ୍ତ ମହାପାତ୍ର, ସୌମ୍ୟରଂଜନ ମହାପାତ୍ର, ବିକ୍ରମ ସେଠୀ, ମନୋଜ ସେଠୀ, ସନ୍ତୋଷ ମହାପାତ୍ର, ଦୀପକ ମହାପାତ୍ର ଓ ସୁଶାନ୍ତ ମହାପାତ୍ର।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ