କାମାକ୍ଷାନଗର ବ୍ଲକ ରାଜକୁଳାକଟେଣୀ ଗ୍ରାମ ର ମୁରଲିଧର ମହାପାତ୍ର ଓ କବିତା ମହାପାତ୍ରଙ୍କ କନିଷ୍ଠ ପୁତ୍ର ହେଉଛନ୍ତି ଶିବଦତ୍ତ ମହାପାତ୍ର | ପ୍ରକୃତି ପ୍ରତି ତାଙ୍କ ଭଲପାଇବା ତାଙ୍କୁ ଅଞ୍ଚଳରେ ଏକ ନିଆରା ପରିଚୟ ଦେଇଛି |
ସାପ ନାଁ ଶୁଣିଲେ ସମସ୍ତ ଙ୍କ ମନରେ ଏକ ପ୍ରକାର ଭୟ ସ୍ରୁଷ୍ଟି ହୁଏ ଆଉ ସାପ ଦେଖିଲେ ଲୋକ ତାଙ୍କୁ ମାରିଦିଅନ୍ତି | ସାପକୁ ନମାରିବା ପାଇଁ ଶିଭଦତ୍ତ ଗାଁ ଗାଁ ରେ ସଚେତନତା କରୁଛନ୍ତି | ଗୋଟିଏ ବାଡି ଆଉ କିଛି ସମୟର ପରିଶ୍ରମ ରେ ବିଷରୁ ବିଷଧର ସାପ ମାନଙ୍କୁ ଉଧାର କରି ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ି ଦିଅନ୍ତି |
ନାଗ, ରଣା, ଚିତି, ଅହିରାଜ, ଅଜଗର,ଚନ୍ଦନ ବୋଡା ଭଳି ବିରଳ ବିଷଧର ସାପ ମାନଙ୍କୁ ଉଧାର କରିସାରିଛନ୍ତି | ଏପର୍ଯ୍ୟନ୍ତ ପ୍ରାୟ ୫୦୦୦ ହଜାର ରୁ ଉର୍ଦ୍ଧ୍ଵ ସାପ ଙ୍କୁ ଉଦ୍ଧାର କରି ସେମାନଙ୍କ ଜୀବନ ବଞ୍ଚାଇଛନ୍ତି | ଖାଲି ସେତିକି ନୁହେଁ ଅନ୍ୟ ସମସ୍ତ ପ୍ରକାର ଜୀବ ଜନ୍ତୁ ଙ୍କୁ ଉଦ୍ଧାର କରିବା ଓ ତାଙ୍କର ଚିକିତ୍ସା କରିବାରେ ଶିଭଦତ୍ତ ସବୁବେଳେ ଆଗରେ |
ତାଙ୍କର ଏହି ଅଦମ୍ୟ ସାହାସ ଓ ପ୍ରକୃତି ପ୍ରେମ ପାଇଁ ଆନେକ ଅନୁଷ୍ଠାନ ତରଫରୁ ତାଙ୍କୁ ସମ୍ମାନିତ କରାଯାଇଛି | କାମାକ୍ଷାନଗର ଉପଖଣ୍ଡ ଅଞ୍ଚଳରେ ଜଦି କେଉଁଠି ସାପ ଦେଖାଯାଏ ଶିଭଦତ୍ତ ଙ୍କୁ ଡକରା ପଡେ ଶିଭଦତ୍ତ ସାପକୁ ନିଃଶୁଳ୍କ ଭାବେ ଉଧାର କରନ୍ତି |
ଶିଭଦତ୍ତଙ୍କ ମୋବାଇଲ ନମ୍ବର ୭୩୨୬୦୧୧୫୧୯ ରେ ଗୋଟେ କଲ କଲେ କ୍ଷଣକ ମଧ୍ୟରେ ପହଂଚି ସାପକୁ ଉଦ୍ଧାର କରନ୍ତି ସେ | ଏଭଳି ସମାଜ ପ୍ରତି ତାଙ୍କର ଅବଦାନ କୁ ବୁଦ୍ଧିଜୀବୀ ମହଲରେ ଭୂୟସୀ ପ୍ରଶଂସା କରିଛନ୍ତି |
ରିପୋର୍ଟ- ଦେବିଦତ୍ତ ମହାପାତ୍ର, କାମାକ୍ଷାନଗର, ଢେଙ୍କାନାଳ