ଅଦ୍ୟ ତା-୧୬.୦ ୩.୨୦୨୧ ରିଖ ଦିନ ଜିଲ୍ଲାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଶରତ କୁମାର ଦେହୁରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରାଧିକରଣର ADR, ସଶ୍ମିଳନୀ ଗୃହ ଠାରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ନିୟମ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଯାଉଛି । ଏହି ସଚତନତା ଶିବିରରେ ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଶ୍ରୀ ଅମିୟ କୁମାର ସାହୁ, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବର୍ଗର ଲୋକମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ କିପରି ରୋକାଯାଇପାରିବ ସେ ବିଷୟରେ ବିଷଦ ଭାବରେ ଆଲୋଚନା କରିଥିଲେ । ପ୍ରଥମ ଶ୍ରେଣୀବିଚାରବିଭାଗୀୟମାଜିଷ୍ଟ୍ରେଟ ଶ୍ରୀମୟୀ ନନ୍ଦ, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବର୍ଗର ଲୋକମାନଙ୍କ ପାଇଁ ଭାରତୀୟ ସମ୍ବିଧାନରେ ଥିବା ବିଭିନ୍ନ ଆଇନ ବିଷୟରେ ଆଲୋଚନା କରିଥିଲେ ।
ଏହି ଶିବିରରେ ଅତିରିକ୍ତ ଜିଲ୍ଲାଜଜ୍ ତଥା ସତନ୍ତ୍ର ଜଜ୍ (ଭିଜିଲାନ୍ସ) ଲଳିତ କୁମାର ଦାଶ, ପାରିବାରିକ ଅଦାଲତର ବିଚାରପତି ଦିପ୍ତିରଂଜନ କାନୁନ୍ଗୋ, ବରିଷ୍ଟ ଦେୱାନୀବିଚାରପତି ଶ୍ରୀ ସୁବାସ ଚନ୍ଦ୍ର ଧଳ, ବରିଷ୍ଟ ଦେୱାନୀ ଅଦାଲତ (ଏଲ.ଆର ଓ ଏଲ୍. ଟି.ଭି) ବିଚାରପତି ଶ୍ରୀ ସୁଶିଲ କୁମାର ସାହୁ, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତି ରାଜଶ୍ରୀ ଆଯ୍ୟବାଳା ତ୍ରିପାଠୀ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିଶା ଅଗ୍ରୱାଲ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମୌତ୍ରୀ ସାମନ୍ତ ରାୟ ଏବଂ ପ୍ରାଧିକରଣର ପ୍ୟାନେଲ ଲିୟର, ପି.ଏଲ.ଭି ପ୍ରମୁଖ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁକାନ୍ତ କିଶୋର ଜେନା ସୁଚାର ରୂପେ ପରିଚାଲନା କରିଥିଲେ ।
ରିପୋର୍ଟ- ବିଜ୍ଞାନ ମହାନ୍ତି, ମୋ ଢେଙ୍କାନାଳ