ଢେଙ୍କାନାଳ ସହରର ଗୋପବନ୍ଧୁ ଟାଉନ ହଲ ଠାରେ ମିଶନଶକ୍ତି ସହାୟତା କ୍ରମେ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ଋଣ ମେଳା ଶୁଭ ଉଦଘାଟିତ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଯୋଗଦାନ କରି ୨୧୬ ଏସଏଚଜିକୁ ଋଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ କହିଛନ୍ତି ସବୁକାର୍ଯ୍ୟରେ ମିଶନ ଶକ୍ତି ଓ ଏସଏଚଜିକୁ ସୁଯୋଗ ପ୍ରଦାନ କରାଯାଉଛି । ଏସ୍ଏଚଜିର ମା’ ମାନେ ଦେଶର ଲକ୍ଷ୍ମୀଙ୍କ ସହ ସମାନ । ଲକ୍ଷ୍ମୀଙ୍କ ପାଖରେ ଟଙ୍କା ରହିବା ଦ୍ୱାରା ରାଜ୍ୟର ଉନ୍ନତି ହୋଇପାରିବ ।
ପ୍ରତି ଏନଏଚଜିକୁ ୨ଲକ୍ଷ ରୁଣ ପ୍ରଦାନ ଯାହାଦ୍ୱାରା ସେମାନଙ୍କର ସାମାଜିକ ଓ ଆର୍ଥିକ ବିକାଶ ସାଧିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ
ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ନରୋତମ ବେହେରା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ମନୋରଞ୍ଜନ ସାହୁ ଆଞ୍ଚଳିକ ପ୍ରବନ୍ଧକ ଅନଗୁଳ, ମନୋରଞ୍ଜନ ସାମଲ ଆଞ୍ଚଳିକ ପ୍ରବନ୍ଧକ କେନ୍ଦୁଝର,କୁନ୍ଦନ ଜ୍ୟୋତି ଡିଜିଏମ ଭୁବନେଶ୍ୱର.,ସିଏଲନ୍ ଚାର୍ଯ୍ୟୁଲ,ଜେନେରାଲ ମ୍ୟାନେଜର ଭୁବନେଶ୍ୱର, ଏସବି ଖରିନାର ଏଲଏଚଓ ଭୁବନେଶ୍ୱର, ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନା ରାୟ, ପ୍ରମୂଖ ଯୋଗଦେଇ ରୁଣ ସମ୍ପର୍କରେ ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଡିଓ ଗଁଦିଆ ଶିବପ୍ରସାଦ ମିଶ୍ର,ସଦର ଭାରପ୍ରାପ୍ତ ବିଡିଓ ଝାଡେଶ୍ୱର ଦାସ ପ୍ରମୂଖଙ୍କ ସମେତ ମିଶନ ଶକ୍ତି ଜିଲ୍ଲା କୋଅର୍ଡିନେଟର ମୋନାଲିସା ଭଞ୍ଜ ,ସଦର ସିଡିପିଓ ଓ ଗଁଦିଆ ମଧ୍ୟ ଯୋଗଦାନ କରିଥିଲେ ।
ଶେଷରେ ବିଜୟ କୁମାର ଶତପଥୀ ସିଏମ ଏସବିଆଇ ଢେଙ୍କାନାଳ ବ୍ରାଞ୍ଚ ଧନ୍ୟବାଦ ପ୍ରଦାନ କରି କାର୍ଯ୍ୟକ୍ରମକୁ ପରିସମାପ୍ତି କରିଥିଲେ ।ଏହିମେଳାକୁ ସୁରସଙ୍ଗୀତ ଅନୁଷ୍ଠାନ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ସିଏମ ଏଫଆଇ ଡିଏସଏଚ ଢେଙ୍କାନାଳ ସଦାନନ୍ଦ ପଣ୍ଡା ପରିଚାଳନା କରିଥିଲେ ।
ରିପୋର୍ଟ- ବିଜ୍ଞାନ ମହାନ୍ତି