Tuesday, 23/April/2024 03:58
Mo Dhenkanal
ଢେଙ୍କାନାଳ ଖବର

ରୋଟାରୀ କ୍ଲବ ଅଫ ରାଜଧାନୀ ପକ୍ଷରୁ ସାହିତ୍ୟ ସମ୍ଭାର ଅନୁଷ୍ଠିତ !

ରୋଟାରିକ୍ଲବ ରାଜଧାନୀ, ଭୁବନେଶ୍ୱର ଆନୁକୂଲ୍ୟରେ ଆବାହିକା ନାରୀକଵି ରୋଟାରିଆନ ସସ୍ମିତା ଦାଶଙ୍କ ଆବାହକତ୍ୱରେ ରବିବାର ଦିନ ଢେଙ୍କାନାଳ ଗୋପବନ୍ଧୁ ଟାଉନହଲ ପରିସରରେ “ସାହିତ୍ୟ ସମ୍ଭାର ସମାବେଶ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

FB_IMG_1686103726896
Picsart_22-04-11_10-18-21-175

ଏହି ରାଜ୍ୟ ସ୍ତରୀୟ ସାହିତ୍ୟ ସଭା ରେ ମୁଖ୍ୟ ଅତିଥି ନେହେରୁ ଯୁବକେନ୍ଦ୍ର ର ଡେପୁଟି ଡିରେକ୍ଟର ଶ୍ରୀଯୁକ୍ତ ଅଶୋକ ଦାଶ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମାଝି, ସମ୍ମାନନୀୟ ଅତିଥି ଭାବେ “ମାଟିର ସ୍ୱର “ସାହିତ୍ୟ ସଂଗଠନ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ପ୍ରଭାତ ସାହୁ ପ୍ରମୁଖ ଯୋଗ ଦେଇଥିଲେ |

IMG-20230205-WA0003
Picsart_22-04-11_10-18-21-175

ସଭାପତି ରୋଟାରିଆନ ରୁଦ୍ର ପ୍ରସାଦ ମହାପାତ୍ର ଙ୍କ ସଭାପତିତ୍ୱ ରେ ସମ୍ପାଦକ ରୋଟାରିଆନ ରାକେଶ ମିଶ୍ର କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ |

Picsart_22-04-11_10-18-21-175

ରୋଟାରିଆନ ସସ୍ମିତା ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ |ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ର 15ଗୋଟି ଜିଲ୍ଲା ର ପ୍ରତିଷ୍ଠିତ କବି ଓ ଲେଖକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |50ଜଣ କବି କବିତାପାଠ କରିଥିଲେ |

ରୋଟାରିକ୍ଲବ ରାଜଧାନୀ ର ସମସ୍ତ ସଦସ୍ୟ ମାନଙ୍କ ସହଯୋଗ ରେ “ସାହିତ୍ୟ ସମ୍ଭାର ସମାବେଶ “କାର୍ଯ୍ୟକ୍ରମ ଟି ସାଫଲ୍ୟ ମଣ୍ଡିତ ହୋଇଥିଲା |କବିତାପାଠ କରିଥିବା କବି କବୟିତ୍ରୀ ମାନଙ୍କୁ ସ୍ୱତନ୍ତ୍ର ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା.

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

5 × 1 =