ବିଶ୍ୱର ସର୍ବ କନିଷ୍ଠ ସହିଦବାଜି ରାଉତଙ୍କ ଜୀବନୀକୁ ନେଇ ପ୍ରାମାଣିକ ଟେଲି ଚଳଚ୍ଚିତ୍ର ମୁକ୍ତି ସଳିତା’ର ସୁଟିଂ ଶେଷ ହୋଇଛି । ବୀର ବାଜି ରାଉତଙ୍କ ଜନ୍ମମାଟି ନୀଳକଣ୍ଠପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ଏହାର ସମସ୍ତ ସୁଟିଂ ଶେଷ ହୋଇଛି । ଢେଙ୍କାନାଳର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳରାମଙ୍କ ପାଖରେ ଯଥାବିତ ପୂଜା ଅନୁଷ୍ଠିତ ହେବାପରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଦ୍ବାରା ସୁଟିଂର ଶୁଭାରମ୍ଭ କରାଯାଇଥିଲା । ମହୁରତ ଉତ୍ସବରେ ଅଲଟରନେଟିଭ ରିଦମ ଥିଏଟରର ଅଧ୍ୟକ୍ଷା ଡଃ ପୁଷ୍ପଲତା ରଥଙ୍କ ସମେତ ସମସ୍ତ ଅଭିନେତା ଅଭିନେତ୍ରୀ ଉପସ୍ଥିତ ଥିଲେ ।
ଭୁବନେଶ୍ଵର ଦୂରଦର୍ଶନ କେନ୍ଦ୍ର ପକ୍ଷରୁ ପ୍ରଦୀପ କୁମାର ବେହେରାଙ୍କ ପ୍ରଯୋଜନାରେ ପ୍ରସ୍ତୁତ କରାଯାଉଥିବା ଏହି ପ୍ରାମାଣିକ ଟେଲି ଚଳଚ୍ଚିତ୍ରରେ ସାଇ ଚନ୍ଦନ ଦାସ, ମନୋହର
ଶତପଥୀ, କାମାକ୍ଷା ପ୍ରସାଦ ରଣା, ପ୍ରଶାନ୍ତ କୁମାର ମହାପାତ୍ର, ରାଜଲକ୍ଷ୍ମୀ, ମମତା, ହରେକୃଷ୍ଣ ସାହୁ, ମାଧବ ହେମ୍ରମ, ଜୟଦେବ ଶତପଥୀ, ଜୟଚନ୍ଦ୍ର ମହାପାତ୍ର, ପ୍ରମୋଦ ଦାସ, ପ୍ରଜ୍ଞା ପଟ୍ଟନାୟକ ସମେତ ନୀଳକଣ୍ଠପୁର ଗ୍ରାମର କେତେକ ଗ୍ରାମବାସୀ ମଧ୍ୟ ଅଭିନୟ କରିଛନ୍ତି । ଜାତୀୟଖ୍ୟାତି ସମ୍ପନ୍ନ ନାଟ୍ୟକାର ଦିନେଶ ଦାସ ଚଳଚ୍ଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିବା ସହ ନିର୍ଦ୍ଦେଶନା ମଧ୍ୟଦେଇଛନ୍ତି । ସୁରେଶ କୁମାର ନାୟକଙ୍କ ପରିଚାଳନାରେ ସମସ୍ତ ସୁଟିଂ ସମ୍ପନ୍ନ ହୋଇଛି । ଆସନ୍ତା ନଭେମ୍ବର ୧୫ପୂର୍ବାହ୍ନ ସାଢ଼େ ୧୧ଟାରେ ଏହି ଟେଲି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ ବୋଲି ପ୍ରଯୋଜକଙ୍କ ସୂତ୍ରରୁ ଜଣାପଡିଛି ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ