Sunday, 08/September/2024 11:00
Mo Dhenkanal
ଢେଙ୍କାନାଳ ଖବର

ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ ଦ୍ବାରା ଜିଲ୍ଲା ଉନ୍ନୟନ କାର୍ଯ୍ୟ ସମୀକ୍ଷା !

ଜିଲ୍ଲା କାର୍ଯ୍ୟାଳୟସ୍ଥିତ ଓସୱାନ ହଲଠାରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଦଳାଇ ଢେଙ୍କାନାଳ ଜିଲ୍ଲାରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବରିଷ୍ଠ ଅଧିକାରୀମାନେ ସେମାନଙ୍କର ଗସ୍ତ ସମୟରେ ବିଭିନ୍ନ ସ୍କୁଲ, ସ୍ଵାସ୍ଥ୍ୟ କେନ୍ଦ୍ର, ଅଙ୍ଗନବାଡି କେନ୍ଦ୍ର ଓ କାର୍ଯ୍ୟାଳୟ ପରିଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି । ଏହା ଦ୍ଵାରା ଅନୁଷ୍ଠାନ ଗୁଡିକରେ ସକାରାତ୍ମକ ପ୍ରଭାବ ପଡିବା ସହିତ କାର୍ଯ୍ୟ ପ୍ରଣାଳୀରେ ସ୍ଵଚ୍ଛତା ବଜାୟ ରହିବ ବୋଲି ସେ ପ୍ରକାଶ କରିଛନ୍ତି ।

FB_IMG_1686103726896
Picsart_22-04-11_10-18-21-175

ବିଭିନ୍ନ କାର୍ଯ୍ୟ ନିମନ୍ତେ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସହିତ ସେମାନଙ୍କର କାର୍ଯ୍ୟ ଯଥା ଶୀଘ୍ର ସମ୍ପାଦନ କରିବାକୁ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚାୟତ ସ୍ତରରେ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରି ଗ୍ରାମାଞ୍ଚଳର ଲୋକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇ ପୂର୍ବରୁ ରୋଗ ନିରୂପଣ କରିବାକୁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ବିଭିନ୍ନ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇ ପାରିଲେ, ସେମାନେ ନିଜେ ନିଜର ସ୍ବାସ୍ଥ୍ୟ ପ୍ରତି ଯବାନ ହୋଇପାରିବେ ବୋଲି ସେ କହିଛନ୍ତି । ଢେଙ୍କାନାଳ ଜିଲ୍ଲାରେ ଅଭିନବ “ଇଚ୍ ୱାନ ଟିଚ ୱାନ” କାର୍ଯ୍ୟକ୍ରମ ଦ୍ବାରା ସଫଳତା ମିଳୁଥିବାରୁ ସେ ଏହାର ପ୍ରଶଂସା କରିଥିଲେ ।

IMG-20230205-WA0003
Picsart_22-04-11_10-18-21-175

ଜିଲ୍ଲାରେ ଆଗାମୀ ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ଯେପରି ୨୫୦ ରୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଏ- ୧ ଗ୍ରେଡରେ ପାସ କରିବେ ସେଥୁପ୍ରତି ଯନୂବାନ ହେବାକୁ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ଅଧିକ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ଖୁବ ଶୀଘ୍ର ଅଧିକ ଡାକ୍ତର ନିଯୁକ୍ତି ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି । କମିଶନର ସମସ୍ତ ଉପଖଣ୍ଡ ଚିକିତ୍ସା ଅଧିକାରୀମାନଙ୍କ ସହିତ ଆଲୋଚନା କରି ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି । ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସହୃଦୟତା ଓ ସେବା ମନୋବୃତ୍ତି ନେଇ ଜନସାଧାରଣଙ୍କ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

Picsart_22-04-11_10-18-21-175

ମାନରେଗା ଯୋଜନାରେ ଅଧିକରୁ ଅଧିକ କାମ ଯୋଗାଇ ଗ୍ରାମାଞ୍ଚଳର ଲୋକମାନଙ୍କ ଆୟ ବୃଦ୍ଧି ଉପରେ ଗୁରୁତ୍ବ ଦେବାକୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ସମସ୍ତ ବିଡିଓମାନଙ୍କୁ କହିଛନ୍ତି । ଅସମ୍ପୂର୍ଣ୍ଣ ଥିବା ସମସ୍ତ ପ୍ରକଳ୍ପ ଗୁଡିକୁ ଯଥାଶୀଘ୍ର ଶେଷ କରିବାକୁ କହିବା ସହିତ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସମସ୍ତ ଗୃହ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ସେ ବିଡିଓମାନଙ୍କୁ କହିଛନ୍ତି ।

ତହସିଲଦାର ଓ ଆର.ଆଇ. ମାନେ କ୍ୟାମ୍ପ କୋର୍ଟ କରି ଜମି ଚିହ୍ନଟ ଓ ବସୁନ୍ଧରା ଯୋଜନାରେ ବାସହୀନମାନଙ୍କୁ ୪ ଡିସିମିଲ ଜମି ଯୋଗାଇ ଦିଆଯାଉଥିବା ସମ୍ପର୍କରେ କମିଶନରଙ୍କୁ ଅବଗତ କରାଇଥିଲେ । ଜନସାଧାରଣ ଓ ଛାତ୍ରଛାତ୍ରୀମାନଙ୍କୁ ସେମାନେ ଆବଶ୍ୟକ କରୁଥିବା ପ୍ରମାଣ ପତ୍ର ତୁରନ୍ତ ପ୍ରଦାନ ନିମନ୍ତେ ବିହିତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବାଲ୍ୟ ବିବାହ ରୋକିବା ପାଇଁ ବିବାହ କରୁଥିବା କନ୍ୟାର ବୟସ ପ୍ରମାଣ ପତ୍ର ଯାଞ୍ଚ କରି ବିବାହ ନିମନ୍ତେ ଅନୁମତି ପ୍ରଦାନ ନିମନ୍ତେ ବ୍ୟବସ୍ଥା କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି ।

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଶୋକ କୁମାର ଦାଶ ଜିଲ୍ଲାରେ ହେଉଥିବା ସ୍ବାସ୍ଥ୍ୟ ବିଭିନ୍ନ ଭିଭିକ କାର୍ଯ୍ୟକ୍ରମ ଓ କୋଭିଡ ଟୀକାକରଣ ସମ୍ପର୍କରେ କମିଶନରଙ୍କୁ ଅବଗତ କରାଇଥିଲେ । ଜିଲ୍ଲାରେ ଉତ୍ତମ ସ୍ବାସ୍ଥ୍ୟ ସେବା ନିମନ୍ତେ ସେ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ( ରାଜସ୍ବ ), ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ( ସାଧାରଣ ) ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ଶ୍ରୀ ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଜିଲ୍ଲା ପରିଷଦ ଅତିରିକ୍ତ ଉନ୍ନୟନ ନିର୍ବାହୀ ଅଧିକାରୀ, ଶ୍ରୀ ସରୋଜ କୁମାର ଦତ୍ତ (ପ୍ରଶାସନ), ଡି.ପି.ଏମ.,ଏନ.ଏଚ.ଏମ୍. ସୋନାଲୀ ପ୍ରିୟଦର୍ଶିନୀ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

10 + eighteen =