Sunday, 06/October/2024 03:31
Mo Dhenkanal
ଢେଙ୍କାନାଳ ଖବର

ରେଡକ୍ରସ ରାପିଡ଼ ରେସପନ୍ସ୍, ସଦସ୍ୟ ମାନଙ୍କର ଭରଚୁଆଲ ମିଟିଙ୍ଗ।

FB_IMG_1686103726896
Picsart_22-04-11_10-18-21-175

ରେଡକ୍ରସ ରପ୍ୟାଡ଼ରେସପନ୍ସ ଗ୍ରୁପର ସଦସ୍ୟ ମାନଙ୍କ ର ଏକ ଭରଚୁଆଲ ମିଟିଙ୍ଗ ଅନୁଷ୍ଠିତ ହୋଇଯାଇଛି ଏଥିରେ ରେଡକ୍ରସ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଶ୍ରୀ ଭୂମେଶ ଚନ୍ଦ୍ର ବେହେରା ଯୋଗଦାନ କରି, ସ୍ବେଛାସେବୀ ମାନଙ୍କୁ ଯୋଦ୍ଧା ଭାବେ ସମ୍ବୋଧନ କରିବା ସହ ମନୋବଳ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ ସାମ୍ପ୍ରତିକ କରୋନା ର ଭୟାବହ ସ୍ଥିତି ଓ ସେଥିପାଇଁ ସ୍ବେଛାସେବୀ ର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କ ରେ ଆଲୋଚନା ହୋଇଥିଲା ଜିଲ୍ଲାପାଳ ସମସ୍ତଙ୍କୁ, କରୋନା ନିୟମ ଅନୁପାଳନ କରିବାକୁ ଅନୁରୋଧ କରିଥିଲେ ସ୍ବେଛାସେବୀ ମାନେ ନିଜ ସୁରକ୍ଷା ନିମନ୍ତେ,ସାମାଜିକ ଦୂରତା ଓ ମାସ୍କ ପରିଧାନ କରିବାକୁ ପରାମର୍ଶ ଦେଇଥିଲେ ଟେଷ୍ଟିଙ୍ଗ ସମୟ ରେ ଓ ଟୀକା ନେବା ସମୟ ରେ ଜନସାଧାରଣ ଶୃଙ୍ଖଳା ରଖିବା ଓ ସ୍ବେଛାସେବୀ ମାନେ ଏଥିରେ ସାହାଯ୍ୟ କରିବା, କୋରନା ରୋଗ ରେ ମୃତକ ଙ୍କ ଅନ୍ତିମ ସତ୍କାର ସଂସ୍କାର ପାଇଁ ଆଗେଇ ଆସିବା,ବୁଲା ଗାଈ ଗୋରୁ ଓ ଅନ୍ୟ ପଶୁ ଙ୍କୁ ଖାଦ୍ୟ ଯୋଗାଇବା, ଦୁଖୀ ଓ ଭିର୍ନ୍ନକ୍ଷମ ଙ୍କୁ ଖାଦ୍ୟ ଯୋଗେଇବା,ନିଜ ନିଜର ଗ୍ରାମ, ପଂଚାୟତ ଓ ବ୍ଲକ ରେ କୋଭିଡ ସଚେତନତା କରିବା ଓ ସମସ୍ତ ପ୍ରକାର ସେବା ଯୋଗାଇବା ରେ ସଦସ୍ୟ ମାନେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । ସମସ୍ତ ସଦସ୍ୟ ନିଜର ସୁଚିନ୍ତିତ ମତାମତ ରଖିଥିଲେ ଓ ଜିଲ୍ଲା କୁ କରୋନା ମୁକ୍ତ କରିବାକୁ ଜିଲ୍ଲା ପ୍ରଶାସନ କୁ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ରୋଟାରୀଆନ ରାଜ କିଶୋର ବେହେରା ସଂଚାଳନ କରି ଥିଲେ ଓ ଉପ ସଭାପତି ରୋଟାରୀୟନ ବିରଞ୍ଚି ନାରାୟଣ ପାଣି ସମସ୍ତ ଙ୍କୁ ଶୁଭେଚ୍ଛା ଓ ସାଧୁବାଦ ଅର୍ପଣ କରିଥିଲେ ।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋଢେଙ୍କାନାଳ

Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

5 × two =