ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଳକ ନିହଲ ପ୍ରସାଦ ପଞ୍ଚାୟତର ୪ ଟି ବୁଥ ପାଇଁ ଆଜି ସାନି ଭୋଟ ଗ୍ରହଣ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳ ୧୧ ନଂ ବୁଥର ଭୋଟ ବାକ୍ସ ଲୁଟ ହେବା ସହ ପୋଲିଙ୍ଗ ଅଧିକାରୀଙ୍କୁ ହୋଇଥିଲା ଆକ୍ରମଣ ।
ପଞ୍ଚାୟତରେ ୨,୬,୭, ୧୧ ଏହି ୪ ଗୋଟି ବୁଥ ଗୁଡ଼ିକ କଡ଼ା ସୁରକ୍ଷା ମଧ୍ୟରେ ହେଉଛି ସାନି ମତଦାନ । ୪ଟି ବୁଥରେ ପ୍ରାୟ ୨୦୯୯ ଭୋଟ ଭୋଟର କରିବେ ମତ ଦାନ । ପୂର୍ବରୁ ଏହି ବୁଥ ଗଣ୍ଡଗୋଳ ଘଟଣାରେ ପୋଲିସ ୯ ଜଣଙ୍କୁ ଗିରଫ କରି କୋଟ ଚାଲାଣ କରିଛି । ଆଜି ସକାଳ ୯ଟାରୁ ଦିନ ୩ଟା ପର୍ଯ୍ୟନ୍ତ ହେବ ମତଦାନ । ସୁରକ୍ଷା ପାଇଁ ୨ ପ୍ଲାଟୁନ ପୋଲିସ ମୂତୟନ କରାଯିବା ସହ ନିଜ ଏସପି, କଲେକ୍ଟର ରହିଛନ୍ତି । ବରିଷ୍ଠ ପୋଲିସ ଅଧିକାରୀ ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ