ଢେଙ୍କାନାଳ, ତା: ୩୧.୦୧.୨୦୨୧ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାପାଳ ଶ୍ରୀ ଭୂମେଶ ଚନ୍ଦ୍ର ବେହେରା ଢେଙ୍କାନାଳ ଜିଲ୍ଲାରେ ପଲସ ପୋଲିଓ ବୁନ୍ଦା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ରୋଟାରୀ କ୍ଲବ୍ ସହଯୋଗରେ ଆୟୋଜିତ ଏହି ଜାତୀୟ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ପ୍ରଥମ ଶିଶୁକୁ ପୋଲିଓ ବୁନ୍ଦା ଖୁଆଇ ଶୁଭାରମ୍ଭ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଶ୍ରୀମତୀ ସୁଜାତା ରାଣୀ ମିଶ୍ର, ଅତିରିକ୍ତ ଚିକତ୍ସା ଅଧିକାରୀ ଶ୍ରୀ ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଡ଼ି. ପି.ଏମ୍ ସୋନାଲି ପ୍ରିୟଦର୍ଶିନୀ, ରକ୍ତଦାତା ଅନୁପ୍ରେରକ ସଂଘର ସଭାପତି ଶ୍ରୀ ବିରଞ୍ଚି ନାରାୟଣ ପାଣି, ରୋଟାରିଆନ ରାଜକିଶୋର ବେହେରା, ରୋଟାରୀ କ୍ଲବର କର୍ମକର୍ତ୍ତା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱାସ୍ଥ୍ୟ ଅଧିକାରୀ ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ଉପସ୍ଥିତ ଥିଲେ ।
ଏହି ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୋଲିଓ ବୁନ୍ଦା ଦେବାର ବ୍ୟବସ୍ଥା କରାଯାଇଥିଲା । ଆଜି କେନ୍ଦ୍ରରେ ପୋଲିଓ ବୁନ୍ଦା ଖାଇ ନଥିବା ଶିଶୁ ମାନଙ୍କୁ ଆସନ୍ତା ୨ ଦିନ ମଧ୍ୟରେ ଚିହ୍ନଟ କରାଯିବ ସହିତ ସେମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ ।
ଦେଶରୁ ପୋଲିଓକୁ ସମ୍ପୂର୍ଣ୍ଣ ଲୋପ କରିବାକୁ, ଜିଲ୍ଲାରେ ପୋଲିଓ ବୁନ୍ଦା ଖୁଆଇବା କାର୍ଯ୍ୟକ୍ରମରେ ଜନ ସାଧାରଣ ସହଯୋଗ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି ।
ରିପୋର୍ଟ- ବିଜ୍ଞାନ ମହାନ୍ତି