ଢେଙ୍କାନାଳ, ତା, ୨୭,୦୪,୨୦୨୩- ସମସ୍ତ କ୍ଷେତ୍ରରେ ଓଡିଆ ଭାଷାର ବହୁଳ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଏପ୍ରିଲ ୧୫ ରୁ ୨୧ ତାରିଖ ପର୍ଯ୍ୟନ୍ତ ଓଡିଆ ସପ୍ତାହ ପାଳନ ଭାବେ କରାଯାଉଅଛି ।
ଏହି ଉପଲକ୍ଷେ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଗତ ୧୯ ତାରିଖ ଦିନ ସ୍ଥାନୀୟ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ ଠାରେ “ଓଡିଶାର ସାମଗ୍ରିକ ବିକାଶରେ ଓଡିଆ ଭାଷାର ଭୂମିକା ପ୍ରଣିଧାନଯୋଗ୍ୟ” ଶୀର୍ଷକ ଏକ ଓଡିଆ ପ୍ରବନ୍ଧ ଲିଖନ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା ।
ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଜିଲ୍ଲା କାର୍ଯ୍ୟାଳୟର ବରିଷ୍ଠ ରାଜସ୍ଵ ସହାୟିକା ଶ୍ରୀମତୀ ପ୍ରଦୀପ୍ତା ରାଣୀ ଶତପଥୀ, ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ଲକ୍ଷ୍ମୀଧର ମହାନ୍ତି, ତୃତୀୟ ସ୍ଥାନ ଅଧିକାର କରିଥିବା ଜିଲ୍ଲା କାର୍ଯ୍ୟାଳୟର ବରିଷ୍ଠ ରାଜସ୍ଵ ସହାୟକ ଶ୍ରୀ ଜଗନ୍ନାଥ ସିଂହ ଏବଂ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଜିଲ୍ଲା କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟିକା ଶ୍ରୀମତୀ ଦେବଦର୍ଶିନୀ ସ୍ଵାଇଁଙ୍କୁ ଗତକାଲି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ
ମାନ୍ୟବର ମନ୍ତ୍ରୀ ଇସ୍ପାତ ଓ ଖଣି, ପୂଉଁ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ, ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ, ମାନ୍ୟବର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଡା. ନୃସିଂହ ଚରଣ ସାହୁ, ମାନ୍ୟବର ବିଧାୟିକା ଶ୍ରୀମତୀ ସୀମାରାଣୀ ପୁରସ୍କୃତ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବକ୍ତୃତା ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା ।
ରିପୋର୍ଟ- ସୌମ୍ୟବ୍ରତ ସାହୁ, ଢେଙ୍କାନାଳ