ସ୍କୁଲ୍ ଖୋଲାଯିବା ନିଷ୍ପତ୍ତି ସମ୍ବନ୍ଧୀତ ପ୍ରେସ୍ ବିବୃତି: ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ଶ୍ରେଣୀଗୃହ ପାଠପଢା ୧୪ ବଦଳରେ ୨୮ ଫେବୃଆରୀ ୨୦୨୨ରୁ ଆରମ୍ଭ ହେବ। ଦୀର୍ଘ ଦୁଇ ବର୍ଷ ସ୍କୁଲ ବନ୍ଦ ଥିବା ଯୋଗୁ, ସଫେଇ ତଥା ଛୋଟମୋଟ ମରାମତି କାର୍ଯ୍ଯ କରି ଏକ ଉତ୍ତମ ଶିକ୍ଷା ପରିବେଶ ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଏଥି ସହିତ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ବିଭିନ୍ନ ସ୍କୁଲ ଗୃହ ବ୍ୟବହାର ହେବ। କୋଭିଡ୍ ପରିପ୍ରେକ୍ଷୀରେ ଏହା ଛାତ୍ରଛାତ୍ରୀମାନଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇବା ସମ୍ଭାବନା ରହିଛି ତେଣୁ ସ୍କୁଲ୍ ପରିସରକୁ ସାନିଟାଇଜ୍ କରି ପାଠପଢା ନିମନ୍ତେ ବ୍ୟବହାର କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ