Monday, 22/April/2024 03:02
Mo Dhenkanal
ଢେଙ୍କାନାଳ ଖବର

ଢେଙ୍କାନାଳର ଗର୍ବ ନୃତ୍ୟଗୁରୁ ଗୌରୀ ଶଙ୍କର ଦାଶ !

ଓଡ଼ିଶୀ ନୃତ୍ୟ ଶିଳ୍ପୀ, ନୃତ୍ୟଗୁରୁ ତଥା ଦେବଂଶୀ ଡ୍ୟାନ୍ସ ଏକାଡେମୀର ମୁଖ୍ୟ ଗୌରୀ ଶଙ୍କର ଦାଶ ଆଜି ଢେଙ୍କାନାଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଭାରତୀୟ ସଂସ୍କୃତି ମନ୍ତ୍ରଣାଳୟ ଦ୍ଵାରା ପରିଚାଳିତ ୨୦୧୯-୨୦ ବର୍ଷ ପାଇଁ ଜୁନିଅର ଫେଲୋସିପ ପାଇବା ପାଇଁ ଓଡ଼ିଶାରୁ ଏକମାତ୍ର ସୁଯୋଗ୍ୟ ବ୍ୟକ୍ତି ହିସାବରେ ମନୋନୀତ ହୋଇଛନ୍ତି।

FB_IMG_1686103726896
Picsart_22-04-11_10-18-21-175

ପ୍ରତ୍ୟେକ ବର୍ଷ ସଂସ୍କୃତି କ୍ଷେତ୍ରରେ ଅତୁଳନୀୟ ଅବଦାନ ରହିଥିବା ବ୍ୟକ୍ତିତ୍ଵ ଙ୍କୁ ଭାରତ ସଂସ୍କୃତି ମନ୍ତ୍ରଣାଳୟ ଏହି ଫେଲୋସିପ ପ୍ରଦାନ କରିଥାନ୍ତି । ଏହି ଫେଲୋସିପ ପାଇଁ ଗୌରୀଶଙ୍କର ଙ୍କର ସନ୍ଦର୍ଭ ଥିଲା, “ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ରେ ଯୋଗ ର ଉପାଦାନ” ଯାହା ଖୁବ୍ ଉଚ୍ଚ ପ୍ରଶଂସିତ ହୋଇଥିଲା। ଓଡ଼ିଶୀ ନୃତ୍ୟ ପ୍ରତି ତାଙ୍କର ନିଷ୍ଠା ତାଙ୍କୁ ଆଜି ଜଣେ ସଫଳ ନୃତ୍ୟଶିଳ୍ପୀ ତଥା ନୃତ୍ୟଗୁରୁ ଭାବରେ ପରିଚିତ କରାଇ ପାରିଛି। ତାଙ୍କ ପାଇଁ ଆଜି ସାରା ଢେଙ୍କାନାଳ ଜିଲ୍ଲା ଓ ସାରା ଓଡ଼ିଶାର ଆଜି ଗର୍ବିତ।ଏହି ସଫଳତା ପାଇଁ ନୃତ୍ୟଗୁରୁ ଶ୍ରୀ ଦାଶଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

8 + 11 =