Sunday, 06/October/2024 03:11
Mo Dhenkanal
ଢେଙ୍କାନାଳ ଖବର

ଢେଙ୍କାନାଳ ଜିଲ୍ଲାର ଲୋକକଳା ଗ୍ରାମର ପ୍ରଥମ ବାର୍ଷିକ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

ମୋଢେ: ସ୍ଥାନୀୟ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ପରିଷଦ ଢେଙ୍କାନାଳ ପକ୍ଷରୁ ଆସନ୍ତା ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀ ଦିନ ଲୋକକଳା ଗ୍ରାମର ପ୍ରଥମ ବାର୍ଷିକ ଉତ୍ସବ ପାଳନ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ଶୁକୃ ସ୍ବାଇଁ ସ୍ୱାଗତ ଭାଷଣ ପ୍ରଦାନ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

FB_IMG_1686103726896
Picsart_22-04-11_10-18-21-175

ଆଲୋଚନା ଆରମ୍ଭରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ସଭ୍ୟ/ସଭ୍ୟ ମାନଙ୍କୁ ସ୍ଵାଗତ ଜଣାଇବା ସହିତ ନିମ୍ନ ଲିଖିତ ପଦକ୍ଷେପ ଗ୍ରହଣ କରିବା ସକାଶେ ପରାମର୍ଶ ଦେଇଥିଲେ ।

IMG-20230205-WA0003
Picsart_22-04-11_10-18-21-175

(କ) ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ସମ୍ପାଦନା ପାଇଁ ମେରାମୁଣ୍ଡଳି ରେଳ ଷ୍ଟେସନକୁ ସୌନ୍ଦର୍ଯ୍ୟକରଣ ଏବଂ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ପଦକ୍ଷେପ ସ୍ୱରୂପ ଏକ କମିଟି ଜିଲ୍ଲା ସଂସ୍କୃତି ଅଧିକାରୀ, ତହସିଲଦାର ଓ ବି.ଡି.ଓ ଓଡ଼ାପଡ଼ାଙ୍କ ଅଧକ୍ଷତାରେ ସରଜମିନ ତଦନ୍ତ କରି ଜିଲ୍ଲାପାଳଙ୍କୁ ସୁପାରିଶ କରିବା ସକାଶେ ପ୍ରସ୍ତାବ ଗୃହୀତ ହେଲା ।

Picsart_22-04-11_10-18-21-175

(ଖ) ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ତତ୍ତ୍ଵାବଧାନରେ ସଦର ବ୍ଲକ ଅନ୍ତର୍ଗତ କାଶିଆଇଡିହି ଗ୍ରାମକୁ ପରିଦର୍ଶନ କରି ବରିଷ୍ଠ ଛଉ ନୃତ୍ୟ କଳାକାରଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ଢେଙ୍କାନାଳର ଛଉ ନୃତ୍ୟର କିପରି ପୁନଃଉଦ୍ଧାର ହୋଇପାରିବ ସେ ଦିଗରେ କଣ କଣ ପଦକ୍ଷେପ ଗ୍ରହଣ କରାଯାଇପାରିବ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

(ଗ) ଆସନ୍ତା ଗାନ୍ଧୀ ଜୟନ୍ତୀ (ଅକ୍ଟୋବର ୨ ତାରିଖ) ଲୋକକଳା ଗ୍ରାମ କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ରାୟନରସିଂହପୁର ଠାରେ ପାଳନ ହେବାକୁ ଥିବା ପ୍ରଥମ ବାର୍ଷିକ ଉତ୍ସବ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶିତ ସକାଳ ୫ ଘଟିକା ରୁ ସନ୍ଧ୍ୟା ୫ ଘଟିକା ର କାର୍ଯ୍ୟକ୍ରମ ସହିତ ଜିଲ୍ଲାର ବିଭିନ୍ନ ବ୍ଲକର ବଛା ବଛା ଲୋକନୃତ୍ୟ ଦଳ ଅପରାହ୍ନ ୬ ଘଟିକାରୁ ୮ ଘଟିକା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ପରିବେଷଣ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଗଲା ।
(ଘ) ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାଇ ଆସନ୍ତା ୨/୩ ଦିନ ମଧ୍ୟରେ ବି.ଡି.ଓ କାମାକ୍ଷାନଗର ଙ୍କ ଅଧକ୍ଷତାରେ କାର୍ଯ୍ୟକ୍ରମ ରୂପାୟନ ସମ୍ବନ୍ଧିୟ ଏକ ପ୍ରସ୍ତୁତି ବୈଠକ ଡାକିବା ସକାଶେ ପ୍ରସ୍ତାବ ଗୃହୀତ ହେଲା । ଏଣୁ ସକାଶେ ସମସ୍ତ ବ୍ଲକର ଉପସଭାପତି ମାନଙ୍କୁ ନିମନ୍ତ୍ରଣ ସହିତ ସରପଞ୍ଚ ଓ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ, ରାଜ୍ୟ ଉପସଭାପତି ସହିତ ବ୍ଲକର ଅନ୍ୟାନ୍ୟ ପଦାଧିକାରୀ, ଜିଲ୍ଲାର ବରିଷ୍ଠ ସଭ୍ୟ ଯଥା: ଶ୍ରୀଯୁକ୍ତ ଆର୍ଯ୍ୟରତ୍ନ ଚକ୍ରଧର ସାହୁ, ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ପ୍ରସାଦ ରଥ ( ଉପଦେଷ୍ଠା) ଏବଂ ଶ୍ରୀଯୁକ୍ତ ଯାମିନୀ ରଞ୍ଜନ ଦାସ ଙ୍କୁ ଉକ୍ତ ବୈଠକକୁ ଆମନ୍ତ୍ରଣ କରିବା ସକାଶେ ପ୍ରସ୍ତାବ ଗୃହୀତ ହେଲା ।

(୧) ଗତ ବର୍ଷ ପରି ଚଳିତ ବର୍ଷ ଏହି ଲୋକକଳା ଗ୍ରାମର ବାର୍ଷିକ ଉତ୍ସବକୁ ସରସ ସୁନ୍ଦର କରିବା ସକାଶେ ସମସ୍ତ ନିଷ୍ପତି ବି.ଡି.ଓ ଙ୍କ ଅଧକ୍ଷତାରେ ବୈଠକ ଡକାଯାଇ ଏବଂ ଜିଲ୍ଲାରେ ଥିବା ସମସ୍ତ ଉପସଭାପତି ମାନଙ୍କୁ ପରାମର୍ଶ କରି କେଉଁ ବ୍ଲକରେ କେଉଁ ଦଳ (ସର୍ବଶ୍ରେଷ୍ଠ) କୁ ପରିବେଷଣର ସୁଯୋଗ ଦିଆଯିବ ଏବଂ ବୈଠକର ନିଷ୍ପତି ଅନୁଯାଇ ମଞ୍ଚକୁ ସାମାନ୍ୟ ବଡ କରାଗଲେ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଉପଯୁକ୍ତ ହେବ ବୋଲି ବୈଠକରେ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

14 − two =