Sunday, 06/October/2024 03:19
Mo Dhenkanal
ଢେଙ୍କାନାଳ ଖବର

ତପୋବନ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ !

ଢେଙ୍କାନାଳ:୧୦/୧୧- ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ତପୋବନ ମେଳାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି l

FB_IMG_1686103726896
Picsart_22-04-11_10-18-21-175


ନଭେମ୍ବର ୨୨ ତାରିଖରେ ଶ୍ରୀ ମହିମା ଗୋସାଇଁଙ୍କ ତପୋବନ ମେଳା ଅନୁଷ୍ଠିତ ହେବ l ଏହି ସ୍ଥାନରୁ ହିଁ ମହିମା ଧର୍ମର ଧର୍ମଗୁରୁ ମହିମାଗୋସାଇଁ ସାଧନା କରି ସିଦ୍ଧି ପ୍ରାପ୍ତ ହୋଇଥିଲେ l ତେଣୁ ଏହି ମେଳାଟି ମହିମା ଧର୍ମାନୁଲମ୍ବୀ ମାନଙ୍କ ପାଇଁ ଗୁରୁତ୍ୱ ବହନ କରେ l ଏହି ମେଳାରେ ପାଖାପାଖି ୬୦୦୦ ଲୋକଙ୍କ ସମାଗମ ହେବ l

IMG-20230205-WA0003
Picsart_22-04-11_10-18-21-175

ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଭକ୍ତ ମାନଙ୍କର ସୁବିଧା ପାଇଁ କାଦୁଆ ଠାରୁ ତପୋବନ ମହିମା ପୀଠ ପର୍ଯ୍ୟନ୍ତ ଥିବା ରାସ୍ତାର ମରାମତି କାର୍ଯ୍ୟ ତଥା ରାସ୍ତା ଉପରକୁ ଲମ୍ବି ଆସିଥିବା ଡାଳ କୁ କାଟିବାକୁ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି l

Picsart_22-04-11_10-18-21-175

ଯେହେତୁ ପୀଠକୁ ଯିବାପାଇଁ ରାସ୍ତା ଅଧିକ ଚଉଡା ନୁହେଁ ତେଣୁ ଆଇନ ବ୍ୟବସ୍ଥା ଓ ଟ୍ରାଫିକ ନିୟନ୍ତ୍ରଣ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର କହିଛନ୍ତି l ଏହାସହ ସ୍ୱାସ୍ଥ୍ୟ ପରିମଳ ବ୍ୟବସ୍ଥା, ଆଲୋକ ବ୍ୟବସ୍ଥା, ଅସ୍ଥାୟୀ ଆଶ୍ରୟ ସ୍ଥଳ ବ୍ୟବସ୍ଥା ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ କହିଛନ୍ତି l


ଏହି ବୈଠକରେ ବନଖଣ୍ଡ ଅଧିକାରୀ ଶ୍ରୀ ସୁମିତ କର,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଲଳିତ ମୋହନ ବେହେରା, ଉପଜିଲ୍ଲାପାଳ ଢେଙ୍କାନାଳ ଶ୍ରୀ ସପନ କୁମାର ନନ୍ଦ, ଉପଜିଲ୍ଲାପାଳ ହିନ୍ଦୋଳ ଶ୍ରୀ ଶିବାନନ୍ଦ ସ୍ୱାଇଁ, ତପୋବନ ପୀଠ ର ମୁଖ୍ୟ ବାବା ଶ୍ରୀ ରଘୁନାଥ ଦାସ, ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର, ସ୍ଥାନୀୟ ସରପଞ୍ଚ ଶ୍ରୀ କୃଷ୍ଣ ଚନ୍ଦ୍ର ବେହେରା, ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ମହିମା ଧର୍ମାନୁଲମ୍ବୀମାନେ ଉପସ୍ଥିତ ଥିଲେ l

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

three − 1 =